ETV Bharat / bharat

Chhattisgarh: ଟଙ୍କା ବିଡା ସହ କଂଗ୍ରେସ ବିଧାୟକଙ୍କ ଭିଡିଓ ଭାଇରାଲ, CBI ତଦନ୍ତ ଦାବି କଲା ବିଜେପି

author img

By ETV Bharat Odisha Team

Published : Sep 17, 2023, 10:15 PM IST

ଛତିଶଗଡ କଂଗ୍ରେସ ବିଧାୟକଙ୍କ ନିକଟରେ ଟଙ୍କା ବିଡାର ଭିଡିଓ ଭାଇରାଲ । CBI ତଦନ୍ତ ଦାବି କଲା ବିଜେପି । କଂଗ୍ରେସ ବିଧାୟକ କହିଲେ ମିଛ ଭିଡିଓ ଭାଇରାଲ କରୁଛି ବିଜେପି । ଅଧିକ ପଢନ୍ତୁ

Chhattisgarh: କଂଗ୍ରେସ ବିଧାୟକଙ୍କ ହତରେ ଟଙ୍କା ବିଡା ଫଟୋ ଭାଇରାଲ, CBI ତଦନ୍ତ ଦାବି କଲା ବିଜେପି

ରାୟପୁର: ନିର୍ବାଚନ ପୂର୍ବରୁ ଛତିଶଗଡରେ ଭାଇରାଲ ହେଉଛି ଟଙ୍କା ବଣ୍ଡଲ ସହ ଜଣେ କଂଗ୍ରେସ ବିଧାୟକଙ୍କ ଭିଡିଓ । ଯାହାକୁ ନେଇ ବିରୋଧୀ ବିଜେପି ବ୍ୟାପକ ଦୁର୍ନୀତି ଓ ନିର୍ବାଚନୀ ଟଙ୍କା ବଣ୍ଟା ବୋଲି ଅଭିଯୋଗ କରି CBI ତଦନ୍ତ ପାଇଁ ଦାବି କରିଛି । ଭିଡିଓରେ କଂଗ୍ରେସର ଜଣେ ବିଧାୟକ ନିକଟରେ ଟଙ୍କା ବିଡା ରଖାଯାଇଥିବା ଓ ସେ କିଛି ଲୋକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜ୍ୟରେ ଶାସନରେ ଥିବା କଂଗ୍ରେସ ସରକାର ଉପରେ ପ୍ରଶ୍ନ ଉଠିଛି ।

  • कांग्रेस विधायक जी के सामने रखे नोटों की गड्डी वाले इस वीडियो को स्वीकार करेगी या वीडियो पर कोई संदेह है तो जाँच के लिये CBI को सौंपने का साहस दिखायेगी??

    या फिर कोयला वाले वीडियो की तरह मेरे ऊपर FIR दर्ज करायेगी??

    ये हैं कांग्रेस के छत्तीसगढ़ में चंद्रपुर के विधायक रामकुमार… pic.twitter.com/HGKSrHXTEm

    — OP Choudhary (@OPChoudhary_Ind) September 17, 2023 " class="align-text-top noRightClick twitterSection" data=" ">

ଭାଇରାଲ ହେଉଥିବା ଭିଡିଓକୁ ବିଜେପି ନେତା ଓ.ପି ଚୌଧୁରୀ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିବା ସହ କଂଗ୍ରେସ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଛନ୍ତି । କଂଗ୍ରେସ ଗତ 5ବର୍ଷ ଶାସନରେ ରାଜ୍ୟକୁ ଲୁଟିଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ବିଧାୟକଙ୍କ ବିରୋଧରେ ସିବିଆଇ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି । ଭାଇରାଲ ଭିଡିଓ ଅନୁସାରେ, ଚନ୍ଦ୍ରପୁର ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଥିବା ରାମକୁମାର ଯାଦବ ଏକ ସୋଫାରେ ବସିଛନ୍ତି । ତାଙ୍କ ସମ୍ମୁଖରେ ଏକାଧିକ ଟଙ୍କା ବଣ୍ଡଲ ରଖାଯାଇଛି । ଅନ୍ୟ ଦୁଇଜଣ ମଧ୍ଯ ବିଧାୟକଙ୍କ ସହ ବସିଛନ୍ତି । ସମସ୍ତେ କିଛି ବାର୍ତ୍ତାଳାପ କରୁଛନ୍ତି । ହେଲେ ଭିଡିଓରେ ବାର୍ତ୍ତାଳାପ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡୁନାହିଁ ।

ଏହା ମଧ୍ୟ ପଢନ୍ତୁ :- Telangana: କଂଗ୍ରେସର 6 ଗ୍ୟାରେଣ୍ଟି ଘୋଷଣା, ମହିଳାଙ୍କୁ ମାସିକ 2500 ଟଙ୍କା, 5ଶହ ଟଙ୍କାରେ LPG ସିଲିଣ୍ଡର

ତେବେ ଭିଡିଓ ଭାଇରାଲ ହେବା ପରେ ଏହାକୁ ଏକ ଫେକ ଭିଡିଓ ଓ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ବିଧାୟକ ରାମକୁମାର ଯାଦବ । ତାଙ୍କ ବିରୋଧରେ ବିଜେପି ଏହି ଷଡ଼ଯନ୍ତ୍ର କରି ମିଥ୍ୟା ଭିଡିଓ ଭାଇରାଲ କରୁଛି । ସେ ଲୋକଙ୍କ ଭୋଟ ପାଇ ବିଧାୟକ ହୋଇଛନ୍ତି । ଜଣେ ଗରିବ ପରିବାର ପୁଅ କେମିତି ବିଧାୟକ ହେଲା, ସେମାନେ ସହି ପାରୁନାହାନ୍ତି । ତେଣୁ ଏପରି କରି ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା ସେ ପାଲଟା ବିରୋଧୀ ଦଳ ବିଜେପି ଉପରେ ଅଭିଯୋଗ କରିଛନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓର ସତ୍ୟତା ଇଟିଭି ଭାରତ ପକ୍ଷରୁ ନିଶ୍ଚିତ କରାଯାଉନାହିଁ । କେବଳ ରାଜନୈତିକ ଅଭିଯୋଗ ଆଧାରରେ ଏହି ଖବର ପରିବେଷଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.