ETV Bharat / bharat

Rajiv Gandhi Birth Anniversary: ବୀରଭୂମିରେ ସୋନିଆ, ପ୍ରିୟଙ୍କାଙ୍କ ଶ୍ରଦ୍ଧାଞ୍ଜଳି, ଲଦାଖରେ ବାପାଙ୍କୁ ମନେ ପକାଇଲେ ରାହୁଲ - ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଆଜି 79ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସ ନେତା । ଅଧିକ ପଢନ୍ତୁ

ରାଜୀବ ଗାନ୍ଧୀ ଜନ୍ମଜୟନ୍ତୀ
tribute to former PM Rajiv Gandhi
author img

By

Published : Aug 20, 2023, 11:45 AM IST

Rajiv Gandhi Birth Anniversary

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । 79ତମ ଜନ୍ମ ଜୟନ୍ତୀରେ କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଓ ପତ୍ନୀ ସୋନିଆ ଗନ୍ଧୀଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ 'ବୀର ଭୂମିରେ' ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀରେ ଶୁଭେଚ୍ଛା ଜଣାଇଛନ୍ତି ।

କଂଗ୍ରେସ ପାର୍ଲାମେଣ୍ଟାରୀ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୂଆଦିଲ୍ଲୀର 'ବୀର ଭୂମି'ରେ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ 'ବୀର ଭୂମିରେ' ବାପା ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହିତ ବହୁ କଂଗ୍ରେସ ନେତା ଓ କର୍ମୀ 'ବୀର ଭୂମିରେ' ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାପା ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଲଦାଖରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବାପାଙ୍କ ଜନ୍ମ ଜୟନ୍ତୀରେ ଟ୍ବିଟ କରି ରାହୁଲ କହିଛନ୍ତି,''ବାପା ତୁମ ଆଖିରେ ଭାରତ ପାଇଁ ଯେଉଁ ସ୍ବପ୍ନ ଥିଲା ଏହି ସ୍ମୃତିରେ ତାହା ଝଲସୁଛି । ତୁମର ସ୍ମୃତି ମୋର ରାସ୍ତା । ପ୍ରତି ହିନ୍ଦୁସ୍ତାନର ସଂଘର୍ଷ ଏବଂ ସ୍ବପ୍ନକୁ ବୁଝୁଛି । ଭାରତ ମାତାର ସ୍ବର ଶୁଣୁଛି ।''

ଲଦାଖରୁ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ''ଲଦାଖବାସୀ କହୁଛନ୍ତି ଚୀନ ସେନା ଏହି ଅଞ୍ଚଳରେ ପ୍ରବେଶ କରିଛି । ମାତ୍ର ପ୍ରଧାନମନ୍ତ୍ରୀ କହୁଛନ୍ତି ଏଠାରୁ ଇଞ୍ଚେ ଜାଗା ନେଇ ପାରିନାହାନ୍ତି । ଏହା ସତ୍ୟ ନୁହେଁ ଏଠାରେ ଯାହାକୁ ପଚାରିପାର ।''

ଏହା ବି ପଢନ୍ତୁ...Rahul Gandhi Rides Bike: ଲେହଠୁ ପାଙ୍ଗୋଙ୍ଗ ହ୍ରଦ ଯାଏଁ ବାଇକ ଚଲାଇଲେ ରାହୁଲ, ପିତାଙ୍କୁ କଲେ ସ୍ମରଣ

1944, ଅଗଷ୍ଟ 20 ତାରିଖ ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ରାଜୀବ ଗାନ୍ଧୀ । ଅକ୍ଟୋବର 1984ରେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ଭାରତର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଡିସେମ୍ବର 2, 1989 ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । 1991 ମସିହାରେ ତାମିଲନାଡୁ ଶ୍ରୀପେରୁମ୍ବୁଦୁରର ଏକ ନିର୍ବାଚନ ପ୍ରଚାର ସମୟରେ ଲିବେରେସନ ଟାଇଗର୍ସ ଅଫ ତାମିଲ ଏଲାମ( LTTE) ଆତ୍ମଘାତୀ ବୋମା ଦ୍ୱାରା ତାଙ୍କୁ ହତ୍ୟା କରାଯାଇଥିଲା । କଂଗ୍ରେସ ଏହି ଦିନକୁ ସଦଭାବନା ଦିବସ ରୂପେ ମଧ୍ୟ ପାଳନ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.