ETV Bharat / bharat

ଗିରଫର କିଛି ଘଣ୍ଟା ପରେ BJP ବିଧାୟକଙ୍କୁ ଜାମିନ - ରାଜା ସିଂହଙ୍କୁ ଜାମିନ

ଗିରଫର ମାତ୍ର କେଇ ଘଣ୍ଟା ନପୁରୁଣ ଜାମିନରେ ଆସିଲେ । ମଙ୍ଗଳବାର ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ଜାମିନ । ଅଧିକ ପଢନ୍ତୁ

ଗିରଫର କେଇ ଘଣ୍ଟା ପରେ BJP ବିଧାୟକଙ୍କୁ ଜାମିନ

author img

By

Published : Aug 24, 2022, 9:19 AM IST

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଲେ । ଗିରଫ ବି ହେଲେ ଦଳରୁ ବହିଷ୍କାର ମଧ୍ୟ ହେଲେ । ଗିରଫର ମାତ୍ର କେଇ ଘଣ୍ଟା ନପୁରୁଣ ଜାମିନରେ ଆସିଲେ । ମଙ୍ଗଳବାର ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ଜାମିନ ମିଳିଛି । ତାଙ୍କୁ ଗିରଫ କରି ପୋଲିସ ହାଇଦ୍ରାବାଦର ନାମପଲ୍ଲୀ କୋର୍ଟରେ ହାଜର କରିଥିଲା । ସେଠାରେ କୋର୍ଟ ପ୍ରଥମେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପରେ ରିମାଣ୍ଡ ନିର୍ଦ୍ଦେଶକୁ ଫେରାଇ ନେବା ସହ ତାଗିଦ କରି ଜାମିନ ପ୍ରଦାନ କରିଥିଲେ । ଜାମିନ ପାଇବା ପରେ ବିଧାୟକ ରାଜା ସିଂହ ଖୁସି ମନାଉଥିବା ଦେଖିବାକୁ ମିଳିଥିଲା।

ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିଦାୟୀୟ ଟିପ୍ପଣୀକୁ ବିବାଦ ଥମିନଥିବା ବେଳେ ପୁଣି ତେଲେଙ୍ଗାନା ବିଜେପି ବିଧାୟକଙ୍କ ବିବାଦୀୟ ବୟାନ ରାଜନୀତିରେ ଉଷ୍ମତା ଭରିଥିଲା । ଦୁଇ ଦୁଇ ଥର ଗୋଶାମହଲ ବିଧାୟକ ରାଜା ସିଂହ ଷ୍ଟାଣ୍ଡ ଅଫ କମେଡିଆନ ମୁନାୱାରଙ୍କୁ ସମାଲୋଚନା କରି ଏକ ୧୦ ମିନିଟର ଭିଡିଓ ଜାରି କରିଥିଲେ । ସେଥିରେ ସେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ହାଇଦ୍ରାବାଦରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା । ରାଜା ସିଂହଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ତାଙ୍କୁ ଦଳରୁ ବହିଷ୍କାର କରାଯିବା ସହ ୧୦ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା ।

ଏହା ବି ପଢନ୍ତୁ...ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ, BJP ବିଧାୟକ ଗିରଫ

ରାଜା ସିଂହଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ବିଭିନ୍ନ ପୋଲିସ ଷ୍ଟେସନରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ କରାଯାଇଥିଲା । ବିଧାୟକଙ୍କ ନାମରେ ଦାବିପୁର ଥାନାରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିଲା । ସାମ୍ପ୍ରଦାୟିକ ବିବାଦୀୟ ବୟାନ ଦେଇ ଅସ୍ଥିରତା ସୃଷ୍ଟି କରିବା ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ (IPC) ଧାରା ୨୯୫(A), ୧୫୩(A) ଏବଂ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଥିଲା ।

ଏହା ବି ପଢନ୍ତୁ...ଦଳରୁ ନିଲମ୍ବିତ ହେଲେ ଗିରଫ ବିଜେପି ବିଧାୟକ

ଘଟଣାକୁ ନେଇ ଏଆଇଏମଆଇଏମ ନେତା ଅସଦ୍ଦୁଦ୍ଦିନ ଓୱେସି ଟି ରାଜାଙ୍କ ଏପରି ବୟାନକୁ ଦୃଢ ନିନ୍ଦା କରିଥିଲେ । ବିଜେପିର ବଡ ନେତାଙ୍କ ବିନା ଅନୁମତିରେ ଏଭଳି ବିବାଦୀୟ ବୟାନ ଦିଆଯାଇପାରିବ ନାହିଁ । ତେଣୁ ବିଜେପି ହିଁ ତେଲେଙ୍ଗାନାରେ ଶାନ୍ତି ବିଗାଡିବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି AIMIM ନେତା ଅସଦ୍ଦୁଦ୍ଦିନ ଓୱେସି । ଆଗକୁ ମୁନୁଗୋଡ ବିଧାନସଭା ଉପନିର୍ବାଚନ ହେବାକୁ ଥିବାବେଳେ ବିଜେପି ସାମ୍ପ୍ରତିକ ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.