ETV Bharat / bharat

ଦେଶରେ 24 ଘଣ୍ଟାରେ 4.14 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 3915 ମୃତ

author img

By

Published : May 7, 2021, 10:10 AM IST

ଦେଶରେ ଦିନକୁ ଦିନ ଘାତକ ହେବାରେ ଲାଗିଛି ମହାମାରୀ । 24 ଘଣ୍ଟା ମଧ୍ୟରେ ଦେଶରେ 4ଲକ୍ଷ 14 ହଜାର 188 ନୂଆ କୋରୋନା ପଜିଟିଭ ଚିହ୍ନଟ ଓ 3 ହଜାର 915 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ...

ଦେଶରେ ଘାତକ ହେଉଛି ମହାମାରୀ: 24 ଘଣ୍ଟାରେ 4.14 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 3, 915 ମୃତ

ନୂଆଦିଲ୍ଲୀ: ଦେଶରେ କୋରୋନାର ଭୟଙ୍କର ରୂପ । ଦିନକୁ ଦିନ ଘାତକ ହେବାରେ ଲାଗିଛି ମହାମାରୀ । ଦୈନିକ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଲଗାତାର ଦ୍ବିତୀୟ ଦିନରେ ବି ଦେଶରେ କୋରୋନାର ଦୈନିକ ସଂକ୍ରମଣ 4 ଲକ୍ଷ ପାର୍ କରିଛି । 24 ଘଣ୍ଟା ମଧ୍ୟରେ ଦେଶରେ 4 ଲକ୍ଷ 14 ହଜାର 188 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2କୋଟି 14 ଲକ୍ଷ 91 ହଜାର 598ରେ ପହଞ୍ଚିଛି ।

  • " class="align-text-top noRightClick twitterSection" data="">

ସେହିପରି ଦେଶରେ ଆଜି 3 ହଜାର 915 ଜଣ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2ଲକ୍ଷ 34 ହଜାର 83ରେ ପହଞ୍ଚିଛି । ସେହିପରି 36 ଲକ୍ଷ 45 ହଜାର 164ଟି ଆକ୍ଟିଭ କେସ ରହିଥିବା ବେଳେ 1କୋଟି 76 ଲକ୍ଷ 12 ହଜାର 351ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.