ETV Bharat / bharat

ଅମଲାତନ୍ତ୍ର ଏବେ BJPର ପ୍ରଚାର ଶାଖା କହିଲେ ଖଡଗେ, ଜବାବ ରଖିଲେ ନଡ୍ଡା

‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଅମଲାତନ୍ତ୍ର ଏବେ BJPର ପ୍ରଚାର ଶାଖା କହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଖଡଗେଙ୍କ ଚିଠି । ଜବାବ ରଖିଲେ ନଡ୍ଡା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 23, 2023, 6:17 PM IST

ଅମଲାତନ୍ତ୍ର ଏବେ BJP ର ପ୍ରଚାର ଶାଖା କହିଲେ ଖଡଗେ, ଜବାବ ରଖିଲେ ନଡ୍ଡା

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସାରା ଦେଶରେ ଲୋକଙ୍କୁ ଅବଗତ କରିବେ ପ୍ରଶାସନିକ ଅଧିକାରୀ । ଏହି ଉଦ୍ଦେଶ୍ୟ ସହ କେନ୍ଦ୍ର ସରକାର ଆସନ୍ତାମାସରୁ ଆରମ୍ଭ କରିବାକୁ ଯାଉଛନ୍ତି ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’ । ଏବେ ଏହାକୁ ନେଇ ବିବାଦ ଓ ରାଜନୀତି ଆରମ୍ଭ ହୋଇଛି । ପୁରା ସରକାରୀ କଳ, ସମସ୍ତ ସରକାରୀ ସଂସ୍ଥା, ପ୍ରତିଷ୍ଠାନ ଓ ଅଧିକାରୀମାନେ ଏବେ ଭାରତୀୟ ଜନତା ପାର୍ଟିର ପ୍ରଚାରକ ଭାବେ ବ୍ୟବହୃତ ହେଉଛନ୍ତି ବୋଲି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ।

ପ୍ରଶାସନିକ ଅଧିକାରୀମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବେ ବୋଲି ବିଜେପି ସରକାର କହୁଛି, ମାତ୍ର ସେମାନଙ୍କୁ ଦଳୀୟ ପ୍ରଚାର ପାଇଁ ପ୍ରୋପାଗଣ୍ଡାଭିତ୍ତିକ ଭାବେ ବ୍ୟବହାର କରାଯାଉଛି । ଏବେ ପୁରା ସରକାରୀ ବ୍ୟବସ୍ଥା କେବଳ ଏକ ପ୍ରୋପାଗଣ୍ଡା ଆଧାରରେ ଶାସକ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିବାକୁ ଲାଗିଲେଣି ବୋଲି ଖଡଗେ କହିଛନ୍ତି ।

  • For the Modi Govt, all agencies, institutions, arms, wings, and departments of the government are now officially 'Pracharaks' !

    In view of protecting our democracy and our Constitution, it is imperative that the orders which would lead to the politicising of Bureaucracy and our… pic.twitter.com/t9hq0N4Ro4

    — Mallikarjun Kharge (@kharge) October 22, 2023 " class="align-text-top noRightClick twitterSection" data=" ">

ଖଡେଗେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଏକ ଟ୍ବିଟରେ କହିଛନ୍ତି, ‘‘ସରକାରୀ ବିଭାଗ, ବ୍ୟବସ୍ଥା ଓ ପ୍ରତିଷ୍ଠାନ ଏବେ ଅଫିସିଆଲି ପାର୍ଟି ପ୍ରଚାରକ । ଦେଶର ସମ୍ବିଧାନକୁ ବଞ୍ଚାଇବା ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ନେଇ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି । କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଅମଲାତନ୍ତ୍ର ଓ ସଶସ୍ତ୍ର ବଳକୁ ରାଜନୀତିକରଣ କରିବାକୁ ଯାଉଛି । ଯାହାକୁ ତୁରନ୍ତ ପ୍ରତ୍ୟାହାର କରାଯିବାର ଆବଶ୍ୟକତା ରହିଛି ।’’ ଏହି କ୍ୟାପସନ ସହ ଖଡଗେ ପ୍ରଧାନମନ୍ତ୍ରଙ୍କୁ ଲେଖିଥିବା ଚିଠି ମଧ୍ୟ ଟ୍ବିଟ କରିଛନ୍ତି ।

  • It baffles me to see the Congress Party have an issue with public servants reaching the grassroots to ensure saturation of schemes. If this not the basic tenet of governance, what is?

    Regarding opposition to a ‘Rath’ it is a fit use of public resources unlike using warships as…

    — Jagat Prakash Nadda (@JPNadda) October 22, 2023 " class="align-text-top noRightClick twitterSection" data=" ">

ଖଡଗେଙ୍କ ଟ୍ବିଟରେ ସରକାରୀ ଦଳ ପକ୍ଷରୁ ଦଳମୁଖ୍ୟ ଜେ.ପି ନଡ୍ଡାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଟ୍ବିଟରେ ନଡ୍ଡା କହିଛନ୍ତି, ପ୍ରଶାସନିକ ଅଧିକାରୀ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ନିକଟବର୍ତ୍ତୀ ହେବେ । ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ । ତେବେ ଏହା କଣ ଶାସନର ସିଦ୍ଧାନ୍ତ ନୁହେଁ କି ? ଏହାକୁ ବିରୋଧ କରାଯିବା ଆଶ୍ଚର୍ଯ୍ୟର ବିଷୟ ।

ଏଠାରେ ଉଲ୍ଲେଖଯୋଗ୍ଯ ଯେ, କେନ୍ଦ୍ର ସରକାର ନଭେମ୍ବର 20 ତାରିଖରୁ ଆସନ୍ତାବର୍ଷ ଜାନୁଆରୀ 25 ପର୍ଯ୍ୟନ୍ତ ଦେଶରେ ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯାତ୍ରା 2.7 ଲକ୍ଷ ପଞ୍ଚାୟତ ପର୍ଯ୍ୟନ୍ତ ପହଞ୍ଚିବ । ଏଥିରେ ପ୍ରଶାସନିକ ଅଧିକାରୀ ଲୋକଙ୍କ ନିକଟତର ହୋଇ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସେମାନଙ୍କୁ ଅବଗତ କରିବେ । ଏଥିରେ ଯୁଗ୍ମ ସଚିବ ଓ ଉପସଚିବ ପାହ୍ୟାର ଅଧିକାରୀ ମଧ୍ୟ ଜିଲ୍ଲା ଦାୟିତ୍ବରେ ରହିବେ । ମୋଦି ସରକାର ଗତ 9 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧି ଓ କାର୍ଯ୍ୟକାରୀ କରିଥିବା କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଏହି କ୍ୟାମ୍ପନିଂରେ ଜାଗୃତ କରାଯିବ ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ-ମିରଟ RRTS ସେବାରେ AI ଅପରେଟେଡ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା

ତେବେ ଏବେ ଦେଶରେ ନିର୍ବାଚନୀ ପ୍ରଭାବ ଆରମ୍ଭ ହୋଇଗଲାଣି । 5 ରାଜ୍ୟରେ ଚଳିତବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆସନ୍ତା ବର୍ଷ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ମଧ୍ୟ ରହିଛି । ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ସଚେତନତା କ୍ୟାମ୍ପନିଂକୁ ବିରୋଧୀ ନିର୍ବାଚନ ପ୍ରଚାର ସହ ତୂଳନା କରୁଛନ୍ତି । କାର୍ଯ୍ୟପାଳିକାର ରାଜନୀତିକରଣ ହେଉଛି ବୋଲି ଅଭିଯୋଗ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.