ETV Bharat / bharat

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚିଲା 4 ଟନ୍ ଅକ୍ସିଜେନ - ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚିଲା 4 ଟନ୍ ଅକ୍ସିଜେନ

ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚିଲା 4 ଟନ୍ ଅକ୍ସିଜେନ । କୋଭିଡ୍ ମାମଲାରେ ବୃଦ୍ଧି ହେତୁ ଅମ୍ଳଜାନ ଅଭାବ ମଧ୍ୟରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ୍ (SGRH) ରେ ସୋମବାର ସକାଳେ 4 ଟନ୍ ଅକ୍ସିଜେନ ପହଞ୍ଚିଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚିଲା 4 ଟନ୍ ଅକ୍ସିଜେନ

author img

By

Published : Apr 26, 2021, 2:41 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚିଲା 4 ଟନ୍ ଅକ୍ସିଜେନ । କୋଭିଡ୍ ମାମଲାରେ ବୃଦ୍ଧି ହେତୁ ଅମ୍ଳଜାନ ଅଭାବ ମଧ୍ୟରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ୍ (SGRH) ରେ ସୋମବାର ସକାଳେ 4 ଟନ୍ ଅକ୍ସିଜେନ ପହଞ୍ଚିଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ ପାଇଛି । ସୂତ୍ରରୁ ପ୍ରକାଶ ଯେ, ହସ୍ପିଟାଲରେ ପ୍ରତିଦିନ 10,000 କ୍ୟୁବିକ ମିଟର ବ୍ୟବହାର ହେଉଛି, କିନ୍ତୁ ସକାଳ 7 ଟା ପର୍ଯ୍ୟନ୍ତ ଉପଲବ୍ଧ ଅମ୍ଳଜାନର ସମୁଦାୟ ଷ୍ଟକ୍ 4000 କ୍ୟୁବିକ ମିଟର ଥିଲା ଯାହା କେବଳ 8 ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।

ଜାତୀୟ ରାଜଧାନୀର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଦ୍ରୁତ ଗତିରେ ବଢୁଥିବା କୋରୋନା ଭାଇରସ୍ ରୋଗର ଚାପରେ ଗତି କରୁଛି । ଗତ ଏକ ସପ୍ତାହ ମଧ୍ୟରେ, ରାଜ୍ୟର ଅନେକ ଡାକ୍ତରଖାନା SOS ବାର୍ତ୍ତା ପଠାଇଛି ଏବଂ ଅମ୍ଳଜାନରେ ତୀବ୍ର ଅଭାବକୁ ବାରମ୍ବାର ଦର୍ଶାଇଛନ୍ତି । ଗୁରୁବାର ଠାରୁ ଲଗାତାର ତିନି ଦିନ ପାଇଁ ଗଙ୍ଗା ରାମ ଡାକ୍ତରଖାନା ଏହି ପ୍ରସଙ୍ଗ ଉଠାଇଛି । ଗୁରୁବାର ଦିନ ହସ୍ପିଟାଲର 25 ଜଣ ଅସୁସ୍ଥ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି ।

ତେବେ ସୋମବାର ଦିଲ୍ଲୀରେ 22,933 ନୂତନ କୋଭିଡ ମାମଲା ଚିହ୍ନଟ ହୋଇଥିବା ବେଳେ 350 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.