ETV Bharat / bharat

ବଢିଲା ବିମାନ ଭଡା, କମିଲା ଯାତ୍ରୀ ସଂଖ୍ୟା

author img

By

Published : May 29, 2021, 9:31 AM IST

ପୁଣି ମହଙ୍ଗା ହେଲା ବିମାନ ଯାତ୍ରା । 15 ପ୍ରତିଶତ ବିମାନ ଭଡା ବଢାଯାଇ ଥିବାବେଳେ ବିମାନରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି । କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଇଛି ଏପରି ନିଷ୍ପତ୍ତି । ଅଧିକ ପଢନ୍ତୁ...

ବଢିଲା ବିମାନ ଭଢା, କମିଲା ଯାତ୍ରୀ ସଂଖ୍ୟା
ବଢିଲା ବିମାନ ଭଢା, କମିଲା ଯାତ୍ରୀ ସଂଖ୍ୟା

ନୂଆଦିଲ୍ଲୀ: କୋରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧିକୁ ଦେଖି ବିମାନରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଭଡା ମଧ୍ୟ ବଢିଛି । 15 ପ୍ରତିଶତ ବିମାନ ଭଡା ବୃଦ୍ଧି ପାଇଛି । ଆସନ୍ତା ଜୁଲାଇ 1ରୁ ଜୁଲାଇ 31 ପର୍ଯ୍ୟନ୍ତ ଏହି ନିୟମ ଲାଗୁରହିବ ।

ବର୍ତ୍ତମାନ ସୁଦ୍ଧା ଘରୋଇ ବିମାନ ଭଡା ସର୍ବନିମ୍ନ 2,200 ରୁ 7,200 ଟଙ୍କା ଥିବାବେଳେ ସର୍ବାଧିକ ମୂଲ୍ୟ 7,800 ରୁ 24,200 ଟଙ୍କା ମଧ୍ୟରେ ରହିଛି । ଜୁନ୍ 1ରୁ ସରକାର ସର୍ବନିମ୍ନ ଭଡା 2600ରୁ 7,800 ଟଙ୍କା ଏବଂ ସର୍ବାଧିକ 8,700 ରୁ 24,200 ଟଙ୍କା ବୃଦ୍ଧି ସହ ବିମାନ ଚଳାଚଳ ସ୍ଥାନକୁ ପର୍ଯ୍ୟାପ୍ତ କରାଯିବ । ସେହିପରି ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନରେ ଯାତ୍ରୀସଂଖ୍ୟା 80 ପ୍ରତିଶତରୁ 50 ପ୍ରତିଶତକୁ ହ୍ରାସ କରାଯାଇଛି ।

ସୂଚନାନୁସାରେ, ଏହି ସପ୍ତାହରେ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲାଙ୍କ ସହ ଏକ ବୈଠକରେ ବିମାନ ସେବା ପ୍ରତିନିଧୀମାନେ ଦେଶରେ କୋଭିଡ-19 ର ଦ୍ୱିତୀୟ ଲହର ମୁକାବିଲା କରିବା ପାଇଁ କେନ୍ଦ୍ରରୁ ଆର୍ଥିକ ସହାୟତା ମାଗିବା ସହ ବିମାନର କ୍ଷମତାକୁ 60 ପ୍ରତିଶତରୁ କମ୍ କରିବାକୁ ଅନୁରୋଧ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.