ETV Bharat / bharat

Rajasthan Assembly Poll: 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ କମ୍ପିବ ମୈଦାନ

author img

By ETV Bharat Odisha Team

Published : Oct 8, 2023, 10:11 PM IST

ଅକ୍ଟୋବର 16ରୁ ରାଜସ୍ଥାନରେ କଂଗ୍ରେସର ନିର୍ବାଚନୀ ପ୍ରଚାର । 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ କମ୍ପିବ ମଇଦାନ । ଅଧିକ ପଢନ୍ତୁ

Rajasthan Assembly Poll
Rajasthan Assembly Poll

ଜୟପୁର: 2024 ନିର୍ବାଚନ ଲାଗି ଗେହଲଟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ । ଆସନ୍ତା 16 ତାରିଖରୁ ରାଜସ୍ଥାନରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛି କଂଗ୍ରେସ । 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ କମ୍ପିବ ମଇଦାନ । ଆଜି (ରବିବାର) ରାଜ୍ୟ କଂଗ୍ରେସ ୱାର ରୁମରେ ଦଳୀୟ ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଦୋତାଶ୍ରା ।

  • कांग्रेस पार्टी अपने चुनावी कैंपेन की शुरुआत
    जनता के अधिकारों की आवाज़ उठाकर करेगी। #ERCP पर केंद्र की भाजपा सरकार की वादाखिलाफी के विरोध में पूर्वी राजस्थान के 13 जिलों में कांग्रेस पार्टी 16 अक्टूबर को बारां में बड़ी सभा के साथ बिगुल फूंकेगी।

    इस सभा से पहले हर जिले में… pic.twitter.com/6Tl75TA05f

    — Govind Singh Dotasra (@GovindDotasra) October 8, 2023 " class="align-text-top noRightClick twitterSection" data=" ">

ରବିବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଗୋବିନ୍ଦ କହିଛନ୍ତି, "ଦଳ ପୂ୍ର୍ବାଞ୍ଚଳ ରାଜସ୍ଥାନ କେନାଲ ପ୍ରକଳ୍ପ (ERCP) ଅଗ୍ରାଧିକାର ଦେବ । ଏହା ସହ ବାରାନ ଜିଲ୍ଲାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରି 12 ଜିଲ୍ଲାକୁ କଭର୍‌ କରିବ । ଯେଉଁଠାରେ ଏହି ପ୍ରକଳ୍ପ ଦ୍ବାରା ଅଞ୍ଚଳବାସୀଙ୍କୁ ପାନୀୟ ଜଳ ଓ ଚାଷଜମିରେ ଜଳସେଚନ ଲାଗି ପାଣି ଯୋଗାଇ ଦିଆଯିବ । ଦଳ 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ ଏହି ପ୍ରଚାର ଆରମ୍ଭ କରିବ । ଏହାସହିତ 12ଟି ଜିଲ୍ଲାରେ ଲୋକଙ୍କୁ ନେଇ ଜନସଭାର ମଧ୍ୟ ଆୟୋଜନ କରାଯିବ ।"

ଏହା ବି ପଢନ୍ତୁ- ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ଲକ୍ଷ୍ୟ, ଜିଲ୍ଲା କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ

ଝଲାୱର, ବାରନ, କୋଟା, ବୁଣ୍ଡି, ଜୟପୁର, ଦୌସା, କରୌଲି, ଅଲୱାର, ଭରତପୁର, ସୱାଇ ମାଧୋପୁର, ଅଜମେର, ଟଙ୍କ୍‌ ଓ ଢୋଲପୁରରେ ମଧ୍ୟ କଂଗ୍ରେସ ପ୍ରଚାର କରିବ । ସେ ଆହୁରି କହିଛନ୍ତି ଯେ କଂଗ୍ରେସ ନେତୃତ୍ବାଧୀନ ରାଜ୍ୟ ସରକାର ଜନତାଙ୍କୁ ଦେଇଥିବା 98 ପ୍ରତିଶତ ପ୍ରତିଶୃତି ପୂରଣ କରିଛନ୍ତି । ଆଗାମୀ ନିର୍ବାଚନୀ ଇସ୍ତାହାର 'ଭିଜନ 2023'କୁ ଲକ୍ଷ୍ୟ ରଖାଯାଇ ପ୍ରସ୍ତୁତ କରାଯିବ ।

ଏହା ବି ପଢନ୍ତୁ- ୨୦୨୪ରେ ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଅଶୋକ ଗେହଲଟ

ସେପଟେ ରାଜସ୍ଥାନ କଂଗ୍ରେସ ଇନଚାର୍ଜ ଶୁଖୱିନ୍ଦର ସିଂ ରାନ୍ଧୱା କହିଛନ୍ତି, "ଦଳ ରାଜସ୍ଥାନର ପୂର୍ବାଞ୍ଚଳରୁ ପ୍ରଚାର ଆରମ୍ଭ କରିବ । କେନାଲ ନିର୍ମାଣ ନେଇ ରାଜ୍ୟବାସୀଙ୍କୁ ବିଜେପି ମିଥ୍ୟା ପ୍ରତିଶୃତି ଦେଇଛି । ରାଜ୍ୟ ପାଇଁ ଏହା ଦୁର୍ଭାଗ୍ୟ ଯେ ଗଜେନ୍ଦ୍ର ସିଂ ଶେଖାୱତ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଥିବା ବେଳେ ମଧ୍ୟ ଏହା ସମ୍ଭବ ହୋଇନାହିଁ । ଗଜେନ୍ଦ୍ର ପୁରା ଦେଶ ସମ୍ପର୍କରେ କହିବା ପୂର୍ବରୁ ପ୍ରଥମେ ନିଜ ରାଜ୍ୟ ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.