ରାୟପୁର: ମହାମାରୀ କୋରୋନା । ଏହା କେତେ ଯେ ଭୟଙ୍କର ତାହା ଏ ଚିତ୍ର ହିଁ ଦର୍ଶାଉଛି । ହସ୍ପିଟାଲରେ କୋରୋନା ରୋଗୀଙ୍କୁ ବେଡ ନମିଳିବାରୁ ଶେଷରେ ଜଣେ କୋରୋନା ଆକ୍ରାନ୍ତ ଦିର୍ଘ 3 ଘଣ୍ଟା ଧରି ମୁହଁରେ ଅକ୍ସିଜେନ ଲଗାଇ ବାହାରେ ବସିଥିବା ଦେଖିବାକୁ ମିଳିଛି ।
ଆଉ ଏହି ଚିତ୍ର ହିଁ ମେଡିକାଲର ଅବ୍ୟବସ୍ଥା ବୟାନ କରୁଛି ଓ କୋରୋନାର ଭୟାବହତାକୁ ଦର୍ଶାଉଛି । ଏ ଦୃଶ୍ୟ ହେଉଛି ଛତିଶଗଡ ମହାସମୁଣ୍ଡା ଜିଲ୍ଲା ଡାକ୍ତରଖାନାର । ଡାକ୍ତରଖାନାରେ କୋଭିଡ-19 ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥା ଫେଲ ମାରିଥିବା ଜଣାପଡିଛି ।
ନିକଟରେ ପୂର୍ବରୁ ସଂସଦୀୟ ସଚିବ ଡାକ୍ତରଖାନା ପରିଦର୍ଶନ କରିଥିଲେ କିନ୍ତୁ ଏହାର ଠିକ୍ ଦୁଇଦିନ ପରେ ହସ୍ପିଟାଲର ଏହି ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଭୟବିତ କରିଛି । ବ୍ୟକ୍ତି ଜଣଙ୍କ କିଛି ଦିନ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଆଉ ଏହା ହେଉଛି ତାପରର ଦୃଶ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ