ETV Bharat / bharat

ଆଉ ସପ୍ତାହେ ବଢିପାରେ ଦିଲ୍ଲୀ ଲକଡାଉନ !

author img

By

Published : Apr 25, 2021, 9:51 AM IST

ଦିଲ୍ଲୀରେ ଲାଗିଥିବା ଲକଡାଉନ ଅବଧି ସରିବାକୁ ଥିବାବେଳେ କୋରୋନାର ଦ୍ରୁତ ସଂକ୍ରମଣ ମାମଲାକୁ ଦେଖି ପୁଣି ଲକଡାଉନ ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରାଯାଇପାରେ । ଅଧିକ ପଢନ୍ତୁ...

ବଢିପାରେ ଦିଲ୍ଲୀ ଲକଡାଉନ ଅବଧି
ବଢିପାରେ ଦିଲ୍ଲୀ ଲକଡାଉନ ଅବଧି

ନୂଆଦିଲ୍ଲୀ: ଦେଶବ୍ୟାପୀ କୋରୋନା ସଂକ୍ରମଣ ଏବେ ବିପଜ୍ଜନକ ସ୍ଥିତିରେ ରହିଛି । ସେହି କ୍ରମରେ ଦିଲ୍ଲୀରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ସଂକ୍ରମଣ । ଲଗାତାର କୋରୋନା ସଂକ୍ରମଣକୁ ରୋକିବାକୁ ଦିଲ୍ଲୀ ସରକାର ରାଜଧାନୀରେ ଏକ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଥିଲେ । ଯାହାର ଅବଧି ଆଜି ଶେଷ ହେବାକୁ ଯାଉଥିବାବେଳେ କୋରୋନାର ଦ୍ରୁତ ସଂକ୍ରମଣ ମାମଲାକୁ ଦେଖି ପୁଣି ଲକଡାଉନ ଅବଧିକୁ ଆଉ ଏକ ସପ୍ତାହ ବୃଦ୍ଧି କରାଯାଇପାରେ ।

ମିଳିଥିବା ବିଶ୍ବସ୍ତ ସୂତ୍ର ମୁତାବକ, ଲକଡାଉନର ଅବଧିକୁ 30 ଏପ୍ରିଲ ଯାଁଏ ବୃଦ୍ଧି କରାଯାଇପାରେ । ଗତ କିଛିଦିନ ହେବ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ରେକର୍ଡ କରିଛି । ଏପରି କି, କୋରୋନାରୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଗତ 6 ଦିନରେ ଲକଡାଉନ ନିଷ୍ପତି ପରେ ମଧ୍ୟ ମୃତ୍ୟୁ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ। କୋରୋନାର ଗ୍ରାଫ୍ ଦ୍ରୁତ ଗତିରେ ଉପର ମୁହାଁ ହେଉଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ଲକଡାଉନ ଅବଧିକୁ ପୁଣି ବଢାଇବା ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ରାଜଧାନୀ ଦିଲ୍ଲୀରେ ଏପ୍ରିଲ 20 ରୁ ଲକଡାଉନ ଘୋଷଣା କରାଯାଇଥିଲା, ଯାହାର ଅବଧି ସୋମବାର ସକାଳେ ଶେଷ ହେବ । ଆଉ ଏଭଳି ପରିସ୍ଥିତିରେ ଆଜି ଡିଡିଏମଏ (ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ)ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ତାଲା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.