ETV Bharat / bharat

ଡେଲ୍‌ଟା ପ୍ଲସ ଡର; କର୍ଣ୍ଣାଟକରେ ଘନଉଛି ସଙ୍କଟର କଳା ବାଦଲ, କେନ୍ଦ୍ରର ଆଲର୍ଟ - ଡେଲ୍‌ଟା ପ୍ଲସ ଡର

ଭାଇରସର ନୂଆ ଭ୍ୟାରିଆଣ୍ଟକୁ ନେଇ କର୍ଣ୍ଣାଟକ ଉପରେ ରହିଛି ସଙ୍କଟର କଳା ବାଦଲ । ଏନେଇ କର୍ଣ୍ଣାଟକକୁ ଆଲର୍ଟ ଜାରି କରିଛି କେନ୍ଦ୍ର । ଅଧିକ ପଢନ୍ତୁ...

ଡେଲ୍‌ଟା ପ୍ଲସ ଡର; କର୍ଣ୍ଣାଟକରେ ଘନଉଛି ସଙ୍କଟର କଳା ବାଦଲ, କେନ୍ଦ୍ରର ଆଲର୍ଟ

author img

By

Published : Jun 26, 2021, 10:17 PM IST

ବେଙ୍ଗାଲୁରୁ: ଭୟ ବଢାଉଛି ଭାଇରସର ନୂଆ ରୂପ । ଡରାଉଛି ଡେଲ୍‌ଟା ପ୍ଲସ । ଭାଇରସର ନୂଆ ଭ୍ୟାରିଆଣ୍ଟକୁ ନେଇ କର୍ଣ୍ଣାଟକ ଉପରେ ରହିଛି ସଙ୍କଟର କଳା ବାଦଲ । ଏନେଇ କର୍ଣ୍ଣାଟକକୁ ଆଲର୍ଟ ଜାରି କରିଛି କେନ୍ଦ୍ର ।

ଯେଉଁଠାରେ କୋରୋନାର ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି ସେହି ଅଞ୍ଚଳରେ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସରକାର କର୍ଣ୍ଣାଟକକୁ କହିଛନ୍ତି । ପ୍ରତିଷେଧକ ବ୍ୟବସ୍ଥାରେ ଭିଡ଼କୁ ରୋକିବା, ବ୍ୟାପକ ସ୍କ୍ରିନିଂ କରିବା ସହିତ ପ୍ରାଥମିକତା ଭିତ୍ତିରେ ଟୀକାକରଣ ବୃଦ୍ଧି ଅନ୍ତର୍ଭୁକ୍ତ | ଦେଶରେ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟର 50ଟି ମାମଲା ରିପୋର୍ଟ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ସମ୍ପର୍କରେ କର୍ଣ୍ଣାଟକର ମୁଖ୍ୟ ଶାସନ ସଚିବ ପି ରବି କୁମାରଙ୍କୁ ଚିଠି ଲେଖିଛନ୍ତି । ଜନସ୍ବାସ୍ଥ୍ୟ ପଦକ୍ଷେପକୁ ଆହୁରି ତ୍ବରାନ୍ବିତ ତଥା ଦୃଦ୍ଧି କରିବାକୁ ରାଜ୍ୟକୁ ଜୁନ୍ 25ରେ ଲେଖାଯାଇଥିବା ଏକ ଚିଠିରେ କୁହାଯାଇଛି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଶୁକ୍ରବାର ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଏକ ବୈଠକ କରି ଅଧିକାରୀମାନଙ୍କୁ କୋରୋନା ଭାଇରସର 'ଡେଲଟା ପ୍ଲସ୍' ଉପରେ ବିଶେଷ ଭାବରେ ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର ଶୁକ୍ରବାର କହିଥିଲେ ରାଜ୍ୟରେ ଦୁଇଟି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.