ETV Bharat / bharat

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: DCGIକୁ ତଥ୍ୟ ଦେଲା ଭାରତ ବାୟୋଟେକ - କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇ DCGIକୁ ତଥ୍ୟ ଦାଖଲ କରିଛି ଟିକା ଉତ୍ପାଦନକାରୀ କମ୍ପାନୀ ଭରତ ବାୟୋଟେକ । ଅଧିକ ପଢନ୍ତୁ...

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ : DCGIକୁ ତଥ୍ୟ ଦେଲା ଭାରତ ବାୟୋଟେକ

author img

By

Published : Jun 22, 2021, 7:13 AM IST

ନୂଆଦିଲ୍ଲୀ: କୋଭାକ୍ସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟର ସଫଳ ଟ୍ରାଏଲ ପରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ହାଇଦ୍ରାବାଦର ଭାରତ ବାୟୋଟେକକୁ ମିଳିଥିଲା ମଞ୍ଜୁରୀ । ତେବେ କ୍ଲିନିକାଲ ପରୀକ୍ଷଣ କରାଯାଇ ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆକୁ (DCGI) ଏକ ତଥ୍ୟ ଦାଖଲ କରିଛି ଟିକା ଉତ୍ପାଦନକାରୀ କମ୍ପାନୀ ଭରତ ବାୟୋଟେକ ।

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ତଥ୍ୟ ଗ୍ରହଣ କରିଛୁ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଭାରତରେ ବ୍ୟବହୃତ ହୋଇଥିବା 3ଟି ଟିକା ମଧ୍ୟରୁ ଭାରତ ବାୟୋଟେକର କୋଭାକ୍ସିନ୍ ଅନ୍ୟତମ ।

ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ସହିତ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛି।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କିଛି ଦିନ ପୂର୍ବେ ଏକ ସାମ୍ବାଦିକ ସମ୍ମିଳନୀରେ ସଦସ୍ୟ ନୀତି ଆୟୋଗ ତଥା ଦେଶର କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡ. ଭି.କେ ପାଲ କହିଛନ୍ତି ଯେ କମ୍ପାନୀ ସାତ ଦିନ ଭିତରେ ଏନେଇ ତଥ୍ୟ ଦାଖଲ କରିବ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.