ETV Bharat / bharat

ଖୁବଶୀଘ୍ର ଦେଶର ପ୍ରଥମ ସ୍ନୋ ମାରାଥନ, ଭାଗ ନେବେ ୧୦୦ ପ୍ରତିଯୋଗୀ - ବରଫ ଉପରେ ଦୌଡ ପ୍ରତିଯୋଗିତା

ଦେଶରେ ପ୍ରଥମ ଥର ପାଇଁ ବରଫ ଉପରେ ମାରାଥନ ହେବା ପାଇଁ ପ୍ରସ୍ତୁତ ହିମାଚଳ ପ୍ରଦେଶ । ଲାହୋଲ ସ୍ପିଟିରେ ମାର୍ଚ୍ଚ ୨୬ରୁ ଆୟୋଜିତ ହେବ ଏହି ପ୍ରତିଯୋଗିତା । ଅଧିକ ପଢନ୍ତୁ

ଲାହୋଲ ସ୍ପିଟରେ ହେବ ପ୍ରଥମ ସ୍ନୋ ମାରାଥନ
ଲାହୋଲ ସ୍ପିଟରେ ହେବ ପ୍ରଥମ ସ୍ନୋ ମାରାଥନ
author img

By

Published : Mar 25, 2022, 11:26 AM IST

ସିମଲା: ଦେଶର ପ୍ରଥମ ଥର ପାଇଁ ବରଫ ଉପରେ ମାରାଥନ ହେବା ପାଇଁ ପ୍ରସ୍ତୁତ ହିମାଚଳ ପ୍ରଦେଶ । ଲାହୋଲ ସ୍ପିଟିରେ ମାର୍ଚ୍ଚ ୨୬ରୁ ଆୟୋଜିତ ହେବ ଏହି ପ୍ରତିଯୋଗିତା । ବିଶ୍ବ ପ୍ରସିଦ୍ଧ ଅଟଳ ଟନେଲ ରୋହତାଙ୍ଗ ନିକଟରେ ଏହି ମାରାଥନର ଆୟୋଜନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଲାହୋଲ ସ୍ପିଟି ଡେପୁଟି କମିଶନର ରାଜେଶ ଚାନ୍ଦ ।

ଏହି ମାରାଥନରେ ୧୦୦ଜଣ ପ୍ରତିଯୋଗୀ ଭାଗ ନେବେ । ପ୍ରଥମ ଥର ପାଇଁ ଆୟୋଜିତ ଏହି ଖେଳର ଉଦଘାଟନୀ ସମାରୋହ ଐତିହାସିକ ହେବ ବୋଲି କହିଛନ୍ତି ଆୟୋଜକ। ସେ କହିଛନ୍ତି ଯେ ଦେଶର ପ୍ରଥମ ସ୍ନୋ ମାରାଥନରେ (ବରଫ ଉପରେ ଗଡଦୌଡ) ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ । ଏହି ମାରାଥନ୍ ଭାରତରେ ପ୍ରଥମ ଥର ପାଇଁ ହେବ । ରିଚ ଇଣ୍ଡିଆ ସଂସ୍ଥା ଗୋଲ୍ଡ ଡ୍ରପ୍ ଆଡଭେଞ୍ଚର ଲାହୋଲ ସ୍ପିଟି ପ୍ରଶାସନର ସହଯୋଗରେ ଏହି ମାରାଥନ୍ ଆୟୋଜନ କରୁଛି । ଏହା ଲାହୋଲ ସ୍ପିଟ ସମେତ ହିମାଚଳପ୍ରଦେଶ ପାଇଁ ଲାଭଦାୟକ ହେବ । ଭାରତୀୟ ଧାବକମାନଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହେବ ।

ଏହି ମାରାଥନରେ ସେନାର 10 ଜଣ ଅଂଶଗ୍ରହଣକାରୀ, ନୌସେନାର 10 ଜଣ ବ୍ୟତୀତ ଦିଲ୍ଲୀ, ହରିୟାଣା, ପଞ୍ଜାବ, ତାମିଲନାଡୁ, କେରଳ ଏବଂ ସିକିମରୁ ଅଂଶଗ୍ରହଣକାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ। କୋଭିଡ କଟକଣା ହେତୁ ଅନ୍ୟ ଦେଶର ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେଉ ନାହାଁନ୍ତି । ଆର୍କଟିକ୍ ସର୍କଲ ଏବଂ ସାଇବେରିଆ ପରି ତୁଷାର ଉପତ୍ୟକାରେ ପୃଥିବୀର ପ୍ରାୟ 10 ଟି ଦେଶରେ ଏହିଭଳି ତୁଷାର ମାରାଥନ୍ ଆୟୋଜିତ ହେଉଛି । କିନ୍ତୁ ଭାରତରେ ପ୍ରଥମ ଥର ପାଇଁ ଲାହୋଲ୍ ଉପତ୍ୟକାରେ ଏହି ପରି ମାରାଥନ୍ ଆୟୋଜନ କରାଯାଉଛି।

ମାରାଥନ ସହିତ ୪୨ କିଲୋମିଟରର ଫୁଲ ମାରାଥନ, ୨୧ କିମି, ୧୦ ଓ ୫ କିମିର ହାପ ମାରାଥନ ଆୟୋଜିତ ହେବ । ଶୀତକାଳୀନ କ୍ରୀଡ଼ା ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଥିବା କର୍ଣ୍ଣେଲ ଯୋଧ ଢିଲୋନଙ୍କ ନେତୃତ୍ବରେ ଏହି ମାରାଥନ ଆୟୋଜନ କରାଯାଉଛି । ଆଉଟଡୋର ତଥା ଶୀତକାଳୀନ କ୍ରୀଡା ବିଶେଷଜ୍ଞ ଭୁବାନ୍ ଖେର ମଧ୍ୟ ଆୟୋଜକ କମିଟିର ଅଂଶ ରହିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.