ମୁମ୍ବାଇ: ଯଦି ମହାରାଷ୍ଟ୍ରରେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢିବ । କଂଗ୍ରେସ ହାଇକମାଣ୍ଡ ଚାହିଁବ ତାହା ହେଲେ ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବି ବୋଲି କହିଛନ୍ତି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ।
ମହାରାଷ୍ଟରେ ଶିବସେନା ଓ ଏନସିପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୀତିକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ବୃଦ୍ଧି ପାଇଛି ରାଜନୈତିକ ବାତାବରଣ । ମହାରାଷ୍ଟ୍ରରେ କେତେବେଳେ ସରକାର ଭଙ୍ଗି ଯିବା ତାହା ମଧ୍ୟ କହିବା ମୁସ୍କିଲ । ଏ ଭଳି ସ୍ଥିତିରେ ମହାରାଷ୍ଟ୍ରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ । ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ କହିଛନ୍ତି ଯେ ଯଦି ଆଗାମୀ ବିଧାନସଭା ନିର୍ବଚନରେ କଂଗ୍ରେସ ଏକାକୀ ଲଢେ ଏବଂ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ମୋତେ ସୁଯୋଗ ଦିଆଯାଏ ତେବେ ମୁଁ ପ୍ରସ୍ତୁତ । ଏହା ଦଳର ହାଇକମାଣ୍ଡ ଉପରେ ନିର୍ଭର କରେ ବୋଲି ନାନା ପଟୋଲେ କହିଛନ୍ତି ।
ସୂଚନାଥାଉକି ମହାରାଷ୍ଟ୍ରରେ ବର୍ତ୍ତମାନ ଶିବସେନା,କଂଗ୍ରେସ ଓ ଏନସିପିକୁ ନେଇ (ମହାବିକାଶ ଆଘାଡି) ମେଣ୍ଟରେ ସରକାର ଚାଲିଛି । ବିଜେପି ସହିତ ଶିବସେନା ଦୀର୍ଘ ଦିନର ମେଣ୍ଟ ଭାଙ୍ଗିଯିବା ପରେ ଶିବସେନା,କଂଗ୍ରେସ ଓ ଏନସିପିକୁ ନେଇ ସରକାର ଗଠନ କରିଛନ୍ତି ।
@ANI