ETV Bharat / bharat

ଜର୍ମାନ ଓ ବ୍ରିଟେନରୁ 4ଟି କ୍ରିୟୋଜେନିକ ଅକ୍ସିଜେନ କଣ୍ଟେନର ଆଣିଲା ଭାରତ

ଜର୍ମାନର ଫ୍ରାଙ୍କଫ୍ରୁଟ ଓ ବ୍ରିଟେନରୁ 4ଟି କ୍ରିୟୋଜେନିକ ଅକ୍ସିଜେନ କଣ୍ଟେନର ନେଇ ନୂଆଦିଲ୍ଲୀରେ ପହଞ୍ଚିଛି ଭାରତୀୟ ବାୟୁସେନାର ବିମାନ ସି-17 । ଅଧିକ ପଢନ୍ତୁ...

ଆଇଏଏଫର ବିମାନ ସି-17
ଆଇଏଏଫର ବିମାନ ସି-17
author img

By

Published : May 3, 2021, 12:02 PM IST

ନୂଆଦିଲ୍ଲୀ: କୋରୋନା ମହମାରୀର ଏହି ସଙ୍କଟ ସହିତ ଡାକ୍ତରଖାନାରେ ଅକ୍ସିଜେନ ଅଭାବ ଚିନ୍ତାର କାରଣ ପାଲଟିଛି । ଏନେଇ ଭାରତୀୟ ବାୟୁସେନା ସି-17 ବିମାନରେ ଜର୍ମାନର ଫ୍ରାଙ୍କଫ୍ରୁଟ ଓ ବ୍ରିଟେନରୁ 4ଟି କ୍ରିୟୋଜେନିକ ଅକ୍ସିଜେନ କଣ୍ଟେନର ନେଇ ନୂଆଦିଲ୍ଲୀର ହିନ୍ଦନରେ ଅବତରଣ କରିଛି ।

ଏହା ସହିତ ବ୍ରିଟେନରୁ 450 ଅକ୍ସିଜେନ ସିଲିଣ୍ଡର ତାମିଲନାଡୁର ଚେନ୍ନାଇ ଏୟାର ବେସରେ ଅବତରଣ କରିଛି। ଏହା ସହିତ ଚଣ୍ଡିଗଡରୁ ଭୁବନେଶ୍ବରକୁ ସି-17 ବିମାନ ଦୁଇଟି କ୍ରିୟୋଜେନିକ ଅକ୍ସିଜେନ କଣ୍ଟେନର ଯୋଗାଇଛି । ଦୁଇଟି ଯୋଦ୍ଧପୁରରୁ ଜାମୁନଗର, ଦୁଇଟି ହିନ୍ଦନରୁ ରାଞ୍ଚି, ଦୁଇଟି ଇନ୍ଦୋରରୁ ଜାମନଗର ଏବଂ ଦୁଇଟି ହିନ୍ଦନରୁ ଭୁବନେଶ୍ବର ପଠାଯାଇଥିବା ସୂଚନା ଦେଇଛି ଭାରତୀୟ ବାୟୁ ସେନା ।

ସି -17 ପରିବହନ ବିମାନ ସିଙ୍ଗାପୁରରୁ ଅଧିକ ଅମ୍ଳଜାନ କଣ୍ଟେନର ସହିତ ଉଡାଣ ଭରିବାକୁ ପ୍ରସ୍ତୁତ ହେଉଛି ବୋଲି ଗୃହ ମନ୍ତ୍ରଣାଳୟ ସୂଚନା ମିଳିଛି । ଆଇଏଏଫ ସି-17 ପରିବହନ ବିମାନ ଆଜି ସିଙ୍ଗାପୁରରୁ ଅଧିକ ଖାଲି ଅମ୍ଳଜାନ କଣ୍ଟେନର ସହିତ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛି । ପରବର୍ତ୍ତୀ ସମୟରେ ଏହି କଣ୍ଟେନରଗୁଡିକ ଅମ୍ଳଜାନ ବିତରଣରେ ବ୍ୟବହାର ହେବ । ଏହି ବିମାନଗୁଡିକ ଗୃହମନ୍ତ୍ରଣାଳୟ ଦ୍ବାରା ସଂଯୋଜନା କରଯାଉଛି ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଏମଏଚଏର ସଚିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.