ETV Bharat / bharat

‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ଲୋଗୋ ଓ ସ୍ଲୋଗାନ ଉନ୍ମୋଚିତ କଲା କଂଗ୍ରେସ - Congress news

Congress unveils logo, slogan of Bharat Jodo Nyay Yatra: 14 ରୁ ଆରମ୍ଭ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ । ସ୍ଲୋଗାନରେ ଦଳ କହିଲା ‘ନ୍ୟାୟ କା ହକ ମିଲନେ ତକ’ । ଅଧିକ ପଢନ୍ତୁ

ଭାରତ ଯୋଡୋ ନ୍ୟାୟ ଯାତ୍ରା: ଲୋଗ ଓ ସ୍ଲୋଗାନ ଉନ୍ମୋଚିତ କଲା କଂଗ୍ରେସ

author img

By ETV Bharat Odisha Team

Published : Jan 6, 2024, 7:58 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ କରିବାକୁ ଯାଉଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ଆଜି ଦଳ ଲୋଗୋ ଓ ସ୍ଲୋଗାନ ଉନ୍ମୋଚନ କରିଛି । ଆଜି ପାର୍ଟି ମୁଖ୍ୟାଳୟରେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ସାଧାରଣ ସମ୍ପାଦକ ଜୟରାମ ରମେଶ ଓ କେ.ସି ବେଣୁଗୋପାଳ ଏହି ଯାତ୍ରା ପାଇଁ ଲୋଗୋ ଓ ସ୍ଲୋଗାନ ଉନ୍ମୋଚନ କରିଛନ୍ତି । ବର୍ଷ 2022 ରେ ଦକ୍ଷିଣରୁ ଉତ୍ତର-ଭାରତ ପର୍ଯ୍ୟନ୍ତ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’ର ଏହା ହେଉଛି ଦ୍ବିତୀୟ ସଂସ୍କରଣ । ଚଳିତ ଥର ସ୍ଲୋଗାନ ରଖାଯାଇଛି, ‘ନ୍ୟାୟ କା ହକ ମିଲନେ ତକ’ ବା ନ୍ୟାୟର ଅଧିକାର ମିଳିବା ପର୍ଯ୍ୟନ୍ତ ଲଢେଇ ।

କାର୍ଯ୍ୟକ୍ରମ ଅବସରରେ ପାର୍ଟି ମୁଖ୍ୟ ଖଡଗେ ମୋଦି ସରକାରକୁ ଟାର୍ଗେଟ କରିବା ସହ କହିଛନ୍ତି, ‘‘ଚଳିତମାସ ଜାନୁଆରୀ 14 ତାରିଖରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆମେ ଏହି ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯାଉଛି । ଏହି ଯାତ୍ରାର ଉଦ୍ଦେଶ୍ଯ ଦେଶବାସୀଙ୍କୁ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ନ୍ୟାୟ ଓ ଅଧିକାର ଦେବା । ଆମେ ଏସବୁ ପ୍ରସଙ୍ଗ ନେଇ ଲୋକଙ୍କ ନିକଟକୁ ଯିବୁ ।’’

ସେହିପରି ଖଡଗେ ଆହୁରି ମଧ୍ୟ କହିଛନ୍ତି, ‘‘ଏହି ସମସ୍ତ ପ୍ରସଙ୍ଗ ଆମେ ସଂସଦରେ ଉଠାଇବାକୁ ପ୍ରୟାସ କଲୁ । ହେଲେ ସରକାର ଆମକୁ କହିବାର ସୁଯୋଗ ଦେଲା ନାହିଁ । ଆମ ମୁହଁ ବନ୍ଦ କରିବାକୁ ପ୍ରୟାସ କରାଗଲା । ସଂସଦରୁ 146 ସାଂସଦକୁ ନିଲମ୍ବିତ କରାଗଲା । ଦେଶର ଇତିହାସରେ ଏହା ପ୍ରଥମ । ମଣିପୁର ହିଂସାରେ ଜଳିଲା । ହେଲେ ଏହି ପ୍ରସଙ୍ଗରେ ସରକାର ଆଲୋଚନା କରିବା ପାଇଁ ଭୟ କଲେ । ପ୍ରଧାନମନ୍ତ୍ରୀ ସାରା ଦେଶ ଭ୍ରମଣ କରୁଥିବା ବେଳେ ଥରେ ମାତ୍ର ମଣିପୁର ଗସ୍ତ କଲେ ନାହିଁ ।’’

ଏହା ମଧ୍ୟ ପଢନ୍ତୁ :- ଭୁବନେଶ୍ବରରେ କଂଗ୍ରେସ ପ୍ରଭାରୀ ଅଜୟ, ପାଦ ଦେଉ ଦେଉ ପାଣ୍ଡିଆନଙ୍କୁ ଟାର୍ଗେଟ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମଣିପୁର ରାଜଧାନୀ ଇମ୍ଫାଲରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଦେଶର ପୂର୍ବରୁ ଏହି ପଦଯାତ୍ରା ବାହାରି ପଶ୍ଚିମରେ ଶେଷ ହେବ । ପୂର୍ବ ଥର ପରି ରାହୁଲ ଗାନ୍ଧୀ ହିଁ ଏହି ଯାତ୍ରାର ନେତୃତ୍ବ ନେବାକୁ ଥିବା ବେଳେ ଅନ୍ୟ କେନ୍ଦ୍ରୀୟ ଓ ପ୍ରାଦେଶିକ ନେତାମାନେ ଏଥିରେ ଅଂଶଗ୍ରହଣ କରିବେ । ଜାନୁଆରୀ 14 ତାରିଖରୁ ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆଜି ଦଳ ଲୋଗୋ ଓ ନାରା ଉନ୍ମୋଚନ କରିଛି । ଏହି ଯାତ୍ରା ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ମୋଟ 6,713 କିମି ଯାତ୍ରା କରି ମୋଟ 110 ଜିଲ୍ଲାର 100 ଲୋକସଭା କ୍ଷେତ୍ର ଓ 337 ବିଧାନସଭା ଆସନ ପରିକ୍ରମା କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.