ନୂଆଦିଲ୍ଲୀ: ଦେଶରେ କୋରୋନା ନେଲାଣି ବିସ୍ଫୋରକ ରୂପ । ଦୈନିକ ସଂକ୍ରମଣ ହେଲାଣି 4ଲକ୍ଷ ମୁହାଁ । ଗତ 24 ଘଣ୍ଟାରେ ପୁଣି ଦେଶରେ 3ଲକ୍ଷ 23 ହଜାର 144 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 1କୋଟି 76 ଲକ୍ଷ 36 ହଜାର 307ରେ ପହଞ୍ଚିଛି ।
- " class="align-text-top noRightClick twitterSection" data="">
ସେହିପରି ଆଜି 2ହଜାର 771 ଜଣଙ୍କର ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 97 ହଜାର 894ରେ ପହଞ୍ଚିଛି । ବର୍ତ୍ତମାନ ଦେଶରେ 28 ଲକ୍ଷ 82 ହଜାର 204 ଆକ୍ଟିଭ କେସ ରହିଥିବା ବେଳେ 1କୋଟି 45ଲକ୍ଷ 56 ହଜାର 209 ଜଣ ସୁସ୍ଥ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ