ETV Bharat / bharat

ଘାତକ ଡେଲ୍ଟା ପ୍ଲସ ଭାରିଆଣ୍ଟ: ମହାରାଷ୍ଟ୍ରରେ ନେଲାଣି 5 ଜୀବନ, 66 ଆକ୍ରାନ୍ତ - Delta Plus variant Maharashtra

ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭାରିଆଣ୍ଟ କବଳରେ ୫ ଜଣଙ୍କ ମୃତ୍ୟୁ । ସଂକ୍ରମଣ ସଂଖ୍ୟା ୬୬କୁ ବୃଦ୍ଧି । ଅଧିକ ପଢନ୍ତୁ...

ଡେଲ୍ଟା ପ୍ଲସ କବଳରେ ମହାରଷ୍ଟରୁ ୫ ମୃତ, ୬୬ ସଂକ୍ରମିତ

author img

By

Published : Aug 14, 2021, 10:36 AM IST

ମୁମ୍ବାଇ: ଘାତକ ହେଉଛି ଡେଲ୍ଟା ପ୍ଲସ ଭାରିଆଣ୍ଟ । ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭାରିଆଣ୍ଟ କବଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ସବୁଠୁ ବଡ କଥା ହେଉଛି କି ମୃତକଙ୍କ ମଧ୍ୟରୁ ୨ ଜଣ ୨ ଡୋଜ୍ ଟିକା ନେଇ ଥିବାବେଳେ ୨ ଜଣ ଗୋଟିଏ ଡୋଜ୍ ଲେଖାଏଁ ନେଇଥିଲେ । ଅନ୍ୟଜଣେ ଟିକା ନେଇଥିଲେ କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ ।

ମହାରାଷ୍ଟ୍ରର ରତ୍ନାଗିରିରୁ ୨ ଜଣ ଏବଂ ମୁମ୍ବାଇ, ବିଡ୍ ଏବଂ ରାୟଗଡରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତ ବ୍ୟକ୍ତିଙ୍କ ବୟସ 65 ବର୍ଷରୁ ଅଧିକ ହେବ ଏବଂ ସେମାନଙ୍କର ଅନ୍ୟାନ୍ୟ ରୋଗ ଥିଲା । ତେବେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ସଂକ୍ରମଣ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି । ମୋଟ ସଂକ୍ରମଣଙ୍କ ମଧ୍ୟରୁ ୩୨ ଜଣ ପୁରୁଷ ଥିବାବେଳେ ୩୪ ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ୧୮ ବର୍ଷରୁ କମ୍ ବୟସ୍କା ଥିବା ଜଣାପଡିଛି ।

ଯଦି ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧିପାଏ ତେବେ ପୁଣିଥରେ ଲକଡାଉନ ଘୋଷଣା କରାଯିବ ବୋଲି ଗତ ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଠାକରେ କହିଛନ୍ତି ଯେ COVID-19 ର ତୃତୀୟ ଲହର ପୂର୍ବରୁ ପ୍ରଶାସନ ପ୍ରସ୍ତୁତି ଜାରିରଖିଛି । ଏପରେ ଡେଲ୍ଟ ପ୍ଲସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବ ବାଣିଜ୍ୟ ନଗର ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.