ETV Bharat / bharat

‘ସେମାନେ ପ୍ରଭୁ ରାମକୁ ତାଲା ବନ୍ଦ କରିଥିଲେ, ଏବେ ବଜରଙ୍ଗବାଲୀଙ୍କୁ’; କଂଗ୍ରେସ ଉପରେ କଡା ପ୍ରହାର କଲେ ମୋଦି

author img

By

Published : May 2, 2023, 5:28 PM IST

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ଜାରି । ବଜରଙ୍ଗ ଦଳକୁ ବ୍ୟାନ ନେଇ ଇସ୍ତାହାରରେ ଘୋଷଣା ପରେ କଂଗ୍ରେସ ଉପରେ ବର୍ଷିଲେ କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ମୋଦି
କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ମୋଦି

ବେଙ୍ଗାଲୁରୁ: କର୍ଣ୍ଣାଟକ ମତଦାନକୁ ଆଉ ସପ୍ତାହେ ବାକି ଥିବା ବେଳେ ପ୍ରଚାର ମୈଦାନ ମଧ୍ୟରେ ସମସ୍ତ ଦଳର ହେଭିଓ୍ବେଟ । ଶାସନରେ ଥିବା ଭାରତୀୟ ଜନତା ପାର୍ଟି ପାଇଁ ଦଳର ମୁଖ୍ୟ ଚେହେରା ପ୍ରଧାନମନ୍ତ୍ରୀ ମୋଦି ମାରାଥନ ପ୍ରଚାର ଜାରି ରଖିଛନ୍ତି । ଆଜି (ମଙ୍ଗଳବାର) କର୍ଣ୍ଣାଟକର ହୋସପେଟରେ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି କଂଗ୍ରେସର ଇସ୍ତାହାରରେ ବଜରଙ୍ଗ ଦଳ ବ୍ୟାନ ଘୋଷଣାକୁ ନେଇ ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି । କହିଛନ୍ତି, ‘‘ସେମାନେ ପ୍ରଥମେ ପ୍ରଭୁ ରାମଙ୍କୁ ତାଲା ବନ୍ଦ କରିଥିଲେ । ଏବେ ବଜରଙ୍ଗବାଲୀଙ୍କୁ ମଧ୍ୟ ତାଲା ବନ୍ଦ ସଂଙ୍କଳ୍ପ ନେଇଛନ୍ତି ।’’ କଂଗ୍ରେସ ନିଜ ଇସ୍ତାହାରରେ ବଜରଙ୍ଗ ଦଳକୁ ଏକ ସାମ୍ପ୍ରଦାୟିକ ଶକ୍ତି ଓ ଏହାକୁ ନିଷେଧ ଘୋଷଣା କରାଯିବା ନେଇ ଉଲ୍ଲେଖ କରିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ,‘‘ଆଜି ମୁଁ ପ୍ରଭୁ ବଜରଙ୍ଗବାଲୀଙ୍କ ପ୍ରବିତ୍ର ଭୂମିକୁ ଆସିଛି । ହେଲେ ସେମାନେ (କଂଗ୍ରେସ) ପ୍ରଥମେ ପ୍ରଭୁ ରାମଙ୍କୁ ତାଲା ବନ୍ଦ କରିଥିଲେ । ଏବେ ବଜରଙ୍ଗବାଲୀ କି ଜୟ ନାରା ଦେଉଥିବା ଭକ୍ତଙ୍କୁ ମଧ୍ୟ ତାଲା ବନ୍ଦ କରିବା ପାଇଁ ସଂକଳ୍ପ ନେଇଛନ୍ତି । କଂଗ୍ରେସ ତାର ନିର୍ବାଚନୀ ଘୋଷଣାପତ୍ରରେ, ବଜରଙ୍ଗଦଳକୁ ଏକ ସାମ୍ପ୍ରଦାୟିକ ଶକ୍ତି ବୋଲି ଦର୍ଶାଇବା ସହ ରାଜ୍ୟରେ ନିଷେଧ ଘୋଷଣା କରିବା ନେଇ ଉଲ୍ଲେଖ କରିଥିଲା । ଯାହାକୁ ବିଜେପି ଓ ନିଜେ ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାରେ ପ୍ରସଙ୍ଗ କରିଛନ୍ତି ।

କଂଗ୍ରେସ କରିଥିବା ଘୋଷଣା ପତ୍ରରେ ବଜରଙ୍ଗ ଦଳକୁ କେନ୍ଦ୍ର ସରକାରଙ୍କ ଦ୍ବାରା ନିଷେଧ ଘୋଷଣା ହୋଇଥିବା ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ସହ ତୂଳନା କରାଯାଇଥିଲା । କଂଗ୍ରେସ କହିଥିଲା ଏହି ସ୍ବଂୟ ସେବକ ସଂଘ ଓ ବିଶ୍ବ ହିନ୍ଦୁ ପରିଷଦର ଯୁବ ଶାଖା ବଜରଙ୍ଗ ଦଳ ସମାଜରେ ଘୃଣା ଓ ଶତୃତା ସୃଷ୍ଟି କରୁଛି । କୌଣସି ସଂଖ୍ୟାଲଘୁ କିମ୍ବା ସଂଖ୍ୟା ଗରିଷ୍ଠ ହୁଅନ୍ତୁ ଏପ୍ରକାର ସମସ୍ତ ସଂଗଠନ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ ।

ସେହିପରି କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି । କହିଛନ୍ତି, କଂଗ୍ରେସ ଲୋକଙ୍କ ଆସ୍ଥା ହରାଇ ସାରିଛି । କେବଳ ଗ୍ୟାରେଣ୍ଟି ଆଳରେ ସେମାନେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । କଂଗ୍ରେସ ଦେଶରେ ଥିବା ସମୟରେ ଗରିବି ହଟାଇବାକୁ ଗ୍ୟାରେଣ୍ଟି ଦେଇଥିଲା । ହେଲେ ତାହା ତ ହେଲା ନାହିଁ, ବରଂ କଂଗ୍ରେସ ନେତାମାନେ କୋଟିପତି, ଆରବପତି ହୋଇଗଲେ ।

ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ କିଛି ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନରେ ଥିବା ବେଳେ କଂଗ୍ରେସ ପକ୍ଷରୁ ଖଡଗେ, ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ଅନ୍ୟ କିଛି କେନ୍ଦ୍ରୀୟ ନେତା ପ୍ରଚାର କରୁଛନ୍ତି । 2024 ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି । କ୍ଷମତା ବଜାୟ ରଖିବାକୁ ବିଜେପି ପ୍ରୟାସ ଜାରି ରଖିଥିବା ବେଳେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ତାର ସମସ୍ତ ଶକ୍ତି ଲଗାଇ ଦେଇଥିବା ପରି ଦୃଶ୍ୟମାନ ହେଉଛି । 10 ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ 13 ତାରିଖରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.