ETV Bharat / bharat

ଭାରତକୁ ସମସ୍ତ ବିମାନ ଚଳାଚଳ ବନ୍ଦ କଲା ହଂକଂ

author img

By

Published : Apr 19, 2021, 10:00 AM IST

Updated : Apr 19, 2021, 10:17 AM IST

କୋରୋନା ସଂକ୍ରମଣ ଉଗ୍ରରୂପ ଧାରଣ କରିବା ପରେ ଭାରତର ସମସ୍ତ ବିମାନଚଳାଚଳ ବନ୍ଦ କଲା ହଂକଂ । ଏପ୍ରିଲ 20 ରୁ ମେ 3 ତାରିଖ ଯାଏଁ ସମସ୍ତ ବିମାନ ବନ୍ଦ ।

ଭାରତରୁ ସମସ୍ତ ବିମାନ ଚଳାଚଳ ବନ୍ଦ କଲା ହଂଗକଂଗ

ହଂକଂ: ଭାରତରୁ ହଂକଂକୁ ଉଡିବନି ବିମାନ । ଭାରତରୁ ସମସ୍ତ ବିମାନ ଚଳାଚଳା ଉପରେ ରୋକ୍‌ ଲଗାଇଛି ହଂକଂ ପ୍ରଶାସନ । ଏପ୍ରିଲ 20(ଆସନ୍ତାକାଲି)ରୁ ମେ 3 ତାରିଖ 14 ଦିନ ଯାଏଁ ସମସ୍ତ ବିମାନକୁ ସ୍ଥଗିତ ରଖିଛି । ଭାରତ ବ୍ୟତୀତ ପାକିସ୍ତାନ ଓ ଫିଲିଫାଇନ୍ସକୁ ମଧ୍ୟ ଉଡାଣ ବନ୍ଦ କରିଛି ହଂକଂ ।

ଚଳିତ ମାସରେ 2ଟି ଭିସ୍ତାରା ବିମାନରେ 50 ଜଣ ଯାତ୍ରୀ ହଂକଂରେ ପହଞ୍ଚିବା ପରେ କୋଭିଡ ଚିହ୍ନଟ ହୋଇଥିଲେ । ଏହା ପରେ ହଂକଂ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ରବିବାର ହଂକଂ ସରକାର ମୁମ୍ବାଇ-ହଙ୍କ ରୁଟରେ ସମସ୍ତ ଭିସ୍ତାରା ବିମାନକୁ ମେ 2 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଭିସ୍ତାରା ବିମାନରୁ 3 ଜଣ ଯାତ୍ରୀଙ୍କ ଠାରେ କୋରୋନା ଠାବ ହୋଇଥିଲା ।

ସୂଚନାଯୋଗ୍ୟ, ଭାରତରେ ଦୈନିକ ସଂକ୍ରମଣ ଦୁଇ ଲକ୍ଷ ଅତିକ୍ରମ କରୁଛି । ମୃତକ ସଂଖ୍ୟା ହଜାରରେ ଊର୍ଦ୍ଧ୍ବ ରହିଛି । ଅନ୍ୟପଟେ ହଂକଂରେ 11 ହଜାର 6 ଶହ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 209 ଜଣଙ୍କ ମୃତ୍ୟୁ ହୋଇଛି ।

@ANI

Last Updated : Apr 19, 2021, 10:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.