ଗାନ୍ଧୀନଗର: ସ୍ତ୍ରୀ ଓ ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିବା ଘଟଣାର ଶୁଣାଣି କରିଛନ୍ତି କୋର୍ଟ(10 Year Old Double Murder Case) । ୧୦ ବର୍ଷ ପରେ ଅଭିଯୁକ୍ତକୁ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଗୁଜୁରାଟରେ ଏହି ଡବଲ ମର୍ଡର ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ଆରାଭଳି କୋର୍ଟ(Aravalli Session Court ) । ଅଭିଯୁକ୍ତ ହେଲା ଓ୍ବାନକାନାର ଗ୍ରାମର ଅରବିନ୍ଦ ମାର୍ତା ଦାମୋର(Arvind Marta Damor) ।
କଣ ଥିଲା ଘଟଣା
୧୦ ବର୍ଷ ପୂର୍ବେ ଅରବିନ୍ଦ ନିଜ ସ୍ତ୍ରୀ ଏବଂ ୫ ବର୍ଷର ଝିଅକୁ ହତ୍ୟା କରିବା ପରେ କାଟି ଟିକ୍ଟିକ୍ କରିଦେଇଥିଲା । ହତ୍ୟା କରିବା ପରେ ୨୧ ଖଣ୍ଡ କରି ଏକ କୂଅରେ ଫୋପାଡି ଦେଇଥିଲା । ପୋଲିସର କହିବା ଅନୁସାରେ(According to police), "୧୦ ବର୍ଷ ପୂର୍ବେ ଅରବିନ୍ଦଙ୍କ ଦ୍ବିତୀୟ ସ୍ତ୍ରୀ ହସୁମତି ପ୍ରଥମ ସ୍ତ୍ରୀଙ୍କ ପୁଅର ବିବାହକୁ ଯିବା ପାଇଁ ଜିଦି କରିଥିଲେ( First Wife's Son's Wedding) । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତିକ୍ତତା କିଛି ସମୟ ପରେ ଉଗ୍ରରୂପ ନେଇଥିଲା । ଫଳରେ ସାତ ଜନ୍ମର ସାଥି ହେବାକୁ କଥା ଦେଇଥିବା ସ୍ବାମୀ ସଇତାନ ପାଲଟି ଯାଇଥିଲା । ଅରବିନ୍ଦ ଏବଂ ତାଙ୍କର ଦୁଇଜଣ ସହଯୋଗୀ ମିଶି ହସୁମତିଙ୍କ ସହ ତାଙ୍କର ୫ ବର୍ଷୀୟ କନ୍ୟାକୁ ହତ୍ୟା କରିଥିଲେ । ଏହାପରେ ସେମାନେ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ୨୧ ଖଣ୍ଡ କରି କୂଅରେ ଫିଙ୍ଗି ଦେଇଥିଲେ । ତେବେ କିଛି ଦିନ ପରେ ଦୁର୍ଗନ୍ଧ ହେବାରୁ ଏକ ଚାଷୀ ପୋଲିସକୁ ଖବର ଦେଇଥିଲେ । "
ଏହା ମଧ୍ୟ ପଢନ୍ତୁ: Golden Globes ଆୱାର୍ଡ ହାତେଇଲା RRRର ନାଟୁ ନାଟୁ ଗୀତ
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ମୃତଦେହ ଖଣ୍ଡ ଖଣ୍ଡ ହୋଇଥିବାରୁ ମୃତକଙ୍କ ପରିଚୟ ପାଇବାରେ ବିଫଳ ହୋଇଥିଲା ପୋଲିସ । ଏହାପରେ ହାତରେ ଥିବା ଏକ ଟାଟୋକୁ ଦେଖି ତଦନ୍ତ ଆରମ୍ଭ କରିଥିଲା । ମହିଳାଙ୍କ ହାତେର HB ନାମରେ ଏର ଟାଟୋ ରହିଥିଲା । ଟାଟୋ ଅନୁଯାୟୀ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିଥିଲା ପୋଲିସ । ସ୍ବାମୀ ଅରବିନ୍ଦଙ୍କ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତେବେ ଗତକାଲି ପୋଲିସ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସଜ୍ଜା ଶୁଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ