ETV Bharat / bharat

ଘୁଞ୍ଚିପାରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ, ୨୮ରେ କଂଗ୍ରେସ ନୀତି ନିର୍ଦ୍ଧାରଣ କମିଟି ବୈଠକ - କଂଗ୍ରେସ ନୀତି ନିର୍ଦ୍ଧାରଣ କମିଟି ବୈଠକ

ଘୁଞ୍ଚିପାରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ(Congress President election) । ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ନୀତି ନିର୍ଦ୍ଧାରଣ କମିଟି ଏହାକୁ ନେଇ ଏକ ଭର୍ଚ୍ଚୁଆଲ ବୈଠକ କରିପାରେ । ଅଧିକ ପଢ଼ନ୍ତୁ

ଘୁଞ୍ଚିପାରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ,  ୨୮ରେ କଂଗ୍ରେସ ନୀତି ନିର୍ଦ୍ଧାରଣ କମିଟି ବୈଠକ !

author img

By

Published : Aug 25, 2022, 3:44 PM IST

ନୂଆଦିଲ୍ଲୀ: କିଛି ସପ୍ତାହ ପାଇଁ ଘୁଞ୍ଚିପାରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ (Congress President election)। ଅଗଷ୍ଟ ୨୮ ତାରିଖରେ କଂଗ୍ରେସ ନୀତି ନିର୍ଦ୍ଧାରଣ କମିଟି ଏହାକୁ ନେଇ ଏକ ଭର୍ଚ୍ଚୁଆଲ ବୈଠକ କରିପାରେ(meeting for Congress President election) । ବୈଠକରେ ନିର୍ବାଚନ ତାରିଖ ଓ ସୂଚୀକୁ ନେଇ ନିଷ୍ପତ୍ତି ନଆଯିବ । ଏହାକୁ ନେଇ କଂଗ୍ରେସର ଏକ ସୂତ୍ରରୁ ପ୍ରକାଶ ପାଇଛି ।

ଅଗଷ୍ଟ ୨୮ରେ ହେବାକୁ ଥିବା ବୈଠକରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭିଡିଓ କନ୍‌ଫରେସିଂ ମାଧ୍ୟମରେ ଯୋଗ ଦେବେ । କାରଣ ସେହି ସମୟରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେ ବିଦେଶ ଗସ୍ତରେ ରହିଥିବେ (meeting for Congress President election)। ସୋନିଆଙ୍କ ସହ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ବିଦେଶ ଗସ୍ତରେ ରହିବେ ।

କିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁନଃ କଂଗ୍ରେସର ଅଧ୍ୟକ୍ଷ ପଦ ଦାୟିତ୍ବ ନେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବର୍ତ୍ତମାନ ମଧ୍ୟ କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ଅନିଶ୍ଚିତତା ଲାଗି ରହିଛି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ । ଏହାପରେ ଶୁନ୍ୟ ପଡ଼ିଥିବା ଗାଦିରେ ଅନ୍ତରୀଣ ଅଧ୍ୟକ୍ଷ ଭାବରେ ଦାୟିତ୍ବ ନେଇଥିଲେ ସୋନିଆ ଗାନ୍ଧୀ । ତେବେ ୨୦୨୦ ଅଗଷ୍ଟ ମାସରେ ସୋନିଆ ଗାନ୍ଧୀ ମଧ୍ୟ ଏହି ପଦରୁ ଇସ୍ତଫା ଦେବାକୁ ଇଚ୍ଛା ଜାହିର କରିଥିଲେ । କାରଣ ଦଳର କେତେକ ତୁଙ୍ଗ ନେତା ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇଁ ଦାବି କରି ଚିଠି ଲେଖିଥିଲେ ।

ତେବେ କଂଗ୍ରେସର କାର୍ଯ୍ୟକାରିଣୀ କମିଟିର ଅନୁରୋଧ ପରେ ପଦ ସମ୍ଭାଳିବା ଜାରି ରଖିଥିଲେ ସୋନିଆ ଗାନ୍ଧୀ । ସୂତ୍ର ମୁତାବକ ସୋନିଆ ବିଦେଶ ଗସ୍ତ କରିବା ପୂର୍ବରୁ ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଏହି ଦାୟିତ୍ବ ଦେଇ ପାରନ୍ତି । କିନ୍ତୁ ଅଶୋକ ଗେହଲୋଟ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ପଦ ସମ୍ଭାଳିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି,"ରାହୁଲ ଗାନ୍ଧୀ ନିଜ ନିଷ୍ପତ୍ତିକୁ ନେଇ ପୁନଃ ଚିନ୍ତା କରିବାର ଆବଶ୍ୟକତା ରହିଛି । ସେ ଅଧ୍ୟକ୍ଷ ପଦ ନସମ୍ଭାଳିଲେ ଦେଶର ବିଭିନ୍ନ ସ୍ଥାନରେ ଥିବା ଦଳୀୟ କର୍ମୀଙ୍କ ମନରେ ଆଘାତ ପହଞ୍ଚିବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.