ETV Bharat / bharat

ଚଢଉ କରି ଦେଢଲକ୍ଷ ଟଙ୍କାର ଚପଲ ନେଇଗଲେ କର୍ତ୍ତୃପକ୍ଷ, ଜେଲରେ କାନ୍ଦୁଛି ସୁକେଶ - ମହାଠକ ସୁକେଶ ଚନ୍ଦ୍ରଶେଖର

ମଣ୍ଡୋଲି ଜେଲ ପ୍ରକୋଷ୍ଟରେ କଇଁକଇଁ ହୋଇ କାନ୍ଦୁଛି ସୁକେଶ । ଜାଣନ୍ତୁ କାରଣ

କାନ୍ଦିଲେ ସୁକେଶ
କାନ୍ଦିଲେ ସୁକେଶ
author img

By

Published : Feb 23, 2023, 2:33 PM IST

Updated : Feb 24, 2023, 6:43 AM IST

ନୂଆଦିଲ୍ଲୀ: ଠକେଇ ଓ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ମଣ୍ଡୋଲି ଜେଲରେ ରହିଛି ମହାଠକ ସୁକେଶ ଚନ୍ଦ୍ରଶେଖର । ତେବେ ଏହାରି ଭିତରେ ଆଜି ସୁକେସଙ୍କ ଏକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ କି ଠକ କାନ୍ଦୁଥିବା ଦେଖିବାକୁ ମିଳୁଛି ।

  • #WATCH | Luxury items found in conman Sukesh Chandrasekhar’s jail cell. CCTV visuals from Mandoli jail shared by sources show Sukesh after raids caught items in his jail cell.

    (Source: Mandoli Jail Administration) pic.twitter.com/Fr77ZAsGbF

    — ANI (@ANI) February 23, 2023 " class="align-text-top noRightClick twitterSection" data=" ">

ତେବେ ଭାଇରାଲ ହେଉଥିବା ସିସିଟିଭିରେ ଦେଖାଯାଇଛି ଯେ, ସୁକେଶ ତାଙ୍କ ଆଖିକୁ ବାରମ୍ବାର ପୋଛୁଛି । ଜେଲ କର୍ତ୍ତୃପକ୍ଷ ଏବଂ ଟିମ ସୁକେସଙ୍କ ଜିନିଷ ଯାଞ୍ଚ କରୁଥିବା ବେଳେ ସେ ଏକାକି ଠିଆ ହୋଇଛନ୍ତି । ତିହାର ଜେଲର ଦୀପକ ଶର୍ମା, ଡେପୁଟି ସୁପରିଟେଣ୍ଡେଣ୍ଟ ଜୟ ସିଂ ଅନାନ୍ୟ କର୍ମଚାରୀ ରହିଥିବା ଦେଖାଯାଉଛି ।

ତେବେ ରିପୋର୍ଟ ଅନୁସାରେ, ତେବେ ସୁକେସ ରହିଥିବା ପ୍ରକୋଷ୍ଠକୁ ତଲାସି କରିଥିଲେ ଜେଲ କର୍ମଚାରୀ । ତେବେ ସୁକେସଙ୍କ ଠାରୁ ଦେଢଲକ୍ଷ ଟଙ୍କାର ଚପଲ ଏବଂ ୮୦ ହଜାର ଟଙ୍କାର ଦୁଇଟି ଜିନ୍ସ ଜବତ କରିଥିଲେ । ସେମାନେ ଯିବା ପରେ ଏକ ସ୍ଥାନରେ ଛିଡା ହୋଇ କାନ୍ଦୁଥିଲା ସୁକେସ । ଡାହାଣ ହାତରେ ଆଖିରୁ ଲୁହ ପୋଛୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ସୁକେସ ରହୁଥିବା ପ୍ରକୋଷ୍ଠକୁ ଜେଲ କର୍ତ୍ତୃପକ୍ଷଙ୍କ ଦ୍ବାରା ହଠାତ୍‌ ଯାଞ୍ଚ କରାଯାଉଥିଲା । ମାରଣାସ୍ତ୍ର, ମୋବାଇଲ ଫୋନ ଇତ୍ୟାଦି ରଖିଛି କି ନାହିଁ ଚେକ କରାଯାଉଥିଲା । ତେବେ ଜେଲ ଭିତରେ ଦାମୀ ଚପଲ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଜେଲ କର୍ମଚାରୀ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁକେଶର ଚିଠି, ମୋତେ ଧମକ ଦେଉଛନ୍ତି ସତ୍ୟେନ୍ଦ୍ର ଜୈନ ଓ କେଜ୍ରିଓ୍ବାଲ

ଠକେଇ ଓ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଚନ୍ଦ୍ରଶେଖର ଏବଂ ତାଙ୍କ ସ୍ତ୍ରୀ ଲିନା ପାଉଲଙ୍କୁ ଅଗଷ୍ଟ ୨୦୨୨ ତାରିଖରେ ମଣ୍ଡୋଲ ଜେଲକୁ ପଠାଯାଇଥିଲା । ସେହିଦିନ ଠାରୁ ତାଙ୍କୁ କଡାକଡି ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଥିଲା । ପ୍ରକାଶଥାଉକି, ଗତ ଜାନୁଆରୀ ୨୩ ତାରିଖରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖିଥିଲା ଠକ ସୁକେଶ । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସତ୍ୟେନ୍ଦ୍ର ଜୈନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଲଗାତାର ଭାବେ ଧମକ ଦିଆଯିବା ସହ ନିର୍ଯାତନା ଦିଆଯାଉଥିବା ନେଇ ତିନି ପୃଷ୍ଠାର ଏକ ଚିଠି ଲେଖିଥିଲେ ।

ସୁକେଶ ଚିଠିରେ ଉଲ୍ଲେଖ କରିଥିଲେ,"ଜେଲ୍‌ କର୍ମଚାରୀଙ୍କ ମାଧ୍ୟମରେ ମୋତେ ବାରାମ୍ବାର ଧମକ ଦେଉଛନ୍ତି ସତ୍ୟେନ୍ଦ୍ର ଜୈନ । ଆମ ଆଦମି ପାର୍ଟି, ଦିଲ୍ଲୀ ସରକାରୀଙ୍କ ପଦବୀରେ ଥିବା ଅଧିକାରୀଙ୍କ ବିରୋଧରେ ପୂର୍ବରୁ ଯେଉଁ ସବୁ ଅଭିଯୋଗ ମୁଁ ଆଣିଛି ତାହା ପ୍ରତ୍ୟାହାର କରି ନେବାକୁ ଜେଲ କର୍ମଚାରୀଙ୍କ ମାଧ୍ୟମରେ ମୋତେ ବାର୍ତ୍ତା ପଠାଉଛନ୍ତି ସତ୍ୟେନ୍ଦ୍ର ଜୈନ । ଅଭିଯୋଗ ଗୁଡିକୁ ପତ୍ୟାହାର କରାନଗଲେ ଆଗକୁ ପରିଣତି ଭୟଙ୍କର ହେବ ବୋଲି ମୋତେ ଧମକ ଦିଆଯାଉଛି । "

Last Updated : Feb 24, 2023, 6:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.