ETV Bharat / bharat

Adani-Hindenburg Issue: 6ରୁ ଦେଶବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

author img

By

Published : Mar 1, 2023, 8:20 PM IST

ଆଦାନୀ-ହିଣ୍ଡନବର୍ଗ ପ୍ରସଙ୍ଗରେ ଦେଶବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ସମସ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ଚିଠି ଲେଖିଲେ ଦଳର ସାଙ୍ଗଠନିକ ପ୍ରଭାରୀ କେ.ସି ବେଣୁଗୋପାଲ । ମାର୍ଚ୍ଚ 6 ରୁ ଆରମ୍ଭ ହେବ ମିଶନ । ଅଧିକ ପଢନ୍ତୁ

Adani-Hindenburg issue: ଦେଶବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡନବର୍ଗ ପ୍ରସଙ୍ଗରେ ଦେଶରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା ବେଳେ ଏହି ପ୍ରସଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟିକୁ ଲଗାତର ଟାର୍ଗେଟ କରିଆସିଛି କଂଗ୍ରେସ । ଏହାରି ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଦଳ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବାକୁ ଯୋଜନା କରୁଛି । ମାର୍ଚ୍ଚ 6 ରେ ଏନେଇ ଦଳ ଦେଶବ୍ୟାପି ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି । ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଦଳ ବିଭିନ୍ନ ସ୍ତରରେ ଆନ୍ଦୋଳନ କରିବ ବୋଲି ସୂଚନା ମିଳିଛି ।

ଅଖୀଳ ଭାରତୀୟ କଂଗ୍ରେସ କମିଟିର ସାଙ୍ଗଠନିକ ପ୍ରଭାରୀ କେ.ସି ବେଣୁଗୋପାଳ ସମସ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦେଶ ସ୍ତରରେ ଏହି ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିବା ପାଇଁ ପିସିସି ସଭାପତିମାନଙ୍କୁ ଗତ ମାସ 28 ତାରିଖରେ ଲେଖାଯାଇଥିବା ଚିଠିରେ ଏହି ନିର୍ଦ୍ଦେଶ ରହିଛି । ଚିଠିରେ ବେଣୁଗୋପାଲ ଉଲ୍ଲେଖ କରିଛନ୍ତି, ପିସିସି ସଭାପତିମାନେ ପ୍ରଦେଶ ସ୍ତରରେ ଏହି ଆନ୍ଦୋଳନର ସଫଳ ଆୟୋଜନର ପ୍ରସ୍ତୁତି କରିବେ । ଏଥିରେ ଦଳର ସାଂସଦ, ବିଧାୟକ, ବିଧାନ ପରିଷଦ ସଦସ୍ୟ, ଅନ୍ୟ ସାଙ୍ଗଠିକ ଦାୟିତ୍ବରେ ଥିବା କର୍ମକର୍ତ୍ତା, ଛାମୁଆ ଓ ଶାଖା ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସହ ପର୍ଯ୍ୟାପ୍ତ ସଂଖ୍ୟାରେ ଦଳୀୟ କର୍ମୀ ମଧ୍ୟ ଅଂଶଗ୍ରହଣ କରିବେ ।

ତେବେ ସୂଚନା ଅନୁସାରେ, ଦଳ ପ୍ରତ୍ୟେକ ରାଜ୍ୟରେ ଥିବା ଜାତୀୟ ବ୍ୟାଙ୍କ ଓ ଜୀବନ ବୀମା ନିଗମ (LIC) କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ । ମାର୍ଚ୍ଚ 6 ରୁ 10 ତାରିଖ ଯାଏ ଏହି ଆନ୍ଦୋଳନ ଜାରି ରହିବାକୁ ଥିବା ବେଳେ ପରେ 13 ତାରିଖରେ ଏହି ଆନ୍ଦୋଳନ ପ୍ରତ୍ୟେକ ରାଜ୍ୟର ରାଜଭବନ ସମ୍ମୁଖରେ କରାଯିବ । ଦଳ ଏହାର ନାମ ରଖିଛି ‘ଚାଲୋ ରାଜଭବନ’ । ସେହିପରି ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରାରମ୍ଭରେ ଦଳ ଜିଲ୍ଲା ସ୍ତରରେ ମଧ୍ୟ ଏହି ଆନ୍ଦୋଳନକୁ ପହଞ୍ଚାଇବ ।

ହିଣ୍ଡନବର୍ଗ ଦ୍ବାରା ପ୍ରକାଶିତ ରିପୋର୍ଟ ପରେ ଆଦାନୀ ଗ୍ରୁପ ମାତ୍ରାଧିକ କ୍ଷତିର ସାମ୍ନା କରିଛି । ଆଦାନୀ ସମୂହ ସହ ଭାରତୀୟ ଜନତା ପାର୍ଟି ସରକାରର ଲିଙ୍କ ଥିବା ଓ ମୋଦି ସରକାରଙ୍କ ଠାରୁ ଆଦାନୀ ଗ୍ରୁପ ଅହେତୁକ ଅନୁକମ୍ପା ପାଇଥିବା ମଧ୍ୟ କଂଗ୍ରେସ ଉଠାଇ ଆସିଛି । ଏହି ପ୍ରସଙ୍ଗ ବଜେଟ ଅଧିବେଶନରେ ଉଠିବା ସହ ବିରୋଧୀ ସରକାରଙ୍କୁ ଘେରିଥିଲେ । ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରିବା ପାଇଁ ବିରୋଧୀ ଦାବି କରୁଥିବା ବେଳେ ସରକାର ଏଥିରେ କର୍ଣ୍ଣପାତ କରୁନଥିବା ଅଭିଯୋଗ କରୁଛନ୍ତି ବିରୋଧୀ । ଏବେ ଏହି ପ୍ରସଙ୍ଗକୁ ନେଇ ଦେଶବ୍ୟାପି ମୈଦାନକୁ ଓହ୍ଲାଇବାକୁ ଦଳ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.