ETV Bharat / bharat

ଭାରତକୁ 300 ଅକ୍ସିଜେନ କନସେନଟ୍ରେଟର ପଠାଇଲା ହଂକଂ - ଭାରତକୁ ହଙ୍ଗ କଙ୍ଗର ସହାୟତା

ଗୁରୁବାର ରାତିରେ ହଂକଂ ରୁ 300 ଅକ୍ସିଜେନ କନସେନଟ୍ରେଟର ଭାରତରେ ପହଞ୍ଚିଛି । ଅଧିକ ପଢନ୍ତୁ...

300 ଅକ୍ସିଜେନ କନସେନଟ୍ରେଟର
300 ଅକ୍ସିଜେନ କନସେନଟ୍ରେଟର
author img

By

Published : Apr 30, 2021, 9:02 AM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ସହିତ ଲଢେଇ କରୁଛି ଭାରତ । ଏହି ଲଢେଇରେ ଭାରତକୁ ବଢିଛି ସହାୟତାର ହାତ । ଗୁରୁବାର ରାତିରେ ହଂକଂରୁ 300 ଅକ୍ସିଜେନ କନସେନଟ୍ରେଟର ଭାରତରେ ପହଞ୍ଚିଛି ।

ହଂକଂ ଯୋଗାଇଥିବା ସାମଗ୍ରୀ ଭାରତକୁ ସହାୟତା ଯୋଗାଇବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ଟ୍ବିଟ କରି କହିଛନ୍ତି । ବିଶ୍ବ ସହଯୋଗ ରଣନୀତି ଆରମ୍ଭ ହୋଇଛି । ଇଣ୍ଡିଗୋ ଏୟାର ବିମାନରେ ହଂକଂ ରୁ 300 ଅସ୍କିଜେନ କନସେନଟ୍ରେଟର ଓ ଅନ୍ୟାନ ମେଡିକାଲ ଉପକରଣ ଦିଲ୍ଲୀରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ।

ଏହା ସହିତ ପୂର୍ବରୁ ବ୍ରିଟେନରୁ 120 ଅକ୍ସିଜେନ କନସେନଟ୍ରେଟର ଭାରତରେ ପହଞ୍ଚିଛି । ଋଷିଆ ମଧ୍ୟ ଅସ୍କିଜେନ କନସେନଟ୍ରେଟର ଓ ଭେଣ୍ଟିଲେଟର ଉପକରଣ ଆଦି ଭାରତକୁ ଯୋଗାଇଛି । ଭାରତରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି କୋରୋନା । ସଂକ୍ରମଣ ସହିତ ଅମ୍ଳଜାନ ଅଭାବ ଭାରତର ଚିନ୍ତା ବଢିବାର ଲାଗିଛି । ଭାରତରେ ଦୈନିକ ସଂକ୍ରମଣ 4ଲକ୍ଷ ମୁହାଁ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.