ETV Bharat / bharat

Vaccination; ଦେଶରେ 72 କୋଟି ପାର କଲା ଟୀକାକରଣ

author img

By

Published : Sep 10, 2021, 10:47 AM IST

ଦେଶରେ ଜାରି ରହିଛି କୋଭିଡ ବିରୋଧି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଦେଶରେ ୭୨ କୋଟି ଟପିଛି ଟୀକାକରଣ । ଅଧିକ ପଢନ୍ତୁ...

Vaccination; ଦେଶରେ 72 କୋଟି ପାର କଲା ଟୀକାକରଣ
Vaccination; ଦେଶରେ 72 କୋଟି ପାର କଲା ଟୀକାକରଣ

ନୂଆଦିଲ୍ଲୀ : ଦେଶରେ ଜାରି ରହିଛି କୋଭିଡ ବିରୋଧି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଦେଶରେ ୭୨ କୋଟି ଟପିଛି ଟୀକାକରଣ । 54 କୋଟି 58 ଲକ୍ଷ 47 ହଜାର 706 କୋରୋନାର ପ୍ରଥମ ଡୋଜ ହିତାଧିକାରୀଙ୍କୁ ଦିଆଯାଇଥିବା ବେଳେ 16 କୋଟି 94 ଲକ୍ଷ 6 ହଜାର 447 ଜଣଙ୍କୁ ଦ୍ବିତୀୟ ଡୋଜ ପ୍ରଦାନ କରାଯାଇଛି ।

ତୃତୀୟ ପର୍ଯ୍ୟାୟ ଟିକାକରଣ ଆଗେଇ ଚାଲିଛି । ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବା ଦିନ ଠାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ 18-44 ବର୍ଷର ବୟସର ଲୋକଙ୍କୁ 54 କୋଟି 58 ଲକ୍ଷ 47 ହଜାର 706 ପ୍ରଥମ ଡୋଜ ଦିଆଯାଇଛି । ସେହିପରି, 16 କୋଟି 94 ଲକ୍ଷ 6 ଲକ୍ଷ 447 ହିତାଧିକାରୀଙ୍କୁ ସେମାନଙ୍କୁ ଦ୍ବିତୀୟ ଡୋଜ ଦିଆହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ଜାନୁଆରୀ 16ରୁ ଦେଶବ୍ୟାପୀ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ (HCWs) କୋରୋନା ଟିକା ଦିଆଯାଇଥିଲା । ପରେ ଫେବୃଆରୀ ୨ରୁ କୋରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟୀକାକରଣ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ ମାର୍ଚ୍ଚରୁ ବୟସ୍କଙ୍କୁ ଆରମ୍ଭ ହୋଇଥିଲା ଭ୍ୟାକ୍ସିନେସନ । ୬୦ ବର୍ଷ ବୟସର ଲୋକଙ୍କୁ ଦିଆଯାଇଥିଲା କୋରୋନା ଟିକା । ସେପଟେ ଏପ୍ରିଲ୍ 1 ରୁ 45 ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କ ପାଇଁ ଦେଶରେ ଟୀକାକରଣ ଆରମ୍ଭ ହୋଇଥିଲା । ପରେ ମେ 1ରୁ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଭ୍ୟାକ୍ସିନ ଯୋଗାଇ ଦେଇଥିଲେ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.