ETV Bharat / bharat

ନାଥୁରାମ ଗୋଡସେଙ୍କ ନାମରେ ସଡ଼କ ନାମକରଣ, ବିବାଦ ପରେ ହଟିଲା ନାମ ଫଳକ

author img

By

Published : Jun 6, 2022, 8:35 PM IST

କର୍ଣ୍ଣାଟକ ଉଦୁପିରେ ନାଥୁରାମ ଗୋଡସେଙ୍କ ନାମରେ ସଡ଼କ ନାମକରଣ । ବିବାଦ ପରେ ଅଜଣା ଦୁର୍ବୃତ୍ତ ଏପରି କରିଥିବା କହି ସଫେଇ ରଖିଲେ ପଞ୍ଚାୟତ କର୍ତ୍ତୃପକ୍ଷ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ନାଥୁରାମ ଗୋଡସେଙ୍କ ନାମରେ ସଡକ ନାମକରଣ, ବିବାଦ ପରେ ହଟିଲା ନାମ ଫଳକ

ବେଙ୍ଗାଲୁରୁ: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ନାମରେ ନାମିତ ହେଲା ଗ୍ରାମ୍ୟ ରାସ୍ତା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ଉଦୁପି ଜିଲ୍ଲା ଅନ୍ତର୍ଗତ କାରକାଲା ତାଲୁକ ଅଞ୍ଚଳରେ ।

ରାସ୍ତାଟିକୁ ଗୋଡସେଙ୍କ ନାମରେ ନାମିତ କରି ଏକ ନାମ ଫଳକ ଲଗାଯିବା ପରେ ଘଟଣାଟି ଗତକାଲି (ସୋମବାର) ଲୋକଲୋଚନକୁ ଆସିଥିଲା । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ପରେ ନାମ ଫଳକକୁ ହଟାଯାଇଥିବା ସୂଚନା ମିଳିଛି । କାରକାଲା ତାଲୁକ ଅଞ୍ଚଳର ବୋଲା ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତାରେ କନ୍ନଡ ଭାଷାରେ ନାଥୁରାମ ଗୋଡସେ ସଡକ (Padugiri Nathuram Godse Road) ନାମକ ଏକ ନାମ ଫଳକ ଲଗାଯାଇଥିଲା ।

ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଏପରି କାର୍ଯ୍ୟକୁ କଡା ସମାଲୋଚନା କରାଯାଇଥିଲା । ତେବେ ବିବାଦ ପରେ ଗ୍ରାମ ପଞ୍ଚାୟତ ପକ୍ଷରୁ ଏହାକୁ ଲଗାଯାଇ ନାହିଁ ବୋଲି କର୍ତ୍ତୃପକ୍ଷ ସଫେଇ ରଖିବା ସହ ଏହା ଅଜଣା ଦୁର୍ବୃତ୍ତଙ୍କ କାର୍ଯ୍ୟ ବୋଲି କହିଛନ୍ତି । ପରେ ତୁରନ୍ତ ଉକ୍ତ ନାମ ଫଳକକୁ ହଟାଇ ଦିଆଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.