ETV Bharat / bharat

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କୋରୋନା - ସୋନିଆ ଗାନ୍ଧୀ ଖବର

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋରୋନାରେ(COVID-19) ଆକ୍ରାନ୍ତ ହୋଇଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କ ସୂଚନା । ଅଧିକ ପଢନ୍ତୁ

କଂଗ୍ରେସ ଅଧକ୍ଷା ସୋନିଆଙ୍କୁ କୋରୋନା
କଂଗ୍ରେସ ଅଧକ୍ଷା ସୋନିଆଙ୍କୁ କୋରୋନା
author img

By

Published : Jun 2, 2022, 2:32 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋରୋନାରେ(COVID-19) ଆକ୍ରାନ୍ତ ହୋଇଛନ୍ତି । ସାମାନ୍ୟ ଜ୍ବର ଓ ଲକ୍ଷଣ ଦେଖାଯିବାରୁ ସେ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ସଂଗରୋଧରେ ରଖିଛନ୍ତି । ମନି ଲଣ୍ଡରିଂ ମାମଲାରେ ଆସନ୍ତା ଜୁନ୍‌ ୮ ତାରିଖରେ ଇଡିରେ ହାଜର ହୋଇଥାନ୍ତେ ସୋନିଆ ଗାନ୍ଧୀ । ହେଲେ ତା' ପୂର୍ବରୁ ସେ କୋରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ସୂଚନା ଦେଇଛନ୍ତି ।

ଅତୀତରେ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ଅନେକ ନେତା ଏବଂ କର୍ମୀ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ସୋନିଆ ଗାନ୍ଧୀଙ୍କୁ ବୁଧବାର ସନ୍ଧ୍ୟାରେ ସାମାନ୍ୟ ଜ୍ୱର ହୋଇଥିଲା । ଏହା ପରେ ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ।

ଏହା ବି ପଢନ୍ତୁ... National Herald Case: ସୋନିଆ ଓ ରାହୁଲଙ୍କୁ EDର ସମନ

ପ୍ରକାଶ ଥାଉ କି, ଗତକାଲି ନ୍ୟାସ୍‌ନାଲ୍‌ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲଙ୍କୁ ED ନୋଟିସ୍‌ ଜାରି କରିଥିଲା । ଜୁନ ୮ ତାରିଖରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି । ସୋନିଆଙ୍କ ସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଇଡି ସମନ ଜାରି କରିଛି । ୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଖୋଲାଯାଇ ପୁଣି ତଦନ୍ତ ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.