ETV Bharat / bharat

ତୃତୀୟ ଲହର ଆଶଙ୍କା, 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା - ପ୍ରଧାନମନ୍ତ୍ରୀ ମୋଦି

ମୋଦି କହିଛନ୍ତି ଲକଡାଉନ ନକରି ରାଜ୍ୟଗୁଡିକ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦିଅନ୍ତୁ । ଯେଉଁ ଜିଲ୍ଲାରୁ ଯେଭଳି ସଂକ୍ରମିତ ହେବେ ସେହିଭଳି ପ୍ରସ୍ତୁତ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି । ଅଧିକ ପଢନ୍ତୁ:

prime minister
prime minister
author img

By

Published : Jul 16, 2021, 2:42 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ । ଓଡିଶା ସମେତ 5 ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ।

ତୃତୀୟ ଲହର ଆଶଙ୍କା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଓଡିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି । ବୈଠକରେ ସମ୍ପୃକ୍ତ ରାଜ୍ୟ ଗୁଡିକର କୋଭିଡ ସ୍ଥିତି ଓ ଟୀକାକରଣ ନେଇ ଆଲୋଚନା । ସଂକ୍ରମଣ ରୋକିବା ଓ ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ମଧ୍ୟ ହେଲା ରଣନୀତି ।

ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଗତ କିଛି ଦିନ ମଧ୍ୟରେ ଆଜି ବୈଠକ କରୁଥିବା ଏହି 6 ରାଜ୍ୟରୁ ଅତିକମରେ 80 ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିଶେଷଜ୍ଞଙ୍କ ଆକଳନ ଥିଲା ଦ୍ବିତୀୟ ଲହର ଯେଉଁଠାରୁ ଆରମ୍ଭ ହୋଇଛି ସେହି ଠାରୁ ତୃତୀୟ ଲହର ହୋଇପାରେ । ତେଣୁ ବର୍ତ୍ତମାନ କେରଳ ଓ ମହାରାଷ୍ଟ୍ର ସତର୍କ ରହିବା ଜରୁରୀ । ବୈଠକରେ ମୋଦି କହିଛନ୍ତି ସାମ୍ଭାବ୍ୟ ତୃତୀୟ ଲହରକୁ ରୋକିବା ପାଇଁ ରାଜ୍ୟ ମାନେ ଯଥା ସମ୍ଭବ ପଦକ୍ଷେପ ନେବା ଜରୁରୀ । ଏଥିପାଇଁ ରାଜ୍ୟ ମାନଙ୍କୁ କ୍ଷମତା ଦିଆଯାଇଛି । ବିଶେଷଜ୍ଞ କହୁଛନ୍ତି ଦୀର୍ଘଦିନ ଧରି ପ୍ଲାଟୋ ସ୍ଥିତିରେ ସଂକ୍ରମଣ ରହିଲେ ନୂଆ ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସେହିଭଳି ମୋଦି କହିଛନ୍ତି ଲକଡାଉନ ନକରି ରାଜ୍ୟମାନେ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦିଅନ୍ତୁ । ଯେଉଁ ଜିଲ୍ଲାରୁ ଯେଭଳି ସଂକ୍ରମିତ ହେବେ ସେହିଭଲି ପ୍ରସ୍ତୁତ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି । ସେହିଭଳି ଅଧିକରୁ ଅଧିକ ଆଇସିୟୁ, ଶଯ୍ୟା, ଟେଷ୍ଟିଂ ଟ୍ରିଟମେଣ୍ଟ ଓ ଟିକାକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି । ଏହାବାଦ ରାଜ୍ୟକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ସହାୟତା ଜାରି ରହିଛି, ରାଜ୍ୟମାନେ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ଲୋକଙ୍କ ସେବା କରନ୍ତୁ । ମହାମାରୀ ବିରୋଧରେ ଲଢନ୍ତୁ ।

ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀ ଓ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, କେରଳ ଓ ଓଡିଶା ମୁଖ୍ୟମନ୍ତ୍ରୀ ମାନେ ଥିଲେ ଉପସ୍ଥିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.