ETV Bharat / bharat

ଦେଶରେ ଆଉ 8,635 ପଜିଟିଭ ଚିହ୍ନଟ, 24 ଘଣ୍ଟାରେ 94 ମୃତ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମଙ୍ଗଳବାର ଦେଶରେ 8 ହଜାର 635 ଟି ନୂଆ ସଂକ୍ରମଣ ରିପୋର୍ଟ ହୋଇଛି, ଯାହା ଆଠ ମାସ ମଧ୍ୟରେ ସର୍ବନିମ୍ନ । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଦୀର୍ଘ 9 ମାସ ପରେ 100 ତଳକୁ ରହିଛି । ଅଧିକ ପଢନ୍ତୁ...

author img

By

Published : Feb 2, 2021, 12:52 PM IST

ଦେଶରେ ଆଉ 8,635 ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା 100 ରେ ସୀମିତ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ସହ ଅହେତୁକ ଭାବେ କମିଛି ମୃତ୍ୟୁ ସଂଖ୍ୟା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମଙ୍ଗଳବାର ଦେଶରେ 8 ହଜାର 635 ଟି ନୂଆ ସଂକ୍ରମଣ ରିପୋର୍ଟ ହୋଇଛି, ଯାହା ଆଠ ମାସ ମଧ୍ୟରେ ସର୍ବନିମ୍ନ । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଦୀର୍ଘ 9 ମାସ ପରେ 100 ତଳକୁ ରହିଛି । ତେବେ ନୂଆ ରିପୋର୍ଟକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 7 ଲକ୍ଷ 66 ହଜାର 245 କୁ ବୃଦ୍ଧି ଘଟିଥିବା ବେଳେ ଗତ 24 ଘଣ୍ଟାରେ 94 ଜଣଙ୍କ ମୃତ୍ୟୁ ହୋଇ ମୃତ୍ୟୁ ସଂଖ୍ୟା 1 ଲକ୍ଷ 54 ହଜାର 486 କୁ ବୃଦ୍ଧି ପାଇଛି ।

ଅନ୍ୟପଟେ 1 କୋଟି 4 ଲକ୍ଷ 48 ହଜାର 406 ଜଣ ସୁସ୍ଥ ହୋଇ ସୁସ୍ଥହାର 97.05 ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ମୃତ୍ୟୁହାର 1.43 ପ୍ରତିଶତକୁ ହ୍ରାସ ପାଇଛି । ତେବେ ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 63 ହଜାର 353 ଟି ମାମଲା ସକ୍ରିୟ ରହିଛି, ଯାହା ସମୁଦାୟ ମାମଲାର 1.52 ପ୍ରତିଶତ ଅଟେ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ଫେବୃଆରୀ 1 ପର୍ଯ୍ୟନ୍ତ 19 କୋଟି 77 ଲକ୍ଷ 52 ହଜାର 057 ନମୁନା ପରୀକ୍ଷା କରାଯାଇଛି ଏବଂ ସୋମବାର 6 ଲକ୍ଷ 59 ହଜାର 422ଟି ନମୁନା ପରୀକ୍ଷା କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.