ETV Bharat / bharat

୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ

author img

By ETV Bharat Odisha Team

Published : Dec 27, 2023, 12:03 PM IST

Updated : Dec 27, 2023, 12:15 PM IST

Bharat Nyay Yatra: ଆସନ୍ତା ଜାନୁଆରୀ ୧୪ରୁ କଂଗ୍ରେସ କରିବା ଭାରତ ନ୍ୟାୟ ଯାତ୍ରା । ଏହି ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଅଧିକ ପଢ଼ନ୍ତୁ

କଂଗ୍ରେସର ଭାରତ ନ୍ୟାୟ ଯାତ୍ରା
କଂଗ୍ରେସର ଭାରତ ନ୍ୟାୟ ଯାତ୍ରା

ନୂଆଦିଲ୍ଲୀ: ପାଖେଇ ଆସୁଛି ୨୦୨୪ ଲଢ଼େଇ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଭାରତ ଯୋଡ଼ ଯାତ୍ରାର ଦ୍ବିତୀୟ ସଂସ୍କରଣ ଆରମ୍ଭ କରିବାକୁ ଘୋଷଣା କରିଛି । କିନ୍ତୁ ଏଥର ଭାରତ ଯୋଡ଼ ନୁହେଁ, 'ଭାରତ ନ୍ୟାୟ ଯାତ୍ରା' କରିବେ ରାହୁଲ ଗାନ୍ଧୀ । ଭାରତ ଯୋଡ ଯାତ୍ରାର ନାମ ବଦଳାଯାଇ 'ଭାରତ ନ୍ୟାୟ ଯାତ୍ରା' ରଖାଯାଇଛି । ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବ । କଂଗ୍ରେସ ନେତା ଦୀର୍ଘ ୬,୨୦୦ କିଲୋମିଟର ରାସ୍ତା ଅତିକ୍ରମ କରିବେ । ଭାରତ ନ୍ୟାୟ ଯାତ୍ରା ହିଂସାଗ୍ରସ୍ତ ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ । ଏହି ଯାତ୍ରାରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ । ଏନେଇ ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି ।

ଭାରତ ନ୍ୟାୟ ଯାତ୍ରା ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ସବୁଜ ପତାକା ଦେଖାଇ ମଣିପୁରରୁ ଯାତ୍ରାର ଶୁଭାରମ୍ଭ କରିବେ । କଂଗ୍ରେସ ଗତବର୍ଷ ସେପ୍ଟେମ୍ବର ୭ରୁ ଚଳିତ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା କରିଥିଲା । କନ୍ୟାକୁମାରୀରୁ ୪,୫୦୦ କିଲୋମିଟର ଅତିକ୍ରମ କରିବା ପରେ କାଶ୍ମୀରର ଶ୍ରୀନଗରରେ ଶେଷ ହୋଇଥିଲା ପଦଯାତ୍ରା । ରାହୁଲଙ୍କ ଏହି ଭାରତ ଯୋଡ଼ ଯାତ୍ରାର ପ୍ରଭାବ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହୋଇଥିଲା । କର୍ଣ୍ଣାଟକ ଏବଂ ହିମାଚଳ ପ୍ରଦେଶରୁ ବିଜେପିକୁ ଗାଦିଚ୍ୟୁତ କରିଥିଲା ଦଳ । ଆଗକୁ ଲୋକସଭା ନିର୍ବାଚନ ଥିବାରୁ କଂଗ୍ରେସ ଭାରତ ଯୋଡ଼ୋ ଯାତ୍ରା 2.0 ବା ଦ୍ବିତୀୟ ସଂସ୍କରଣ ଭାରତ ନ୍ୟାୟ ଯାତ୍ରା ନାମରେ ଆରମ୍ଭ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ: Eye on 2024 Polls: କଂଗ୍ରେସର ସଜବାଜ, ଆସୁଛି ଭାରତ ଯୋଡ 2.0 !

କଂଗ୍ରେସ ନେତା ବେଣୁଗୋପାଳଙ୍କ ସୂଚନା ଅନୁସାରେ, ମଣିପୁରରୁ ମୁମ୍ବାଇ ଯାଏଁ ଦୀର୍ଘ ୬,୨୦୦ କିଲୋମିଟର ପଦଯାତ୍ରା କରାଯିବ । ଏହି ଯାତ୍ରା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଅତିକ୍ରମ କରି ମହାରାଷ୍ଟ୍ରରେ ପହଞ୍ଚିବ । ଭାରତ ନ୍ୟାୟ ଯାତ୍ରାରେ ମୋଟ ୧୪ଟି ରାଜ୍ୟ ଏବଂ ୮୫ଟି ଜିଲ୍ଲା ଅତିକ୍ରମ କରାଯିବ । ରାହୁଲ ଭାରତ ଯୋଡ ଯାତ୍ରାରେ ମିଳିଥିବା ଅନୁଭୂତି ସହିତ ଏହି ନ୍ୟାୟ ଯାତ୍ରା ଆରମ୍ଭ କରିବେ । ଏହି ଯାତ୍ରାରେ ଦେଶର ମହିଳା, ଯୁବଗୋଷ୍ଠୀ ଏବଂ ଦଳିତ ସମୁଦାୟଙ୍କୁ ଭେଟି ସେମାନଙ୍କର ଦୁଃଖସୁଖ ବୁଝିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2023, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.