ETV Bharat / bharat

Yogi Rajnikant Controversy: ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ନାଁରେ ମାମଲା, ଯୋଗୀଙ୍କ ପାଦ ଛୁଇଁଥିଲେ ରଜନୀକାନ୍ତ - ବିବାଦରେ ସୁପରଷ୍ଟାର ରଜନୀକାନ୍ତ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ ସମୟରେ ରଜନୀକାନ୍ତ ପାଦ ସ୍ପର୍ଶ କରିବା ଘଟଣାକୁ ନେଇ ତେଜିଛି ବିବାଦ। ଭିଡିଓ ଭାଇରାଲ ଘଟଣା ନେଇ ମାମଲା ପରେ ଭିଡିଓକୁ ଯାଞ୍ଚ କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଧିକ ପଢନ୍ତୁ

ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ନାଁରେ ମାମଲା
Yogi Rajnikant Controvercy
author img

By ETV Bharat Odisha Team

Published : Aug 28, 2023, 5:40 PM IST

Updated : Aug 28, 2023, 6:12 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପାଦ ସ୍ପର୍ଶ କରି ବିବାଦରେ ସୁପରଷ୍ଟାର ରଜନୀକାନ୍ତ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ ସମୟରେ ରଜନୀକାନ୍ତ ପାଦ ସ୍ପର୍ଶ କରିବା ସମୟର ଭିଡିଓ ଭାଇରାଲ ମାମଲା ଏବେ ଥାନାରେ ପହଞ୍ଚିଛି । ଭିଡିଓ ସୁଟ୍ କରି ଭାଇରାଲ କରିଥିବା ଅଭିଯୋଗରେ ପିୟୁଷ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ହଜରତଗଞ୍ଜ ଥାନାରେ ଏତଲା ଦିଆଯାଇଛି । ଭିଡିଓକୁ ଯାଞ୍ଚ କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଚଳଚ୍ଚିତ୍ର 'ଜେଲର'ର ପ୍ରମୋସନ ପାଇଁ ଗତ 18 ତାରିଖ ରାତିରେ ଲକ୍ଷ୍ନୌରେ ପହଞ୍ଚିଥିଲେ ସୁପରଷ୍ଟାର ରଜନୀକାନ୍ତ । ସେଠାରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହାସହ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା ମଧ୍ୟ କରିଥିଲେ । ସେହି ସମୟରେ ଉଭୟେ ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ ।

ଫଟୋ ଭାଇରାଲ ପରେ ୟୁଜର୍ସମାନେ ମତ ରଖିଥିଲେ ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କଠାରୁ ବୟସରେ ଯଥେଷ୍ଟ ବଡ଼ ରଜନୀକାନ୍ତ । ତଥାପି ତାଙ୍କ ପାଦ ଛୁଇଁ ପ୍ରଣାମ କରିବା ଉଚିତ ହେଲା ନାହିଁ । ଗତ ସୋମବାର ରାତିରେ ରଜନୀକାନ୍ତ ଚେନ୍ନାଇ ଫେରିଥିଲେ । ସେହି ସମୟରେ ଅଭିନେତା ରଜନୀକାନ୍ତଙ୍କୁ ଏବାବଦରେ ଅନେକ ପ୍ରଶ୍ନ ପଚରା ଯାଇଥିଲା । ତେବେ ଉତ୍ତରରେ ରଜନୀକାନ୍ତ କହିଥିଲେ, ସନ୍ୟାସୀ ଓ ଯୋଗୀଙ୍କ ପାଦ ଛୁଇଁବା ମୋର ଅଭ୍ୟାସ । ତେଣିକି ସେମାନଙ୍କ ବୟସ ଯେତେ ହେଇଥାଉ ନା କାହିଁକି ।"

ଏହାସହ ରଜନୀକାନ୍ତଙ୍କୁ ସମର୍ଥନ କରି ବିଜେପି ନେତା ଅନ୍ନାମଲାୟୀ କହିଥିଲେ, "ଯୋଗୀ ଆଦିତ୍ୟନାଥଙ୍କୁ ସମ୍ମାନ ଜଣାଇଥାନ୍ତି ରଜନୀକାନ୍ତ । କାରଣ ସେ ଗୋରଖପୁର ମଠର ପ୍ରମୁଖ । ଯେଉଁଥିପାଇଁ ଉତ୍ତରପ୍ରଦେଶ ଲୋକେ ତାଙ୍କୁ 'ମହାରାଜ' ବୋଲି ସମ୍ବୋଧନ କରିଥାଆନ୍ତି । ଏଥିରେ କୌଣସି ଭୁଲ ନାହିଁ କି ବିବାଦ ସୃଷ୍ଟି କରିବାର କୌଣସି ବିଷୟ ନାହିଁ ।" ସେ ଆହୁରି ମଧ୍ୟ କହିଥିଲେ, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କଠାରୁ ମଧ୍ୟ ଜଣେ ବିଧାୟକ ବୟସରରେ ବଡ଼ ହୋଇଥିବାବେଳେ ସେ ଷ୍ଟାଲିନ୍‌ଙ୍କ ପାଦ ଛୁଇଁଥିଲେ । ନିକଟରେ ମଧ୍ୟ ଆମେ କେତେ ଜଣ ବରିଷ୍ଠ ତଥା ବୟୋଜ୍ୟେଷ୍ଠ ମନ୍ତ୍ରୀଙ୍କୁ ଷ୍ଟାଲିନଙ୍କ ପାଦ ତଳେ ପଡିବାର ଦେଖିଛୁ ।"

ଏହା ବି ପଢନ୍ତୁ...ଯୋଗୀଙ୍କ ପରେ ଅଖିଳେଶଙ୍କୁ ଭେଟିଲେ ରଜନୀକାନ୍ତ, ଦିବଙ୍ଗତ ନେତା ମୁଲାୟମ ସିଂକୁ ଦେଲେ ଶ୍ରଦ୍ଧାଞ୍ଜଳି

ସୁପରଷ୍ଟାର ରଜନୀକାନ୍ତ ଉତ୍ତରପ୍ରଦେଶ ଗସ୍ତରେ ଥିବାବେଳେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଯାହାର ଏକ ଭିଡିଓ ପୀୟୁଷ ମାନୁସ ନାମକ ଜଣେ ବ୍ୟକ୍ତି ତାଙ୍କ ଆକାଉଣ୍ଟରେ ଅପଲୋଡ କରିବା ପରେ ଏନେଇ ବିବାଦ ଉପୁଜିଥିଲା । ଏହା ବ୍ୟତୀତ ଯୋଗୀ ଆଦିତ୍ୟନାଥଙ୍କ ପରେ ପରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ରଜନୀକାନ୍ତ ।

Last Updated : Aug 28, 2023, 6:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.