ETV Bharat / bharat

Gulshan Kumar Murder case; ରଉଫ ମରଚାଣ୍ଟଙ୍କୁ ଆଜୀବନ କାରାଦଣ୍ଡ

ଜଷ୍ଟିସ ଜୟଦେବ ଓ ବୋରକାରଙ୍କ ଖଣ୍ଡପୀଠରେ ଗୁଲସନ କୁମାର ହତ୍ୟା ଘଟଣାରେ ରାୟ ପ୍ରକାଶ କରିଛନ୍ତି । ହତ୍ୟା ଘଟଣାରେ ରଉଫ ମରଚାଣ୍ଟ ଦୋଷୀ ସାବ୍ୟସ୍ତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 1, 2021, 12:55 PM IST

Updated : Jul 1, 2021, 1:12 PM IST

େଗୁଲସାନ କୁମାର ହତ୍ୟା ଘଟଣାରେ ରାୟ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ

ମୁମ୍ବାଇ: ଗୁଲସନ କୁମାର ହତ୍ୟା ଘଟଣାରେ ରାୟ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ ଜୟଦେବ ଓ ବୋରକାରଙ୍କ ଖଣ୍ଡପୀଠରେ ଏହି ହତ୍ୟା ଘଟଣାରେ ରାୟ ପ୍ରକାଶ ପାଇଛି । ହତ୍ୟା ଘଟଣାରେ ରଉଫ ମରଚାଣ୍ଟ ଦୋଷୀ ସାବ୍ୟସ୍ତ ହୋଇଛି ।

ଘଟଣାରେ ଚାରୋଟି ଆବେଦନ ହାଇକୋର୍ଟରେ ଅନ୍ତର୍ଭୁକ୍ତ ହୋଇଛି । ସେଥିରୁ ତିନୋଟି ଆବେଦନ ରଉଫ ମରଚାଣ୍ଟ, ରାକେଶ ଖାଓକର ଓ ରାକେଶ ଚଞ୍ଚାୟା ପିନ୍ନାମଙ୍କ ବିରୋଧରେ ରହିଥିଲା । ହତ୍ୟା ଘଟଣାରେ ଦୋଷୀ ରଉଫ ମରଚାଣ୍ଟ ଦଣ୍ଡ ସ୍ଥିର ରହିଛି ।

ସେପଟେ ଘଟଣାରେ ରମେଶ ତୁରାନିଙ୍କ ଚ୍ୟାଲେଞ୍ଜକୁ ରାଜ୍ୟ ସରକାର ମାନି ନାହାନ୍ତି । ରମେଶ ତୁରାନିଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ରଉଫ ମରଚାଣ୍ଟ କୌଣସି ମତେ ଉଦାରତାର ଅଧିକାରୀ ନୁହେଁ କାରଣ ସେ ପୂର୍ବରୁ ମଧ୍ୟ ବାଂଲାଦେଶ ଫେରାର ହୋଇଯାଇଥିଲା । ଏପ୍ରିଲ 2002ରେ ରଉଫକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । 2009ରେ ତା ମାଆଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ତାକୁ ବେଲ ମିଳିଥିଲା । ଏହି ସମୟରେ ସେ ବାଂଲାଦେଶ ଫେରାର ହୋଇଯାଇଥିଲା ।

1997 ଅଗଷ୍ଟ 12 ତାରିଖରେ ମମ୍ବାଇର ଜୁହୁରେ ଟି-ସିରିଜ ସଂସ୍ଥାପକ ଗୁଲସାନ କୁମାରଙ୍କୁ ହତ୍ୟା କରିଯାଇଥିଲା । ପାଖାପାଖି 24 ବର୍ଷ ପରେ କୋର୍ଟ ତାର ନିଷ୍ପତ୍ତି ଶୁଣାଇଛି । ଯାହା ଉପରେ ସମସ୍ତଙ୍କ ନଜର ଥିଲା ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 1, 2021, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.