ETV Bharat / bharat

ଦେଶୀ ଟିକାକୁ ଅନ୍ତର୍ଜାତୀୟ ଝଟକା, Covaxin ଜରୁରୀକାଳୀନ ବ୍ୟବହାରକୁ ଆମେରିକାର ଖାରଜ

ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ନିର୍ମାତା କମ୍ପାନୀ ଭାରତ ବାୟୋଟେକକୁ ଆମେରିକାରୁ ଲାଗିଛି ଝଟକା । ଆମେରିକାର ଖାଦ୍ୟ ଓ ଔଷଧ ନିୟନ୍ତ୍ରକ ଏଫଡିଏ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତିକୁ କରିଛି ଖାରଜ । ଅଧିକ ପଢନ୍ତୁ...

ଭାରତ ବାୟୋଟେକକୁ ଝଟକା, Covaxin ଜରୁରୀକାଳୀନ ବ୍ୟବହାର ଆବେଦନ ଖାରଜ କଲା ଆମେରିକା

author img

By

Published : Jun 11, 2021, 3:55 PM IST

Updated : Jun 11, 2021, 4:13 PM IST

ନୂଆଦିଲ୍ଲୀ: ସ୍ବଦେଶୀ ଟିକାକୁ ଅସ୍ତ୍ର କରି ମହାମାରୀ କୋରୋନା ବିରୋଧରେ ଯୁଦ୍ଧ ଲଢୁଛି ଭାରତ । ଏହାରି ମଧ୍ୟରେ ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ନିର୍ମାତା କମ୍ପାନୀ ଭାରତ ବାୟୋଟେକକୁ ଆମେରିକାରୁ ଲାଗିଛି ଝଟକା । ଆମେରିକାର ଖାଦ୍ୟ ଓ ଔଷଧ ନିୟନ୍ତ୍ରକ ଏଫଡିଏ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତିକୁ କରିଛି ଖାରଜ ।

ଭାରତୀୟ ଭ୍ୟାକ୍ସିନର ବ୍ୟବହାର ମଞ୍ଜୁରୀ ହାସଲ କରିବା ପାଇଁ ଅତିରିକ୍ତ ରିପୋର୍ଟ ସହ ଜୈବିକ ଲାଇସେନ୍ସ ଆବେଦନ(ବିଏଲଏ)କୁ ଅନୁରୋଧ ଏଫଡିଏ ଆମେରିକାର ସହଯୋଗୀ ଓକ୍ୟୁଜେନ ଇଙ୍କକୁ ପରାମର୍ଶ ଦେଇଛି । ଏଭଳି ସ୍ଥିତିରେ କୋଭାକ୍ସିନକୁ ଆମେରିକାରୁ ମଞ୍ଜୁରୀ ମିଳିବାକୁ ଆକୁ କିଛି ଦିନ ସମୟ ଲାଗିପାରେ ।

ଓକ୍ୟୁଜେନ ଗୁରୁବାର ଏକ ବୟାନରେ କହିଛି ଏଫଡିଏ ପରାମର୍ଶ ଅନୁଯାୟୀ, କୋଭାକ୍ସିନ ପାଇଁ ବିଏଲଏ ଦାଖଲ କରାଯିବ । ବିଏଲଏ ଏଫଡିଏର ପୂର୍ଣ୍ଣ ଅନୁମୋଦନ ବ୍ୟବସ୍ଥା । ଏହା ଆଧାରରେ ଔଷଧ ଓ ଟିକାକୁ ମଞ୍ଜୁରୀ ମିଳିଥାଏ ।

ଓକ୍ୟୁଜେନ କହିଛନ୍ତି, ଟିକା ପାଇଁ କମ୍ପାନୀ ଆଉ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିବ ନାହିଁ। ଏଫଡିଏ ମାଷ୍ଟରଫାଇଲ ବାବଦରେ ଓକ୍ୟୁଜେନକୁ ଏହି ପ୍ରତିକ୍ରିୟା ଦେଇଛି । ଏହାର ଟିକା ପାଇଁ ଆବେଦନ ପରିବର୍ତ୍ତେ ଓକ୍ୟୁଜେନକୁ ଏକ ବିଏଲଏ ଅନୁରୋଧ ଦାଖଲ କରିବା ପାଇଁ ପରାମର୍ଶ ଦିଆଯାଇଛି | ଏହା ସହିତ କିଛି ଅତିରିକ୍ତ ସୂଚନା ଏବଂ ତଥ୍ୟ ପାଇଁ ଏକ ଅନୁରୋଧ ମଧ୍ୟ କରାଯାଇଛି ।

Last Updated : Jun 11, 2021, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.