ETV Bharat / bharat

INDIA CORONA: ଖସୁଛି ସଂକ୍ରମଣ, 24 ଘଣ୍ଟାରେ 25,166 ପଜିଟିଭ ଚିହ୍ନଟ - lowest in 154 days

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 25 ହଜାର 166 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା 154 ଦିନ ମଧ୍ୟରେ ସର୍ବନିମ୍ନ । ଏହାସହ 437 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା 4 ଲକ୍ଷ 32 ହଜାର 79 ରେ ପହଞ୍ଚିଛି। ଅଧିକ ପଢନ୍ତୁ...

INDIA CORONA: ଖସୁଛି ସଂକ୍ରମଣ, 24 ଘଣ୍ଟାରେ 25,166 ପଜିଟିଭ ଚିହ୍ନଟ

author img

By

Published : Aug 17, 2021, 10:59 AM IST

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 25 ହଜାର 166 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା 154 ଦିନ ମଧ୍ୟରେ ସର୍ବନିମ୍ନ । ଏହାସହ 437 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାକୁ ମିଶାଇ ଦେଶରେ ମୃତ୍ୟୁସଂଖ୍ୟା 4 ଲକ୍ଷ 32 ହଜାର 79 ରେ ପହଞ୍ଚିଛି। ଦେଶରେ ଏବେ 3 ଲକ୍ଷ 69 ହଜାର 846 ଟି ସକ୍ରିୟ ମାମଲା ରହିଛି, ଯାହା 146 ଦିନରେ ସର୍ବନିମ୍ନ ।

  • " class="align-text-top noRightClick twitterSection" data="">

ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ 36 ହଜାର 830 ଡିସଚାର୍ଜ ହୋଇଛନ୍ତି, ଯାହାକୁ ମିଶାଇ ଦେଶରେ ଏଯାବତ 3 କୋଟି 14 ଲକ୍ଷ 48 ହଜାର 754 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ଦେଶରେ ସମୁଦାୟ ସୁସ୍ଥ ହାର 97.51 ପ୍ରତିଶତରେ ପହଞ୍ଚିଛି ।

ସରକାରୀ ପ୍ରକାଶନ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 88 ଲକ୍ଷରୁ ଅଧିକ ଟିକା ଦିଆଯାଛି। ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ଅନୁଯାୟୀ, ଅଗଷ୍ଟ 16 ପର୍ଯ୍ୟନ୍ତ 49,66,29,524 ନମୁନା ପରୀକ୍ଷା କରାଯାଇଛି। ଏବଂ ଭାରତରେ ମୋଟ ଟୀକାକରଣ ବର୍ତ୍ତମାନ 55,47,30,609 ରେ ପହଞ୍ଚିଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.