ETV Bharat / bharat

ଅର୍ଥନୈତିକ ସଂସ୍କାର ପାଇଁ ମନମୋହନ ସିଂହଙ୍କ ନିକଟରେ ଋଣୀ ରହିବ ଦେଶ: ଗଡକରୀ

author img

By

Published : Nov 10, 2022, 12:28 PM IST

Updated : Nov 10, 2022, 2:21 PM IST

ଅର୍ଥନୈତିକ ସଂସ୍କାର ପାଇଁ ଦେଶ ମନମୋହନ ସିଂହଙ୍କ ନିକଟରେ ଋଣୀ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ

ମନମୋହନ ସିଂହଙ୍କୁ ପ୍ରଶଂସା କଲେ ଗଡକରୀ, କହିଲେ ଦେଶ ତାଙ୍କ ପାଖରେ ଋଣୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ(Nitin Gadkari Praise For Manmohan Singh) । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଗଡକରୀ କହିଛନ୍ତି, ''ଅର୍ଥନୈତିକ ସଂସ୍କାର ପାଇଁ ଦେଶ ମନମୋହନ ସିଂହଙ୍କ ନିକଟରେ ଋଣୀ । ୧୯୯୧ ମସିହାରେ ତାଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆର୍ଥିକ ସଂସ୍କାର ଭାରତକୁ ନୂଆ ଦିଶା ଦେଖାଇଥିଲା ।'' ନୂଆଦିଲ୍ଲୀରେ TIOL ପୁରସ୍କାର-୨୦୨୨ ସମାରୋହକୁ ସମ୍ବୋଧିତ କରିବା ଅବସରରେ ସେ ଏଭଳି ପ୍ରଶଂସା କରିଛନ୍ତି ।

ଏହାସହିତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ(Nitin Gadkari) ମହାରାଷ୍ଟ୍ରରେ ମନ୍ତ୍ରୀ ଥିବା ସମୟରେ ମନମୋହନ ସିଂହଙ୍କ ଉଦାରୀକରଣ ନୀତି ଯୋଗୁଁ ନବେ ଦଶକରେ ମହାରାଷ୍ଟ୍ରରେ ସଡକ ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କରିପାରିଥିଲେ ବୋଲି କହିଛନ୍ତି । ''ଭାରତକୁ ଏକ ଉଦରୀକରଣ ଆର୍ଥିକ ନୀତିର ଆବଶ୍ୟକତା ରହିଛି । ଯାହାଦ୍ବାରା ଗରୀବ ଶ୍ରେଣୀର ଲୋକେ ଉପକୃତ ହୋଇପାରିବେ । ଉଦାରୀକରଣ କୃଷକ ଓ ଗରୀବ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ।'' ତେବେ ଉଦାରୀକରଣ ମାଧ୍ୟମରେ କିଭଳି ଦେଶର ବିକାଶ ହୋଇପାରିବ, ଚୀନ ତାହାର ଏକ ବଳିଷ୍ଠ ଉଦାହରଣ ବୋଲି ଗଡକରୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପସନ୍ଦ ଆସିଲାନି ଲେହେଙ୍ଗା, ବାହାଘର ଭାଙ୍ଗିଦେଲେ କନ୍ୟା

ଆହୁରିମଧ୍ୟ ସେ କହିଛନ୍ତି, ''ଅର୍ଥନୈତିକ ଅଭିବୃଦ୍ଧିକୁ ଗତି ଦେବା ପାଇଁ ଦେଶରେ ଅଧିକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି । ଦେଶବ୍ୟାପୀ ୨୬ ଏକ୍ସପ୍ରେସୱେର ନିର୍ମାଣ ପାଇଁ ସାଧାରଣ ଜନତାଙ୍କ ଠାରୁ ମଧ୍ୟ ଟଙ୍କା ସଂଗ୍ରହ କରାଯାଉଛି । ବର୍ତ୍ତମାନ ଜାତୀୟ ରାଜପଥଗୁଡିକରୁ ବାର୍ଷିକ ଟୋଲ୍ ଆଦାୟ ରାଶି ୪୦ ହଜାର କୋଟି ଥିବାବେଳେ ୨୦୨୪ ଶେଷ ସୁଦ୍ଧା ଏହା ବୃଦ୍ଧି ପାଇ ୧.୪୦ ଲକ୍ଷ କୋଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।''

Last Updated : Nov 10, 2022, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.