ETV Bharat / bharat

ମହାଶୟ ! ବିବାହ ବୟସ ଗଡ଼ିଲାଣି, ଝିଅ ଦେଖିବା ପାଇଁ ଛୁଟି ଦିଅନ୍ତୁ

ସର୍କଲ ଅଫିସରଙ୍କୁ ବିବାହ ପାଇଁ ଝିଅ ଦେଖିବା ଲାଗି ମଜାଳିଆ ଢଙ୍ଗରେ ଛୁଟି ଲେଖିଲେ ଉତ୍ତରପ୍ରଦେଶର ଜଣେ କନେଷ୍ଟବଳ । ଦରଖାସ୍ତ ଦେଖି ତୁରନ୍ତ ଛୁଟି ଦେଲେ ଅଫିସର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 11, 2023, 11:00 PM IST

Etv Bharat
Etv Bharat

ଲକ୍ଷ୍ନୌ: ମହାଶୟ, ବିବାହ ପାଇଁ ବୟସ ଗଡ଼ିଗଲାଣି । ଝିଅ ଦେଖିବା ପାଇଁ ଦୟାକରି ଛୁଟି ଦିଅନ୍ତୁ । କିଛି ଏପରି ଢଙ୍ଗରେ ସର୍କଲ ଅଫିସରଙ୍କୁ ଛୁଟି ମାଗିଲେ କନେଷ୍ଟବଳ । ଉତ୍ତରପ୍ରଦେଶ ଫରୁଖାବାଦ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏବେ ସୋସିଆଲ ମିଡିଆରେ କନେଷ୍ଟବଳ ହାତଲେଖା ଦରଖାସ୍ତ ଭାଇରାଲ ହେବାରେ ଲାଗିଛି । ସର୍କଲ ଅଫିସର କନେଷ୍ଟବଳ ଏପରି ଚିଠି ଦେଖି ତୁରନ୍ତ ଛୁଟି ଦେଇଥିବା ଜଣାପଡ଼ିଛି ।

viral letter
ଭାଇରାଲ ଦରଖାସ୍ତ

ମିଳିଥିବା ସୂଚନା ଅନୁସାରେ କାଦରି ଗେଟ ଥାନାର ଦାୟିତ୍ବରେ ଥିବା କନେଷ୍ଟବଳ ରାଘବ ଚତୁର୍ବେଦୀ ସର୍କଲ ଅଫିସରଙ୍କୁ ଏପରି ଦରଖାସ୍ତ ମାଗିଥିଲେ । ଏଥିରେ ସେ ଲେଖିଥିଲେ ' ବିବାହ ପାଇଁ ଝିଅ ଦେଖିବା ଲାଗି ଛୁଟି ଦରଖାସ୍ତ' । ଏହାପରେ ସେ ଲେଖିଥିଲେ, " ମହାଶୟ, ଆପଣଙ୍କୁ ଅବଗତ କରୁଛି ଯେ ବରର ପିତା ଦୂର ସଞ୍ଚାର ମାଧ୍ୟମରେ ସୂଚିତ କରିଛନ୍ତି ଯେ ସେ ବିବାହ ଲାଗି କନ୍ୟା ଦେଖିବାକୁ ଯାଉଛନ୍ତି । ବରପାତ୍ରର ରାଜ୍ୟ ପୋଲିସରେ ଚାକିରି କରିବାକୁ ଆଜିକୁ ୩ ବର୍ଷ ହେଲାଣି । ହେଲେ ଏଯାବତ ଉକ୍ତ ବରପାତ୍ରର ବିବାହ ହୋଇନାହିଁ । ବହୁ ମୁସ୍କିଲରେ ଏକ ଭଲ ପ୍ରସ୍ତାବ ମିଳିଛି । ଏପଟେ ବରପାତ୍ରଙ୍କ ବିବାହ ବୟସ ଗଡ଼ିଗଲାଣି । ୧୦.୯.୨୦୨୩ରୁ ୫ ଦିନ ଲାଗି ଉକ୍ତ ବରପାତ୍ରଙ୍କୁ ଛୁଟି ଦିଅନ୍ତୁ ।"

ଏହା ବି ପଢନ୍ତୁ- ପ୍ରେମ ବିବାହ ପାଇଁ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ଯୁବତୀ

କନେଷ୍ଟବଳ ରାଘବଙ୍କ ଏପରି ଦରଖାସ୍ତ ଦେଖି ସର୍କଲ ଅଫିସର ଜଣକ ତାଙ୍କୁ ୫ ଦିନ ଛୁଟି ଦେଇଥିବା ଜଣାପଡ଼ିଛି । ସେପଟେ ସର୍କଲ ଅଫିସର (ସିଓ) ପ୍ରଦୀପ ସିଂ କହିଛନ୍ତି, "କାଦରୀ ଗେଟ ଥାନାରେ କାର୍ଯ୍ୟରତ କନେଷ୍ଟବଳ ରାଘବ ଚତୁର୍ବେଦୀ ନିଜ ବିବାହ ଲାଗି କନ୍ୟାକୁ ଦେଖିବା ପାଇଁ ଏହି ଦରଖାସ୍ତ ଲେଖିଥିଲେ । କନେଷ୍ଟବଳ ଦରଖାସ୍ତ ଠିକ୍‌ ଥିଲା । ଏହାପରେ ତାଙ୍କୁ ୫ ଦିନ ଲାଗି ଛୁଟି ଦିଆଯାଇଛି ।"

ଏହା ବି ପଢନ୍ତୁ- ବିବାହ ଜିଦରେ 27 ବର୍ଷୀୟ ରିଙ୍କୁ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଗତବର୍ଷ ମଧ୍ୟ ବିବାହ ଲାଗି ଦରଖାସ୍ତ ଭାଇରାଲ ହୋଇଥିଲା । ଏଠାରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କୁ ଚିଠି ଲେଖିଥିଲେ ୨୭ ବର୍ଷୀୟ ରିଙ୍କୁ । ବୟସ ଅନୁସାରେ ଉଚ୍ଚତା ବହୁତ କମ । ରିଙ୍କୁଙ୍କର ଉଚ୍ଚତା ମାତ୍ର ୩ ଫୁଟ । ସେ ବିବାହ ପାଇଁ ମନବଳାଇ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଚିଠି ଲେଖିଥିଲେ । ବୟସ ବଢି ଚାଲିଛି ହେଲେ ତାଙ୍କ ପାଇଁ ଏଯାଏଁ ବିବାହ ପ୍ରସ୍ତାବ ଆସିନାହିଁ । ଏ ନେଇ ଚିଠିରେ ତାଙ୍କୁ ବିବାହ କରାଇବାକୁ ଗୁହାରୀ କରିଥିଲେ ରିଙ୍କୁ । ସେତେବେଳେ ଏହି ଚିଠିଟି ବେଶ ଭାଇରାଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.