ଥିରୁଅନନ୍ତପୁରମ୍: ପ୍ରେମ ପାଇଁ କେରଳରେ ଘଟିଛି ଏକ ଅଭାବନୀୟ ଘଟଣା । ପ୍ରେମିକା ସହ ପ୍ରେମିକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ କେରଳର ପଲକ୍କଡ ଜିଲ୍ଲା ଅନ୍ତର୍ଗତ କୋଲଙ୍ଗୋଡେରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
କେରଳର କୋଲଙ୍ଗୋଡେରେ ରହୁଥିବା ବାଲାସୁବ୍ରମଣ୍ୟନ୍(୨୩) ଓ ତାଙ୍କ ନାବାଳିକ ପ୍ରେମିକା(୧୬)ଙ୍କ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏପଟେ ବାଲାସୁବ୍ରମଣ୍ୟନ୍ଙ୍କ ମାଆଙ୍କ କହିବା ଅନୁଯାୟୀ, ବାଲାସୁବ୍ରମଣ୍ୟନ୍ ତାଙ୍କ ନାବାଳିକା ପ୍ରେମିକାଙ୍କୁ ଏକ ଜନ୍ମଦିନ ଉତ୍ସବ ପାଇଁ ଡାକିଥିଲେ । ତେବେ ଦୁଇ ଜଣ ରୁମ ଭିତରେ ଥିବାବେଳେ ବାଲାସୁବ୍ରମଣ୍ୟନ୍ ପ୍ରେମିକା ଦେହରେ ନିଆଁ ଲଗାଇବା ସହ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ।
ସେହିପରି ଏହି ଘଟଣା ଘଟିବା ପରେ ଘରୁ ଭିତରୁ ପୋଡିବା ଗନ୍ଧ ହୋଇଥିଲା । ଏହାପରେ ପାଖ ପଡୋଶୀ ଓ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରିବା ସହ ଥ୍ରିସୁର ମେଡିକାଲ କଲେଜ ନେଇଥିବାବେଳେ ସେଠାରେ ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଏର୍ଣ୍ଣାକୁଲମର ଏକ ବେସକରାରୀ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଦୁହିଁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ସେହିଭଳି ଏହି ଘଟଣା ଆଜି(ରବିବାର) ସକାଳ ୭ଟାବେଳେ ଘଟିଥିଲା । ଏଥିସହ ଦୁହିଁଙ୍କର ଅପରାହ୍ନ ୨ଟା ୨୦ରେ ମୃତ୍ୟୁ ହୋଇଥିଲା । ଏପଟେ ପୋଲିସ କହିଛି, ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ।
ଅନ୍ୟପଟେ ଯୁବକଙ୍କ ମାଆଙ୍କ କହିବା ଅନୁଯାଯୀ, ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଏଥିସହ ଆମେ ବାହାଘର ଲାଗି ରାଜି ମଧ୍ୟ ହୋଇଥିଲୁ ବୋଲି ସେ କହିଛନ୍ତି । ଏହା ସହିତ ଝିଅକୁ ସରକାରୀ ନିୟମ ହିସାବବେ ୧୮ ବର୍ଷ ହୋଇ ନଥିବାରୁ ବାହାଘର ହୋଇନଥିବା ବେଳେ ଝିଅକୁ ୧୮ ବର୍ଷ ପୂରିବା ପରେ ବାହାଘର ହୋଇଥାନ୍ତା ବୋଲି ମୃତ ଯୁବକଙ୍କ ମାଆ କହିଛନ୍ତି ।
@IANS