ETV Bharat / bharat

ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରଙ୍କୁ ଟାର୍ଗେଟ କଲେ ରାହୁଲ - ଟିକା ଅଭାବ

ଟିକା ଅଭାବ, ଏଲଏସିର (LAC) ସ୍ଥିତି, ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ଚାଷୀ ଆନ୍ଦୋଳନ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ....

"Country Knows Who Brought Difficult Times": Rahul Gandhi Slams Centre
ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରଙ୍କୁ ଟାର୍ଗେଟ କଲେ ରାହୁଲ
author img

By

Published : Jul 15, 2021, 10:37 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଟିକା ଅଭାବ, ଏଲଏସିର (LAC) ସ୍ଥିତି, ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏବଂ ଚାଷୀ ଆନ୍ଦୋଳନ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ।

କେରଳ ଓ୍ବାଇନାଡ ସାଂସଦ ରାହୁଲ ଟ୍ବିଟ୍ କରିଛନ୍ତି ଯେ, ଦେଶବାସୀ ଜାଣନ୍ତି ଏଭଳି କଷ୍ଟଦାୟକ ସମୟ ଦେଶରେ କିଏ ଆଣିଛି ? ପ୍ରତି ସେକେଣ୍ଡରେ ଦେଶ କଠିନ ସ୍ଥିତିର ସମ୍ମୁଖିନ ହେଉଛି । ଟିକା ଅଭାବ, ରୋଜଗାର, ଦରଦାମ ବୃଦ୍ଧି ସହ ଏଲଏସିର (LAC) ପରିସ୍ଥିତି ଖରାପ ରହିଛି ।

ଏହାପୂର୍ବରୁ ବୁଧବାର ଦିନ ଭାରତୀୟ ସେନାର ପ୍ରତିବାଦ ସତ୍ତ୍ବେ ରାହୁଲ ଗାନ୍ଧୀ ଏକ ଗଣମାଧ୍ୟମ ରିପୋର୍ଟ ଦେଇଛନ୍ତି । ଏଥିରେ ସୂଚାଇ ଦେଇଛନ୍ତି ଯେ, ଗାଲଓ୍ବାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ବାହିନୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତ ବର୍ଷ ଜୁନ୍ 15 ରେ ଗାଲଓ୍ବାନ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯେଉଁଥିରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.