ETV Bharat / bharat

Adani Row: ଆଜି ରାଜରାସ୍ତାକୁ ଓହ୍ଲାଇ ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ

author img

By

Published : Feb 6, 2023, 7:42 AM IST

ଆଦାନୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରସ । ଏଲଆଇସି ଏବଂ ଏସବିଆଇର ସମସ୍ତ ଶାଖା କାର୍ଯ୍ୟାଳୟରେ କରିବ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

Adani row
Adani row

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କ ମାଲିକାଧୀନ କମ୍ପାନୀ ଗୁଡିକ ଷ୍ଟକ ବଜାର ମୂଲ୍ୟ ଜାଲିଆତି ଘଟଣା । ଆଜି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । କେନ୍ଦ୍ର ସରକରାଙ୍କ ବିରୋଧରେ ରଣହୁଙ୍କାର ଦେବ କଂଗ୍ରେସ । ଜୀବନବ୍ୟାପୀ ବୀମା ନିଗମ(ଏଲଆଇସି) ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଶାଖା କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାସହ ସଂସଦ ଭବନ ପରିସରର ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ସମସ୍ତ କଂଗ୍ରେସ ସାଂସଦ ବିକ୍ଷୋଭ କରିବେ ।

ଅନ୍ୟପଟେ ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ସଂସଦ ଭବନ ନିକଟସ୍ଥ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ କରାଯିବ । ଏହାଛଡା ଦେଶବ୍ୟାପୀ ସମସ୍ତ ଜୀବନ ବୀମା ନିଗମ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାମାନେ ବିକ୍ଷୋଭ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି, " ଫେବୃଆରୀ ୬ ତାରିଖ ଦିନ ଦେଶର ସମସ୍ତ ଏଲଆଇସି ଏବଂ ଏସବିଆଇ ଶାଖା ବାହାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାସହ ଆଦାନୀ ଗ୍ରୁପ ଦ୍ବାରା ହୋଇଥିବା ଜାଲିଆତି ଘଟଣାରେ ପ୍ରଧାନ ବିଚାରପତିଙ୍କ ତତ୍ତ୍ବାବଧନରେ ତଦନ୍ତ ନିମନ୍ତେ ଦଳ ଦାବି ରଖିବ ।"

ଏହା ମଧ୍ୟ ପଢନ୍ତୁ: Parliament Updates: ହିଣ୍ଡନବର୍ଗ ରିପୋର୍ଟ ନେଇ ପୁଣି ବିରୋଧିଙ୍କ ହଟ୍ଟଗୋଳ, ଉଭୟ ଗୃହ ମୁଲତବୀ

ଅନ୍ୟପଟେ କଂଗ୍ରେସ ପକ୍ଷରୁ କୁହାଯାଇଛି, " ପ୍ରଧାନମନ୍ତ୍ରୀ ମୋଦି ନିଜର ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଦେଶବାସୀଙ୍କ ସଞ୍ଚିତ ଧନ ଉଜାଡି ଦେଇଛନ୍ତି । ବ୍ୟବସାୟୀଙ୍କ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏଲଆଇସି, ଷ୍ଟେଟ ବ୍ୟାଙ୍କ ଭଳି ବହୁ ରାଷ୍ଟ୍ରାୟତ୍ତ ସଂସ୍ଥାର ଅର୍ଥ ଯୋଗାଇ ଦିଆଯାଇଛି । ସରକାରୀ ରାଜକୋଷରୁ ଲୁଟ କରାଯାଉଛି ।" ତେବେ ପାର୍ଲାମେଣ୍ଟରେ ବଜେଟ ଅଧିବେଶନ ଚାଲିଥିବା ସମୟରେ ବିରୋଧି ଆଦାମୀ ଜାଲିଆତି ବିଷୟରେ ଆଲୋଚନା କରିବା ପାଇଁ ଗୋଟିଏ ମିନିଟ ମଧ୍ୟ ସମୟ ଦେଇନଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଆଦାନୀ ଗ୍ରୁପର ବୃହତ FPO ଆଣିବା ବେଳେ ଜାନୁୟାରୀ ୨୪ତାରିଖରେ ଆମେରିକୀୟ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡନବର୍ଗ ଏକ ରିପୋର୍ଟ ପ୍ରକାଶିତ କରିଥିଲା । ରିପୋର୍ଟରେ ସଂସ୍ଥା ଦ୍ବାରା ଆଦାନୀ ଗ୍ରୁପ ବିରୁଦ୍ଧରେ ସେୟାର ମୂଲ୍ୟରେ ହେରଫେର ଏବଂ ଆକାଉଣ୍ଟିଂ ଜାଲିଆତି ଅଭିଯୋଗ କରାଯାଇଥିଲା । ଲଗାତାର ଭାବେ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ସେୟାର ମୂଲ୍ୟ ହ୍ରାସ ପାଇବା ସହ ଶିଳ୍ପପତି ତଥା ଭାରତର ଏକ ନମ୍ବର ଧନୀ ଥିବା ଗୌତମ ଆଦାନୀଙ୍କ ସମ୍ପତ୍ତି ପ୍ରଭାବିତ ହୋଇଛି ।

ଧନୀ ତାଲିକାରେ ଗୌତମ ଆଦାନୀଙ୍କ ସ୍ଥାନ ମଧ୍ୟ ତଳକୁ ଖସିଛି । ତେବେ ଏହି ରିପୋର୍ଟକୁ ନେଇ ପାର୍ଲାମେଣ୍ଟରେ କଂଗ୍ରେସ ସମେତ ୧୬ଜଣ ବିରୋଧୀ ଦଳ କେନ୍ଦ୍ରକୁ ଘେରିଥିଲେ । ଗତ ଗୁରୁବାର ଏବଂ ଶୁକ୍ରବାର ଦୁଇଦିନ ଧରି ବିରୋଧୀ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରିବା ପାଇଁ ଦାବି କରିଥିଲେ ହେଁ ଏହାକୁ ଆଗ୍ରହ୍ୟ କରାଯାଇଥିଲା । ଯାହାକୁ ନେଇ ଭଉୟ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ । ଫଳରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.