ନୂଆଦିଲ୍ଲୀ: ଦୁଇ ଦିନରୁ ସଂସଦରେ ଅନୁପସ୍ଥିତ ଅଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦୀର୍ଘ ଦିନରୁ ରାହୁଲ ଗାନ୍ଧୀ କୋରୋନା ଟିକା କେବେ ନେବେ ଏହା ଉପରେ ସସପେନ୍ସ ଲାଗିରହିଥିଲା । ହେଲେ ଗୁରୁବାର ରାହୁଲ ଭ୍ୟାକ୍ସିନ ନେଇଥିବା ଖବର ସାମ୍ନାକୁ ଆସିଛି ।
ରାହୁଲଙ୍କ ଟୀକାକରଣକୁ ନେଇ ଅନେକ ଦିନରୁ କଳ୍ପନାଜଳ୍ପନା ଲାଗି ରହିଥିଲା । ସୂଚନା ଅନୁଯାୟୀ ରାହୁଲ ଗୁରୁବାର ଭ୍ୟାକ୍ସିନ ନେଇଛନ୍ତି । ଗତ ଦୁଇ ଦିନରୁ ରାହୁଲ ସଂସଦ ମଧ୍ୟ ଆସୁନାହାଁନ୍ତି ।
ଭ୍ୟାକ୍ସିନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଯୋରଦାର ହଙ୍ଗମା ଜାରି ରହିଛି । ଗତ ମାସ ୧୭ ଜୁନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭ୍ୟାକ୍ସିନ ଡୋଜ ନେଇଥିବା ସୂଚନା ଦେଇଥିଲେ ଦଳର ବରିଷ୍ଠ ନେତା । ଏହାପରେ ରାହୁଲ କେବେ ଟିକା ନେବେ ବୋଲି ପ୍ରଶ୍ନ କରିଥିଲା ବିଜେପି ।