ETV Bharat / bharat

ଦେଶରେ ରେକର୍ଡ ଭାଙ୍ଗୁଛି କୋରୋନା, 24 ଘଣ୍ଟାରେ ଗଡିଲା ଶହଶହ ମୁଣ୍ଡ

author img

By

Published : Apr 16, 2021, 10:07 PM IST

ସଂକ୍ରମଣର ରେକର୍ଡ ଭାଙ୍ଗୁଛି ମହମାରୀ । ଗଡୁଛି ଶହଶହ ମୁଣ୍ଡ । ଶନିବାର ମଧ୍ୟ 2 ଲକ୍ଷ ଟପିଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ଦେଶରେ ରେକର୍ଡ ଭାଙ୍ଗୁଛି କୋରୋନା, 24 ଘଣ୍ଟାରେ ପଡିଲା ଶହଶହ ମୁଣ୍ଡ

ନୂଆଦିଲ୍ଲୀ: ଦିନକୁ ଦିନ କରାଳ ରୂପ ନେଉଛି ମହାମାରୀ କୋରୋନା । ସଂକ୍ରମଣର ରେକର୍ଡ ଭାଙ୍ଗୁଛି ମହମାରୀ । ଗଡୁଛି ଶହଶହ ମୁଣ୍ଡ । ଶନିବାର ମଧ୍ୟ 2 ଲକ୍ଷ ଟପିଛି ସଂକ୍ରମଣ ସଂଖ୍ୟା ।

ରାଜଧାନୀ ଦିଲ୍ଲୀରେ ଉର୍ଦ୍ଧ୍ବ ମୁହାଁ ରହିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 19 ହଜାର 486 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ଗୋଟିଏ ଦିନରେ ସର୍ବାଧିକ ମାମଲା ।

ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 141 ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜଧାନୀରେ ଏପର୍ଯ୍ୟନ୍ତ 11,793 ରୋଗୀଙ୍କ ମୃତ୍ୟୁ ଘଟିଛି।

ସେପଟେ ମହାରାଷ୍ଟ୍ରରେ ମଧ୍ୟ ମହାମାରୀର ଅଣାୟତ ସ୍ଥିତି ରହିଛି । ଦୈନିକ 60 ହଜାର ମାମଲା ସାମ୍ନାକୁ ଆସୁଛି । ମହାରାଷ୍ଟ୍ରରେ24 ଘଣ୍ଟା ଭିତରେ 63,729 ଜଣ ସଂକ୍ରିମତ ହୋଇଛନ୍ତି । ତେବେ ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ମହାରାଷ୍ଟ୍ରରେ ଗଡିଛି 498 ମୁଣ୍ଡ ।

ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ସାଙ୍ଘାତିକ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ 27 ହଜାର ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 103 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.