ETV Bharat / bharat

ମେଘାଳୟରେ ସରକାର ଗଢିବେ କୋନରାଡ ସାଙ୍ଗମା, ଆସନ୍ତାକାଲି ନେବେ ଶପଥ

ମେଘାଳୟରେ ସରକାର ଗଠନ କରିବେ କୋନରାଡ ସାଙ୍ଗମା । ଆସନ୍ତାକାଲି (ମଙ୍ଗଳବାର) ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇପାରନ୍ତି । ଅଧିକ ପଢନ୍ତୁ

author img

By

Published : Mar 6, 2023, 8:59 AM IST

Conrad Sangma to form govt in Meghalaya
ମେଘାଳୟରେ ସରକାର ଗଢିବେ କୋନରାଡ ସାଙ୍ଗମା

ସିଲଙ୍ଗ: ଆସନ୍ତାକାଲି(ମଙ୍ଗଳବାର) ଶପଥ ନେବେ କୋନରାଡ ସାଙ୍ଗମା । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତ ମାର୍ଚ୍ଚ 2 ତାରିଖରେ ଉତ୍ତରପୂର୍ବାଞ୍ଚଳରେ ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା । ନାଗାଲାଣ୍ଡ ଓ ତ୍ରିପୁରା ବିଜେପି ଦଖଲରେ ରହିଥିଲା ବେଳେ ମେଘାଳୟରେ ମୋଦି ମ୍ୟାଜିକ ଫିକା ପଡିଥିଲା । ସତ ହୋଇଥିଲା ଏକଜିଟ ପୋଲ ଆକଳନ ।

ମେଘାଳୟରେ ଝୁଲା ସରକାର ଗଠନ ହେବାକୁ ଯାଉଛି । ମେଘାଳୟ ଶାସନ କ୍ଷମତା ଦଖଲ ପାଇଁ 31ଟି ଆସନ ଦରକାର ଥିବାବେଳେ କୌଣସି ଦଳ ଏହି ସଂଖ୍ୟା ହାସଲ କରି ପାରିନଥିଲେ । ଏନପିପିକୁ 26 ଆସନ ମିଳିଥିଲେ ସୁଦ୍ଧା ସରକାର ଗଠନ କରିବାକୁ ତାହା ଯଥେଷ୍ଟ ନୁହେଁ । ତେଣୁ ଏନପିପି ମୁଖ୍ୟ କୋନରାଡ ସାଙ୍ଗମା ଅନ୍ୟ ଦଳ ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛନ୍ତି । ୟୁଡିପି ଓ ପିଡିଏଫ ସାଙ୍ଗମାଙ୍କୁ ସରକାର ଗଠନ ପାଇଁ ସମର୍ଥନ କରିଛନ୍ତି । ଆସନ୍ତାକାଲି (ମଙ୍ଗଳବାର) ଶପଥ ନେବେ କୋନରାଡ ସଙ୍ଗମା ।

ମେଘାଳୟ ବିଧାନସଭା ନିର୍ବାଚନରେ 60 ଆସନରୁ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି ) 26 ଆସନରେ ବିଜୟୀ ହୋଇଥିଲା । ମାତ୍ର 26 ଆସନରେ ଜିତିବା ସରକାର ଗଠନ ପାଇଁ ଯଥେଷ୍ଟ ନଥିଲା । ଅନ୍ୟପଟେ ଗୋଟିଏ ବି ଦଳ ସରକାର ଗଠନ ପାଇଁ ଆବଶ୍ୟକ ଆସନ ସଂଖ୍ୟା ଛୁଇଁ ପାରି ନଥିଲେ । ଏହାପରେ ରାଜ୍ୟରେ କିଏ ସରକାର ଗଠନ କରିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଅନିଶ୍ଚିତତା ଭିତରେ ରାଜ୍ୟରେ ସରକାର ଗଠନ ଦୌଡରେ ଟିଏମସିର ମୁକୁଳ ସାଙ୍ଗମା ରହିଥିଲେ ମାତ୍ର କୋନରାଡ ସାଙ୍ଗମା ୟୁ଼ଡିପି ଓ ପିଡିଏଫର ସମର୍ଥନ ମିଳିବା ପରେ ରାଜ୍ୟରେ ସାଙ୍ଗମାଙ୍କ ଏନପିପି ଦଳ ସରକାର ଗଠନ କରିବାକୁ ଯାଉଛି । ଏନପିପିକୁ 45 ବିଧାୟକଙ୍କ ସମର୍ଥନ ମିଳିଛି ।

ଏହା ବି ପଢନ୍ତୁ...Meghalaya Elections Results: ସରକାର ଗଠନ ପାଇଁ ବିଜେପି ସମର୍ଥନ ମାଗିଲେ ସାଙ୍ଗମା

ବିଧାନସଭା ନିର୍ବାଚନରେ ୟୁଡିପି ଦଳ 11ଟି ଆସନ ଜିତିଥିବାବେଳେ ପିଡିଏଫ 2ଟି ଆସନ ଜିତିଥିଲା । ପ୍ରଥମେ ସାଙ୍ଗମାଙ୍କୁ 32 ଜଣ ବିଧାୟକଙ୍କ ସମର୍ଥନ ମିଳିଥିଲା । ସେଥିରୁ 2ଟି ବିଜେପି, 2ଟି ଏଚଏସପିଡିପି ଏବଂ 2ଟି ସ୍ବାଧୀନ ବିଧାୟକ ଥିଲେ । ମାର୍ଚ୍ଚ 7 ତାରିଖ ଅର୍ଥାତ ଆସନ୍ତାକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୋନରାଡ ସାଙ୍ଗମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ।

ପ୍ରକାଶଥାଉ କି, ଗତ 27 ତାରିଖରେ ମୋଘାଳୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 60 ଆସନରୁ 59 ଆସନରେ ଭୋଟ ଗ୍ରହଣ ହୋଇଥିଲା । ସୋହିଙ୍ଗ ନିର୍ବାଚନମଣ୍ଡଳୀରେ ୟୁଡିପି ପ୍ରାର୍ଥୀଙ୍କ ଦେହାନ୍ତ ହେବାରୁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା । ଏନପିପିକୁ 26ଟି ଆସନ ମିଳିଥିବାବେଳେ ଟିଏମସି 5, ବିଜେପି 3ଟି ଓ ଅନ୍ୟାନ୍ୟ ଦଳ 26ଟି ଆସନ ଦଖଲ କରିଥିଲେ । ମେଘାଳୟବାସୀ କୌଣସି ଦଳକୁ ପୂର୍ଣ୍ଣ ସମର୍ଥନ ଦେଇନଥିଲେ । ତେଣୁ ଏଠାରେ ଝୁଲା ସରକାର ଗଠନ ହେବାକୁ ଯାଉଛି । ସାଙ୍ଗମା କେଉଁ ଦଳ ସହ ମିଶି ସରକାର ଗଠନ କରିବେ ତାକୁ ନେଇ ଉତ୍ସୁକତା ଲାଗି ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.