ETV Bharat / bharat

Manish Sisodia Bail Plea: ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ, ଆସନ୍ତା ୫ ଯାଏଁ ଜେଲରେ ରହିବେ

author img

By

Published : Mar 25, 2023, 1:36 PM IST

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖିଲେ ଦିଲ୍ଲୀ କୋର୍ଟ । ଆସନ୍ତା ୫ରେ ହେବ ଶୁଣାଣି । ଅଧିକ ପଢନ୍ତୁ

Manish Sisodia Bail Plea
Manish Sisodia Bail Plea

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ନ୍ୟାୟିକ ହେପାଜତରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ ରଖାଯାଇଛି । ଦିଲ୍ଲୀ କୋର୍ଟ ଆସନ୍ତା ୫ ତାରିଖ ଯାଏଁ ଆବେଦନର ଶୁଣାଣିକୁ ସ୍ଥଗିତ ରଖିଥିବା ବେଳେ ଜେଲରେ ରହିବେ ସିସୋଦିଆ । ଆସନ୍ତା ଏପ୍ରିଲ ୫ ତାରିଖରେ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ହେବ ।

ଏନେଇ ସିସୋଦିଆଙ୍କ ଓକିଲ କହିଛନ୍ତି, " ବର୍ତ୍ତମାନ ସୁଦ୍ଧା ଇଡିର କୌଣସି ଉତ୍ତର ମିଳିନାହିଁ । ମୋତେ ଜାବବ ପତ୍ର ଦାଖଲ କରିବା ପାଇଁ ସମୟ ଦରକାର ।'' ଓକିଲଙ୍କ ଏହି ଯୁକ୍ତି ପରେ କୋର୍ଟ ଶୁଣାଣିକୁ ସ୍ଥଗିତ ରଖିଛନ୍ତି । କହିରଖୁଛୁ କି, ଆସନ୍ତା ୫ ତାରିଖରେ ସିସୋଦିଆଙ୍କ ନ୍ୟାୟିକ ହେପାଜତ ସମୟ ଶେଷ ହେବ ।

ସୂଚନାଅନୁସାରେ, ଦିଲ୍ଲୀ ଅବକରୀ ନୀତି ମାମଲାରେ ଆସନ୍ତା ୩୧ ତାରିଖରେ ରାୟ ପ୍ରକାଶ କରାଯିବ ବୋଲି ଗତକାଲି(ଶୁକ୍ରବାର) ଘୋଷଣା କରାଯାଇଥିଲା । ଜାମିନ ଆବେଦନ ଉପରେ ସ୍ବତନ୍ତ୍ର ଜଜ୍ ଏମ କେ ନାଗପାଲ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି । ଏହାକୁ ନେଇ କୋର୍ଟ କହିଛନ୍ତି, " ଅଭିଯୁକ୍ତଙ୍କୁ ନିୟମିତ ଜାମିନ ପ୍ରଦାନ ବିରୋଧରେ ସିବିଆଇ ପକ୍ଷରୁ ଏକ ସଂକ୍ଷିପ୍ତ ଉତ୍ତର ଦିଆଯାଇଛି । ଏହାର କପି ଏବଂ ଆନୁସଙ୍ଗିକ ଦଲିଲ ଅଭିଯୁକ୍ତର ଓକିଲକୁ ଦିଆଯାଇଛି । "

ଏହା ମଧ୍ୟ ପଢନ୍ତୁ: Karnataka Assembly Polls: କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, ବରୁଣରୁ ଲଢିବେ ସିଦ୍ଧରମୈୟା

ପ୍ରକାଶଥାଉକି, କୋର୍ଟ ସିସୋଦିଆଙ୍କ ଜାମିନ ଶୁଣାଣିକୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ସିବିଆଇ 7 ଦିନ ସିସୋଦିଆଙ୍କୁ ଜେରା କରିଥିଲା । ଏହି ମାମଲାରେ ଗତ ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ସିବିଆଇର ରିମାଣ୍ଡ ଶେଷ ହେବା ପରେ ସିସୋଦିଆଙ୍କୁ ନ୍ୟାୟିକ ହେପାଜତରେ ତିହାର ଜେଲକୁ ପଠାଯାଇଥିଲା । ଏହାପରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଙ୍କୁ ଇଡି ଗିରଫ କରିଥିଲା ।

ଦିଲ୍ଲୀ ସରକାର ୨୦୨୧ ମସିହାରେ ଅବକାରୀ ନୀତି ଲାଗୁ କରିଥିଲେ । ଏହି ନିୟମ ଅନୁସାରେ ଦିଲ୍ଲୀ ସରକାର ଘରୋଇ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଥିଲେ । ଏହାପରେ ସରକାରୀ ଦୋକାନଗୁଡ଼ିକୁ ବନ୍ଦ କରାଯାଇଥିଲା । ଅବକାରୀ ନୀତି ଓ ମଦ ବିକ୍ରି କରିବା ଲାଗି ଜାରି ହେଉଥିବା ଲାଇସେନ୍ସରେ ଘୋଟାଲା ନେଇ ଅଭିଯୋଗ ଆସିଥିଲା । ଏହାସହ ସିସୋଦିଆ ବାରମ୍ବାର ଏହି ନୀତିରେ ପରିବର୍ତ୍ତନ ଆଣିଥିଲେ । ଏପରି ଅନେକ ଅଭିଯୋଗ ଆସିବା ପରେ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଞ୍ଚ ଲାଗି ଆଦେଶ ଦେଇଥିଲେ । ଅଗଷ୍ଟ ୧୭ ତାରିଖରେ ସିବିଆଇ ଅବକାରୀ ନୀତି ଦୁର୍ନୀତି ମାମଲା ରୁଜୁ କରିଥିଲା ଓ ୧୯ ତାରିଖରେ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଚଢାଉ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.