ETV Bharat / bharat

ଭାରତ ଯୋଡ଼ ଯାତ୍ରା ପୂର୍ତ୍ତି ଅବସରରେ କଂଗ୍ରେସ କରିବ ଜିଲ୍ଲା ସ୍ତରୀୟ ଯାତ୍ରା - କଂଗ୍ରେସ କରିବ ଜିଲ୍ଲା ସ୍ତରୀୟ ଯାତ୍ରା

ଭାରତ ଯୋଡ଼ ଯାତ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ଜିଲ୍ଲା ସ୍ତରୀୟ ଯାତ୍ରାର ଆୟୋଜନ କରିବ । ଅଧିକ ପଢ଼ନ୍ତୁ

Bharat Jodo Yatra
ଭାରତ ଯୋଡ଼ ଯାତ୍ରା
author img

By ETV Bharat Odisha Team

Published : Sep 3, 2023, 9:57 PM IST

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ଏକ ବର୍ଷ ପୂରିବାକୁ ଯାଉଛି । ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଆୟୋଜିତ ଏହି ଯାତ୍ରା ସଫଳ ହେବା ପରେ ଭାରତ ଯୋଡ଼ ୨.୦ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଏବେ ଜିଲ୍ଲା ସ୍ତରରେ ଯାତ୍ରା ଆୟୋଜନ ନେଇ କଂଗ୍ରେସ ଘୋଷଣା କରିଛି । ଏହି ଅବସରରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଲାଗି ଯୋଜନା କରାଯାଇଛି ।

ଗତ ବର୍ଷ ୨୦୨୨ ସେପ୍ଟେମ୍ବର ୭ ତାରିଖରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ା ଯାତ୍ରା ବାହାରିଥିଲା । ୧୪୫ ଦିନ ଧରି ଚାଲିଥିବା ଏହି ୪୦୦୦ କିଲୋମିଟର ଯାତ୍ରା ତାମିଲନାଡୁ କନ୍ୟାକୁମାରୀରୁ ବାହାରି ୨୦୨୩ ଜାନୁଆରୀ ୩୦ ତାରିଖରେ ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଶେଷ ହୋଇଥିଲା । ତେବେ ଭାରତ ଯୋଡ଼ା ଯାତ୍ରାର ପ୍ରଥମ ପର୍ଯ୍ୟାୟ ପୂର୍ତ୍ତି ଅବସରରେ ସାରା ଦେଶରେ କଂଗ୍ରେସ ଜିଲ୍ଲା ସ୍ତରୀୟ ଯାତ୍ରା ଆୟୋଜନ ନେଇ ଘୋଷଣା କରିଛି । ଏହି ଯାତ୍ରା କେତେ ଦିନ ଚାଲିବ ଏବଂ ଏହା ସମ୍ବନ୍ଧିତ ଅନ୍ୟ ସୂଚନା ଖୁବଶୀଘ୍ର ଜିଲ୍ଲା କଂଗ୍ରେସ କମିଟିକୁ ପଠାଯିବ ।

ଏହା ମଧ୍ୟ ପଢ଼ନ୍ତୁ: Eye on 2024 Polls: କଂଗ୍ରେସର ସଜବାଜ, ଆସୁଛି ଭାରତ ଯୋଡ 2.0 !

ଭାରତ ଯୋଡ଼ା ଯାତ୍ରା ସମୟରେ ରାହୁଲ ଗାନ୍ଧୀ ୧୨ଟି ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ସେହିପରି ୧୦୦ରୁ ଅଧିକ ସଭା ଏବଂ ୧୩ଟି ସାମ୍ବାଦିକ ସମ୍ମିଳନୀ କରିଥିଲେ । ପଦଯାତ୍ରା ସମୟରେ ରାହୁଲ ୨୭୫ରୁ ଅଧିକ ଆଲୋଚନା କରିଥିବା ବେଳେ ଅନେକ ସ୍ଥାନରେ ଅଟକି ୧୦୦ରୁ ଅଧିକ ଆଲୋଚନା କରିଥିଲେ । ରାହୁଲ ଗାନ୍ଧୀ ଦେଶର ୧୨ଟି ରାଜ୍ୟ ଯାତ୍ରା କରିଥିଲେ । ଯେଉଁଥିରେ କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀର ଅନ୍ତର୍ଭୁକ୍ତ । ଏହି ଯାତ୍ରାରେ ଅନେକ ସେଲିବ୍ରେଟି, ରାଜନେତାଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ବିରୋଧୀ ଦଳର ନେତାମାନେ ମଧ୍ୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାକୁ ସମର୍ଥନ ଜଣାଇଥିଲେ । ରାଜନୀତିଜ୍ଞଙ୍କ କହିବା ଅନୁଯାୟୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଭାବମୂର୍ତ୍ତିକୁ ବଦଳାଇବାରେ ଭାରତ ଯୋଡ଼ ଯୋତ୍ରା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକ ଗ୍ରହଣ କରିଛି ।

ପ୍ରକାଶ ଥାଉକି, ୨୦୨୪ ସାଧାରଣ ନିର୍ବାଚନ ଲାଗି ଏବେ କଂଗ୍ରେସ ପାଗ ଭିଡିଛି । ଚଳିତ ବର୍ଷ ଶେଷ ସୁଦ୍ଧା କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ବିଜୟ ସମସ୍ତ ରାଜନୈତିକ ଦଳ ପାଇଁ ବେଶ ଗୁରୁତ୍ବ ବହନ କରିବ । ଏଣୁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି କଂଗ୍ରେସ ଦ୍ବିତୀୟ ଥର ଲାଗି କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.