ETV Bharat / bharat

ପାକିସ୍ତାନ ଏଜେଣ୍ଟଙ୍କ ଫାସରେ ପଡିଥିଲେ ଭାରତୀୟ ଦମ୍ପତି, ଇରାନରୁ ସ୍ବଦେଶ ଫେରିଲେ

author img

By

Published : Jun 21, 2023, 7:13 PM IST

Updated : Jun 21, 2023, 8:12 PM IST

ଅହମ୍ମଦାବାଦ ଫେରିଲେ ଇରାନରେ ଅପହୃତ ହୋଇଥିବା ଭାରତୀୟ ଦମ୍ପତି । ଗାନ୍ଧୀନଗର ହସ୍ପିଟାଲର ଭର୍ତ୍ତି । ବିନା କାଗଜପତ୍ରରେ ଆମେରିକା ପାଇଁ ଏଜେଣ୍ଟଙ୍କ ଦ୍ବାରା ହୋଇଥିଲେ ଠକେଇର ଶିକାର । ଅଧିକ ପଢନ୍ତୁ

ସ୍ବଦେଶ ଫେରିଲେ ଇରାନରେ ଅପହୃତ ହୋଇଥିବା ଭାରତୀୟ ଦମ୍ପତି

ଗାନ୍ଧୀନଗର: ଗୁଜୁରାଟ ଫେରିଛନ୍ତି ଇରାନରେ ଅପହୃତ ହୋଇଥିବା ଭାରତୀୟ ଦମ୍ପତି । ଉଭୟ ଅହମ୍ମଦାବାଦରେ ପହଞ୍ଚିବା ପରେ ଯୁବକଜଣଙ୍କୁ ଚିକିତ୍ସା ପାଇଁ ଗାନ୍ଧୀନଗରର ଏକ ହସ୍ପିଟାଲକୁ ରେଫର କରାଯାଇଛି । ଦମ୍ପତି ପ୍ରତ୍ୟାବର୍ତ୍ତନ ପରେ ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଦମ୍ପତି ବିନା କୌଣସି ବୈଧ ପ୍ରମାଣପତ୍ରରେ ଏଜେଣ୍ଟ ଜରିଆରେ ଆମେରିକା ଯାତ୍ରା କରିବା ପାଇଁ ବାହାରିଥିଲେ । ହେଲେ ଉଭୟ ଇରାନରେ ଅପହରଣ ହୋଇ ନିର୍ଯାତନା ଶିକାର ହୋଇଥିବା ସୂଚନା ମିଳିଥିଲା ।

ଗୁଜୁରାଟର ନ୍ୟୁ-ନରୋଡା ଅଞ୍ଚଳର ଏହି ଦମ୍ପତି ପଙ୍କଜ ଓ ନିଶା ବିନା ଭିସାରେ ଆମେରିକା ଯିବା ପାଇଁ ସ୍ଥାନୀୟ ଜଣେ ଏଜେଣ୍ଟର ପ୍ରଲୋଭନର ଶିକାର ହୋଇଥିଲେ । ସମ୍ପୃକ୍ତ ଏଜେଣ୍ଟ ଏମାନଙ୍କୁ ଅହମ୍ମଦାବାଦରୁ ହାଇଦ୍ରାବାଦ-ଇରାନ ଦେଇ ଆମେରିକା ପଠାଇବାର ବ୍ୟବସ୍ଥା କରିବା ନେଇ କହିଥିଲା । ଏମାନଙ୍କୁ ପ୍ରଥମେ ହାଇଦ୍ରାବାଦରୁ ଦୁବାଇ ଓ ପରେ ସେଠାରୁ ଇରାନକୁ ନିଆଯାଇଥିଲା । ହେଲେ ଇରାନରେ ସେମାନଙ୍କୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ଏକ କୋଠରୀରେ ବନ୍ଦ ରଖାଯିବା ସହ ଯୁବକଙ୍କୁ ଶାରିରୀକ ନିର୍ଯାତନା ମଧ୍ୟ ଦିଆଯାଇଥିଲା । ଏନେଇ ଏକ ନିର୍ଯାତନାର ଭିଡିଓ ଯୁବକଙ୍କ ପରିବାର ନିକଟରେ ମଧ୍ୟ ପହଞ୍ଚିଥିଲା । ଯୁବକଙ୍କ ସାନ ଭାଇ ସଙ୍କେତ ପଟେଲ ଏନେଇ ଗୁଜୁରାଟ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ ।

ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭୀ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ବିଦେଶ ମନ୍ତ୍ରଣାଳୟ ଓ ଏକାଧିକ ଅନ୍ତର୍ଜାତୀୟ ଏଜେନ୍ସି ସହଯୋଗରେ ଦମ୍ପତିଙ୍କୁ ଠାବ କରାଯାଇଥିଲା । ଇରାନ ରାଜଧାନୀ ତେହେରାନରେ ଥିବା ଭାରତୀୟ ଦୂତାବାସ ସହଯୋଗରେ ଏମାନଙ୍କୁ ଉଦ୍ଧାର କରାଯାଇ ଭାରତ ଫେରାଇ ଇଣାଯାଇଛି । ନିର୍ଯାତନାର ଶିକାର ହୋଇଥିବା ଯୁବକ ଅସୁସ୍ଥ ଥିବା କାରଣରୁ ତାଙ୍କୁ ଗାନ୍ଧୀ ନଗରର ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଅନ୍ୟପଟେ ଦମ୍ପତିଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ପୋଲିସ ମଧ୍ଯ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ନରୋଡାର କ୍ରୀଷ୍ଣାନଗର ପୋଲିସ ଦୁଇ ଏଜେଣ୍ଟ ପିଣ୍ଟୁ ଗୋସ୍ବାମୀ ଓ ଅଭୟ ରାଓ୍ବାଲଙ୍କୁ ଗିରଫ କରିଛି । ଏମାନେ ସ୍ଥାନୀୟ ବାସିନ୍ଦାଙ୍କୁ ପାସପୋର୍ଟ ଓ ନିର୍ଦ୍ଧାରିତ ଦେଶର ଭିସା ପରି ବୈଧ କାଗଜପତ୍ର ବିନା ବିଦେଶ ପଠାଇବା ନେଇ ପ୍ରଲୋଭନ ଦେଖାଇ ଟଙ୍କା ହଡ଼ପ କରିଆସୁଥିଲେ । ଉଭୟ ଏଜେଣ୍ଟଙ୍କୁ ପୋଲିସ ଏବେ ଜେରା ଜାରି ରଖିଛି । ଅନ୍ଯପଟେ ଗୁଜୁରାଟ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଦ୍ଧାର ପରେ ସ୍ବଦେଶ ଫେରିଥିବା ଦମ୍ପତି ଓ ତାଙ୍କ ପରିବାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 21, 2023, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.