ETV Bharat / bharat

ଦେଶରେ ୧୦୬ କୋଟି ପାର କଲା ଟୀକାକରଣ; ଟିକା ନେବାରେ ଆଗରେ ୟୁପି - କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

କୋଭିଡକୁ ମାତ୍ ଦେବାରେ ମୁଖ୍ୟ ଅସ୍ତ୍ର ସାଜିଛି ଟୀକାକରଣ । ଏଯାବତ୍ ମୋଟ 106 କୋଟି ଟୀକାକରଣ କରାଯାଇଛି । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

ଦେଶରେ ୧୦୬ କୋଟି ପାର କଲା ଟୀକାକରଣ; ସବୁଠୁ ଆଗରେ ରହିଛ ୟୁପି

author img

By

Published : Oct 31, 2021, 7:03 AM IST

ନୂଆଦିଲ୍ଲୀ: କୋଭିଡକୁ ମାତ୍ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । ଏଯାବତ୍ ମୋଟ 106 କୋଟି ଟୀକାକରଣ କରାଯାଇଛି । ତେବେ, ଦେଶରେ ଶନିବାର ଦିନ 61 ଲକ୍ଷ 99 ହଜାର 429 ଟୀକାକରଣ କରାଯାଇଛି । ଏନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ ।

ସଂକ୍ରମଣ ବିରୋଧରେ ଏବେବି ଲଢେଇ ଜାରି ରଖିଛି ଭାରତ । ଏନେଇ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।

  • आज उ.प्र. कोविड टीके की 13 करोड़ डोज का सुरक्षा कवच प्रदान करने वाला देश का प्रथम राज्य बन गया है।

    यह ऐतिहासिक उपलब्धि आदरणीय प्रधानमंत्री जी के मार्गदर्शन, कोरोना वॉरियर्स की प्रतिबद्धता तथा अनुशासित जन सहयोग को समर्पित है।

    अपनी बारी आने पर आप भी अवश्य लगवाएं 'टीका जीत का'...

    — Yogi Adityanath (@myogiadityanath) October 29, 2021 " class="align-text-top noRightClick twitterSection" data=" ">

ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଏପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର ।

ସେପଟେ, ଟୀକାକରଣକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ୟୁପିରେ ବର୍ତ୍ତମାନ ସୁଦ୍ଧା ୧୩ କୋଟି ଟୀକାକରଣ ହୋଇଛି । ଯାହା ଦେଶରେ ପ୍ରଥମ ରାଜ୍ୟ । ଭ୍ୟାକସିନେସନ ଦିଗରେ ରାଜ୍ୟକୁ ବଡ ସଫଳତା ମିଳିଛି ବୋଲି କୁହାଯାଇପାରିବ । ତେବେ, ଏହି ଐହିହାସିକ ସଫଳତା ପାଇଁ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ଓ ସ୍ବାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.