ମୁମ୍ବାଇ: ମହାରାଷ୍ଟ୍ର ପୁଣେରେ ଅଭାବନୀୟ ଘଟଣା । ବୁଲା କୁକୁରଙ୍କ ଦୀର୍ଘ 2ବର୍ଷ ଧରି ନିଜ 11 ବର୍ଷୀୟ ନାବାଳକ ପୁଅକୁ ବନ୍ଦ କୋଠରରୀରେ ରଖିଥିଲେ ଦମ୍ପତି । ପୁଣେର ଖଣ୍ଡଓ୍ବାରେ ଏପରି ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ଶିଶୁ ସୁରକ୍ଷା ୟୁନିଟ ପହଞ୍ଚି ନାବାଳକୁ ଉଦ୍ଧାର କରିଛି । ଗୋଟିଏ କୋଠରୀରେ ପ୍ରାୟ 22 କୁକୁରଙ୍କ ସହ ନିୟମିତ 2ବର୍ଷ ରହିବା ପରେ ବାଳକଟିର ବ୍ଯବହାର ମଧ୍ୟ ଅସ୍ବାଭାବିକତା ପ୍ରକାଶ ପାଇବା ଯୋଗୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଦମ୍ପିତିଙ୍କୁ ଗିରଫ କରିଛି ପୋଲିସ । 2000 ସହିହା ଶିଶୁ ସୁରକ୍ଷା ଆଇନ (Care and Protection of Children, Act-2000) ଅନୁସାରେ ଦମ୍ପତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ନାବାଳର ପିତାଙ୍କ ନାମ ସଞ୍ଜୟ ଲୋଡରିଆ ଏବଂ ମାତା ଶିତଲ ଲୋଡରିଆ ବୋଲି ପ୍ରାଥମିକ ଭାବେ ପୋଲିସ ସ୍ପଷ୍ଟ କରିଛି । ସେମାନେ ରହୁଥିବା ଘରେ 20 ରୁ 22 କୁକୁର ଅଛନ୍ତି । ନିଜର 11 ବର୍ଷୀୟ ନାବାଳକ ପୁଅକୁ ଦମ୍ପତି ଏକ ବନ୍ଦ କଠୋରୀରେ ପ୍ରାୟ 2 ବର୍ଷ ଧରି ରଖି ଆସୁଥିଲେ । ତେବେ ଦମ୍ପତିଙ୍କର ଏପରି ବକୃତ କାର୍ଯ୍ୟକଳାପ ପଛର କାରଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣା ପଡିନଥିବା ବେଳେ ଉଭୟଙ୍କୁ ଜେରା ଜାରି ରହିଛି ।
ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନର ସଂଯୋଜିକା ଅପର୍ଣ୍ଣା ମୋଦାକ୍ କୌଣସି ସୂତ୍ରରୁ ଫୋନ୍ ମାଧ୍ୟମରେ ସୂଚନା ପାଇବା ପରେ ଦମ୍ପତିଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ । ପରେ ନାବାଳକଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ପିଲାଟିର ବ୍ୟବହାରରେ ମଧ୍ୟ ଅସ୍ବାଭାବିକତା ପ୍ରକାଶ ପାଇବାରୁ ତାକୁ ଚିକିତ୍ସା ପାଇଁ ପଠାଯାଇଛି । ଏହା ଏକ ଅମାନୁଷିକ ଘଟଣା ହୋଇଥିବା ବେଳେ ଆଇନରେ ଏପରି କାର୍ଯ୍ୟ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ମଧ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ