ETV Bharat / bharat

କୌଣସି ନିର୍ବାଚନୀ ଡିବେଟରେ ସାମିଲ ହେବନି କଂଗ୍ରେସ: ସୁରଜେଓ୍ବାଲା

ଆଜି ସାରାଦେଶର ନଜର ନିର୍ବାଚନୀ ଫଳାଫଳ ଉପରେ ଥିବାବେଳେ, ଆଉ କିଛି ସମୟର ଅପେକ୍ଷା । ଏହାପରେ ସାମ୍ନାକୁ ଆସିବ ହାର ଜିତର ଖବର । ହେଲେ ଏପରି ସମୟରେ ଗଣମାଧ୍ୟମରେ ହେବାକୁ ଥିବା ଚର୍ଚ୍ଚାରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : May 2, 2021, 12:56 PM IST

କୌଣସି ନିର୍ବାଚନୀ ଡିବେଟରେ ସାମିଲ ହେବନି କଂଗ୍ରେସ: ସୁରେଜଓ୍ବାଲା

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ ଗଣତି । ହେଲେ ଏହାରି ଭିତରେ ଫଳାଫଳ ଆସିବା ପରେ ଟିଭି ହେବାକୁ ଥିବା ନିର୍ବାଚନୀ ଚର୍ଚ୍ଚାରେ ସାମିଲ ହେବ ନାହିଁ ବୋଲି ସଫାସଫା ମନା କରିଦେଇଛି କଂଗ୍ରେସ । ଦଳର କହିବାନୁସାରେ, ଦେଶରେ କୋରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି।

କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି ଯେ, ଦେଶରେ କୋରୋନା ଭାଇରସର ସ୍ଥିତି ଅତି ଗମ୍ଭୀର ରହିଛି। ଏହି ସମୟରେ ଜନତାଙ୍କ ସହ ନିଜର ସମର୍ଥନ ବ୍ୟକ୍ତ କରିବା ପାଇଁ ଦଳ ଆଜି ଟିଭିରେ ହେବାକୁ ଥିବା ନିର୍ବାଚନୀ ଡିବେଟରେ ଭାଗ ନନେବାକୁ ନିଷ୍ପତ୍ତି ନେଇଛି।

ସୁରଜେଓ୍ବାଲା ଟ୍ବିଟ କରି କହିଛନ୍ତି ଯେ, 'ଯେତବେଳେ ସମଗ୍ର ଦେଶ କୋରୋନା ମହାମାରୀ ସହ ଲଢୁଛି ସେହି ସମୟରେ ମୋଦି ସରକାର ଏହାକୁ ଆୟତ୍ତ କରିବାରେ ବିଫଳ ହୋଇଛନ୍ତି । ଆଉ କଂଗ୍ରେସ ଏନେଇ ନିର୍ବାଚନୀ ଡିବେଟରେ ରହି ମୋଦି ସରକାରଙ୍କୁ ବିଫଳତା ବିଷୟରେ ଆଲୋଚନା ମଧ୍ୟ କରିବାକୁ ଚାହୁଁ ନାହିଁ ତେଣୁ କଂଗ୍ରେସ ତାର ପ୍ରବକ୍ତାଙ୍କୁ ନିର୍ବାଚନୀ ପ୍ରଚାରରୁ ହଟାଇବାକୁ ଚାହୁଁଛି'।

ଏହାସହ ସେ ଆହୁରି କହିଛନ୍ତି ଯେ, 'ଯଦି ଆମେ ଜିତିଯାଉ କିମ୍ବା ହାରିଯାଉ ଏସବୁର ଟିପ୍ପଣୀ ଯଦି ଗଣମାଧ୍ୟମ ଚାହାନ୍ତି ତେବେ ଆମେ ଦବାକୁ ରାଜି ଅଛୁ। କିନ୍ତୁ ଏପରି ସମୟରେ ଯେଉଁଠି ଦେଶର ମେଡିକାଲ ମାନଙ୍କରେ ଅକ୍ସିଜେନର ଅଭାବ ଅଛି, ବେଡ, ଭେଣ୍ଟିଲେଟର ଓ ଔଷଧର ଅଭାବରୁ ଅନେକ ଆକ୍ରାନ୍ତଙ୍କର ପ୍ରାଣହାନୀ ଘଟୁଛି ସେଭଳି ସମୟରେ ଦଳ ଏସବୁରୁ ନିବୃତ ରହିବାକୁ ନିଷ୍ପତ୍ତି ନେଇଛି'।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.