ETV Bharat / bharat

ସେନାପତିଙ୍କ ଆକାଉଣ୍ଟ ଅଚଳ, ଟ୍ବିଟରକୁ ରାହୁଲମୟ କରିଦେଲେ ଅନୁଗତ

author img

By

Published : Aug 12, 2021, 10:20 PM IST

ରାହୁଲ ଗାନ୍ଧୀଙ୍କ ଟ୍ବିଟର ହ୍ୟାଣ୍ଡେଲ ବ୍ଲକ୍‌ କରାଯିବାକୁ ନେଇ ଏହି ବିବାଦ ଏବେ ତୀବ୍ର ରୂପ ନେଇଛି । ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିବି ଟ୍ବିଟରରେ ନିଜ ନାଁ ବଦଳାଇ ରଖିଛନ୍ତି 'ରାହୁଲ ଗାନ୍ଧୀ' । ଅଧିକ ପଢନ୍ତୁ...

ସେନାପତିଙ୍କ ଆକାଉଣ୍ଟ ଅଚଳ, ଟ୍ବିଟରକୁ ରାହୁଲମୟ କରିଦେଲେ ଅନୁଗତ
ସେନାପତିଙ୍କ ଆକାଉଣ୍ଟ ଅଚଳ, ଟ୍ବିଟରକୁ ରାହୁଲମୟ କରିଦେଲେ ଅନୁଗତ

ନୂଆଦିଲ୍ଲୀ: ଟ୍ବିଟର ଆଉ କଂଗ୍ରେସ ମଧ୍ୟରେ ବଢିଚାଲିଛି ବିବାଦ । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟ୍ବିଟର ହ୍ୟାଣ୍ଡେଲ ବ୍ଲକ୍‌ କରାଯିବାକୁ ନେଇ ଏହି ବିବାଦ ଏବେ ତୀବ୍ର ରୂପ ନେଇଛି । ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିବି ଟ୍ବିଟରରେ ନିଜ ନାଁ ବଦଳାଇ ରଖିଛନ୍ତି 'ରାହୁଲ ଗାନ୍ଧୀ' ।

ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜ ପ୍ରୋଫାଇଲ ଫଟୋ ବଦଳାଇ ଲଗାଇ ଦେଇଛନ୍ତି ରାହୁଲ ଗାନ୍ଧୀଙ୍କ ଫଟୋ । କେବଳ ପ୍ରିୟଙ୍କା ନୁହେଁ, କଂଗ୍ରେସର ଅନେକ ନେତା ଟ୍ବିଟରର କାର୍ଯ୍ୟାନୁଷ୍ଠାନ ବିରୋଧରେ ରାହୁଲ ଗାନ୍ଧୀଙ୍କ ଫଟୋ ଲଗାଇ ଆକାଉଣ୍ଟରେ ବଦଳାଇ ଦେଇଛନ୍ତି ନିଜ ନାଁ ।

କେରଳ ୱାୟନାଡ ସାଂସଦ ରାହୁଲ ଗାନ୍ଧୀ କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। ତାଙ୍କ ଆକାଉଣ୍ଟ ଟ୍ବିଟରରେ ବ୍ଲକ ହୋଇଥିବା ସତ୍ତ୍ବେ ସେ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଏକ ସରକାରଙ୍କୁ କରିଛନ୍ତି ଟାର୍ଗେଟ । ଗୁରୁବାର ଇନଷ୍ଟାଗ୍ରାମ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଅନ୍ୟପକ୍ଷରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ବିଟରର କାର୍ଯ୍ୟାନୁଷ୍ଠାନ ଉପରେ ଉଠଇଛନ୍ତି ପ୍ରଶ୍ନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.